ଉତ୍କର୍ଷ ଲାଗି ଜାରି ରହିଛି ପ୍ରଚେଷ୍ଟା: ଏଫଏମ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଆଜି

ବାଲେଶ୍ୱର ଅଫିସ, ୪।୩-ବାଲେଶ୍ୱର ଜିଲା ରେମୁଣାସ୍ଥିତ ବ୍ୟାସବିହାରଠାରେ ୧୯୯୯ ଜୁଲାଇ ୧୧ରେ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ନାମାନୁସାରେ ପ୍ରତିଷ୍ଠା ହୋଇଥିଲା ଫକୀରମୋହନ ବିଶ୍ୱବିଦ୍ୟାଳୟ । ୨୧ ବର୍ଷରେ ପଦାର୍ପଣ କରିଥିବା ତଥା ନାକ୍‌ ମାନ୍ୟତା ପ୍ରାପ୍ତ ଏହି ବିଶ୍ୱବିଦ୍ୟାଳୟ ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ୧୫୧-୨୦୦ ଭିତରେ ସ୍ଥାନ ପାଇଛି। ଏହି ଶିକ୍ଷାନୁଷ୍ଠାନ ତା’ର ଦଶମ ସମାବର୍ତ୍ତନ ଉତ୍ସବ ବୁଧବାର ପାଳନ କରିବାକୁ ଯାଉଛି। ନୂଆପାଢ଼ୀ ସ୍ଥିତ ବିଶ୍ୱବିଦ୍ୟାଳୟର ନୂତନ ପରିସରରେ ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବେଦ୍‌ ପ୍ରକାଶ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ବାଲେଶ୍ୱରର କେତେଜଣ ବୁଦ୍ଧିଜୀବୀ, ରାଜନେତା, ଖବରଦାତା ଓ ଲେଖକଙ୍କ ମିଳିତ ସହଯୋଗରେ ୧୯୭୮ ଅକ୍ଟୋବର ୨ରେ ଟାଉନହଲଠାରେ ଏହାର ଭିତ୍ତିଭୂମି ପାଇଁ ଉଦ୍ୟମ କରାଯାଇଥିଲା। ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ରବୀନ୍ଦ୍ର ମୋହନ ଦାସ, ବାଲେଶ୍ୱରର ବରପୁତ୍ର ମଇମୁଦ୍ଦିନ ଅହମ୍ମଦ ଓ ବରିଷ୍ଠ ଆଇନଜୀବୀ କୃଷ୍ଣ ଚରଣ ମହାନ୍ତିଙ୍କ ଅଦମ୍ୟ ପରିଶ୍ରମ ଫଳରେ ଓଡ଼ିଶାସରକାରଙ୍କ ସକାରାମତ୍କ ଦୃଷ୍ଟି ପାଇ ୧୯୯୯ରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ୫ଟି ବିଭାଗକୁ ନେଇ ଉକ୍ତ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିବାବେଳେ ୨୦୧୮ରୁ ନିୟମିତ ନୂତନ ୧୦ଟି ବିଭାଗରେ ଶିକ୍ଷାଦାନ ଚାଲିଛି। ସେହିପରି ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ରୀଛାତ୍ର ଫକୀରମୋହନଙ୍କ ସମ୍ପର୍କରେ ବିଶେଷ ଅଧ୍ୟୟନ ପାଇଁ ଫକୀରମୋହନ ଷ୍ଟଡ଼ିଜକୁ ବାଧ୍ୟତାମୂଳକ କରାଯାଇଛି।
ଶିକ୍ଷା ତଥା ଆନୁଷଙ୍ଗିକ କ୍ଷେତ୍ରରେ ଉତ୍କର୍ଷ ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ତେବେ ଏହି ଶିକ୍ଷାନୁଷ୍ଠାନ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁ, ଏହା କାମନା କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ବୁଢାବଳଙ୍ଗରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ିଲା

ବାଲେଶ୍ୱର ଅଫିସ, ୨୧।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ...

ଭୋଗ ଖାଇ ଝାଡ଼ାବାନ୍ତିରେ ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବନ୍ତ,୧୨।୧୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଦୋଳପଦି ଓ ମଙ୍ଗୁଲି ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୋମବାର ଆଗରପଡ଼ା ଗୋଷ୍ଠୀ...

ବୁଗୁଡ଼ାରେ ଶଟଡାଉନ୍‌ ପ୍ରଭାବ: ରାସ୍ତାଘାଟ ଶୂନଶାନ

ବୁଗୁଡ଼ା,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଜୁନ୍‌ ମାସ ପ୍ରତ୍ୟେକ...

ଯାନ୍ତ୍ରୀକ ତ୍ରୁଟି ଯୋଗୁ ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ, ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୨।୫(ଡି.ଏନ୍‌.ଏ.)-ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲି ସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ୪ଟି ୟୁନିଟ୍‌ ରହିଛି। ଏଥିମଧ୍ୟରୁ ୧ମ ୟୁନିଟ୍‌ରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା...

ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଇରା,୨୫।୩(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଗଡପୋଖରୀ ଗ୍ରାମ ପଞ୍ଚାୟତ ଅଧୀନ ଗୁଆପାଳ ଗ୍ରାମରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହ୍ନୁ ନାଇକଙ୍କର ୩...

ପାଠ ପଢ଼ିବେ ପାର୍ବତୀ

ବୈପାରିଗୁଡା,୧୭ା୯ (ଡି.ଏନ୍‌.ଏ.): ବାପା ମା’ ସ୍ନେହରୁ ବଞ୍ଚତ୍ତ ପାର୍ବତୀ ପୂଜାରୀଙ୍କ ମୁହଁରେ ହସ ଫୁଟିଛି। ଆର୍ଥିକ ଅନଟନ ଓ ପାରିବାରିକ ଅସୁବିଧା ଯୋଗୁ ତାଙ୍କ ପାଠପଢା...

୧୦ମ ସିକୁ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସେର୍ଶାକୁ ହରାଇ ସେମିଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ

ଧର୍ମଶାଳା,୬-୧୧(ଡି.ଏନ୍‌.ଏ.)- ଧର୍ମଶାଳା ମହୋତ୍ସବ ପଡ଼ିଆରେ ମଙ୍ଗଳବାର ସର୍ବଭାରତୀୟ ଦଶମ ବାର୍ଷିକ ସିକୁ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି। ସାମାଜିକ କର୍ମୀ ନମ୍ରତା ଚଢା ମୁଖ୍ୟଅତିଥି...

ସ୍ବେଚ୍ଛାସେବୀ, ଗଁ। ର ଲୋକ୍‌ ମିଶି ତିଆର କଲେ ରାସ୍‌ତା: ଅଭିଶାପ ପାଲଟିଛେ ଗଁବାସୀକର ଜୀବନ୍‌

ରେଙ୍ଗାଲି, ୨୭।୮ (ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଁଚେତ୍‌ ଅଧୀନ ବୁଧିଆପାଲି ଗଁାର ସ୍କୁଲକେ ସଂଯୋଗ କରୁଥିବାର ରାସ୍‌ତାକେ ମାତୃଭୂମୀ ସ୍ବେଚ୍ଛାସେବୀ ସଂଗଠନ...

Advertisement
Archives

Model This Week