Posted inଜାତୀୟ

ଉତ୍ତରପ୍ରଦେଶରେ ମାର୍ଚ୍ଚ ୨୨ଯାଏଁ ସମସ୍ତ ସ୍କୁଲ, କଲେଜ ବନ୍ଦ

ଲକ୍ଷ୍ନୌ,୧୩।୩: କରୋନା ଭାଇରସ ସାରା ଦେଶରେ ଆତଙ୍କ ଖେଳାଇଛି। ଦେଶର ବିଭିନ୍ନ ସ୍ଥାନରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗରେ ସଂକ୍ରମିତ ହୋଇ କର୍ନାଟକରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୧୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ସଂକ୍ରମଣରୁ ବଞ୍ଚିବା ପାଇଁ ଉତ୍ତରପ୍ରଦେଶ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟକୁ କରୋନା ମହାମାରୀ ଘୋଷଣା କରାଯାଇ ନ ଥିବା ବେଳେ ମାର୍ଚ୍ଚ ୨୨ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଯେଉଁ ଶିକ୍ଷାନୁଷ୍ଠାନଗୁଡିକରେ ପରୀକ୍ଷା ଚାଲିଛି ସେଗୁଡିକରେ ପରୀକ୍ଷା ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ପରୀକ୍ଷା ଶେଷ ହେବା ପରେ ଉକ୍ତ ସ୍କୁଲ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶୁକ୍ରବାର କରୋନା ଭାଇରସକୁ ନେଇ ଯୋଗୀଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ରାଜ୍ୟରେ ଦେଢ଼ ମାସ ପୂର୍ବରୁ କରୋନା ଭାଇରସକୁ ନେଇ ଲୋକଙ୍କୁ ଚେତାବନି ଦିଆଯିବା ସହ ଏସମ୍ବନ୍ଧୀୟ ଏକ ଆଡଭାଇଜରି ଜାରି କରାଯାଇଥିଲା ବୋଲି ବୈଠକରେ ଆଲୋଚନା ହୋଇଥିଲା। ପ୍ରତି ଜିଲାରେ ଆଇସୋଲେଶନ୍‌ ଓ୍ବାର୍ଡ ଖୋଲାଯିବ ବୋଲି ଆଦିତ୍ୟନାଥ ଘୋଷଣା କରିଛନ୍ତି। ରାଜ୍ୟର ୭୫ଟି ଜିଲାରେ ଆଇସୋଲେଶନ୍‌ ଓ୍ବାର୍ଡ ଖୋଲାଯାଇଥିବା ବେଳେ ୮୦୦ବେଡ୍‌ ଆରକ୍ଷଣ ରଖାଯାଇଛି। ଆଉ ୨୪ଟି ମେଡିକାଲ କଲେଜରେ ୪୪୮ ବେଡ୍‌ ଆରକ୍ଷଣ ରଖାଯାଇଥିବା ଜଣାପଡ଼ିଛି। ଏଥିପାଇଁ ୪୧୦୦ଚିକିତ୍ସକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ସୂଚନା ମୁତାବକ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୧୧ଟି କରୋନା ମାମଲା ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ବର୍ଷରେ ଦେଶରେ ୭ ହଜାର ୧୪୦ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ବିରୋଧରେ ଶିବସେନାର ଅଭିଯୋଗ…

ମୁମ୍ବାଇ, ୧୮।୫ : ଶିବସେନା ମୁଖପତ୍ର ସାମନାରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ଦେଶରେ ଗତ ୧ ବର୍ଷ ମଧ୍ୟରେ ୭...

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା...

କରୋନା ନେଲାଣି ୪୫ ପୋଲିସଙ୍କ ଜୀବନ

ମୁମ୍ବାଇ,୧୮।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୪୫ ଜଣ...

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି...

ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ: ସର୍ବୋଚ୍ଚ ସ୍ଥାନରେ ନଳିନ୍‌

ନୂଆଦିଲ୍ଲୀ,୫।୬: ପ୍ରକାଶ ପାଇଛି ୨୦୧୯ ନିଟ୍‌(NEET) ପରୀକ୍ଷା ଫଳ। ଏଥିରେ ରାଜସ୍ଥାନର ନଳିନ୍‌ ଖଣ୍ଡେଲଓ୍ବାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୋଟ ୭୨୦ରୁ ସେ ପାଇଛନ୍ତି...

କରୋନା ସଂକ୍ରମଣ: ପୃଥିବୀର ୧୫ ଶୀର୍ଷ ଦେଶ ତାଲିକାରେ ଭାରତର ସ୍ଥାନ ୧୨

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ହୋଇଥିବା ୧୫...

ଜୟମାଲା ସମୟରେ ବନ୍ଧୁକ ଚଳାଇଲେ ଦବଙ୍ଗ କନ୍ୟା: ଭିଡିଓ ଭାଇରାଲ

ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର...

ସିଭିଲ୍‌ ହସ୍ପିଟାଲର ଅବସ୍ଥା କାଳକୋଠରୀଠାରୁ ଅଧିକ ଖରାପ: ଗୁଜରାଟ ହାଇକୋର୍ଟ

ଅହମଦାବାଦ,୨୪।୫: ଗୁଜରାଟରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ରାଜ୍ୟ ତାଲିକାରେ ଗୁଜରାଟ...

Advertisement
Archives

Model This Week