ଉଠାଦୋକାନୀଙ୍କ କବ୍‌ଜାରେ ଫୁଟ୍‌ପାଥ୍‌

ଭୁବନେଶ୍ୱର,୧୯।୭(ବ୍ୟୁରୋ) : ରାଜଧାନୀର ଫୁଟପାଥ୍‌ଗୁଡ଼ିକ ପଥଚାରୀ ଏବଂ ସାଇକେଲ ଚାଳକଙ୍କ ପାଇଁ ଉଦ୍ଦିଷ୍ଟ। କେହି ବି ଫୁଟପାଥ୍‌ ଉପରେ ଦୋକାନ କରି କିମ୍ବା ଗାଡ଼ି ପାର୍କିଂ କରି ତାହାକୁ ଜବରଦଖଲ କରିପାରିବେ ନାହିଁ। ଯିଏ ଜବରଦଖଲ କରିବେ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଏନଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିବ ବୋଲି ବିଏମ୍‌ସି-ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହା କେବଳ ତୁଚ୍ଛା ଘୋଷଣା ବୋଲି ଏବେ ସହରରେ ଆଲୋଚନା ହେଉଛି। ଅଧିକାଂଶ ସ୍ଥାନରେ ଫୁଟ୍‌ପାଥ୍‌କୁ ଉଠାଦେକାନୀ କବ୍‌ଜା କରିଥିଲେ ମଧ୍ୟ ଏହା ଏନଫୋର୍ସମେଣ୍ଟ ଟିମ୍‌କୁ ଦେଖାଯାଉନାହିଁ। ଅନ୍ୟପଟେ ଏନଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ବସ୍ତି ଓ କ୍ଲବକୁ ଉଚ୍ଛେଦ କରିବାରେ ଲାଗିପଡ଼ିଛି। ମାତ୍ର ପ୍ରକୃତ ସମସ୍ୟା ପ୍ରତି ଆଖି ବୁଜି ଦେଇଛି।
ୟୁନିଟ-୧ ହାଟ ନିକଟ ଫୁଟ୍‌ପାଥ୍‌କୁ ଏବେ ସେଠାକାର ଫଳ ଦୋକାନୀ ଅଧା ମାଡ଼ି ବସିଥିବାବେଳେ ଆଉ ଅଧାକ ସ୍ଥାନରେ ବାଇକ୍‌ ପାର୍କିଂ ହେଉଛି। ସେହିପରି କେତେଜଣ ଉଠାବ୍ୟବସୀୟୀ ମଧ୍ୟ ଫୁଟ୍‌ପାଥ୍‌ ଉପରେ ପସରା ମେଲାଇଛନ୍ତି। କେହି ପଞ୍ଜୁରୀ ବିକୁଛି ତ ଆଉ କିଏ ରଶି। ସବୁ ସାମଗ୍ରୀ ଫୁଟପାଥ ଉପରେ ହିଁ ରହୁଛି। ତେଣୁ ପଥଚାରୀଙ୍କ ପାଇଁ ଜାଗା ନାହିଁ। ସେହିପରି ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଘର ସମ୍ମୁଖ ଫୁଟପାଥ୍‌ କଥା ନ କହିବା ଭଲ। ଏଠାରେ ଫୁଟପାଥ୍‌ ଓ ରାସ୍ତା ସବୁ ଜବରଦଖଲ। ୟୁନିଟ-୧ରେ ଚାରା ଏବଂ ବେଡଶିଟ୍‌ ବ୍ୟବସାୟୀଙ୍କ ଅକ୍ତିଆରରେ ଫୁଟପାଥ୍‌ ରହିଛି। କେତେକ ସ୍ଥାନରେ ଡ୍ରେନ୍‌ ଉପରେ ଠେଲାଗାଡ଼ିରେ ଟିଫିନ୍‌ ଷ୍ଟଲ ଖୋଲଯିବା ସହ ପରିବା ବେପାର ଚାଲିଛି। ଏଜିରୁ ରାଜମହଲ ଆସିବା ରାସ୍ତାରେ ବେଡ଼ସିଟ, ଗଦି, କସ୍‌ମେଟିକ୍ସ ଆଦି ବ୍ୟବସାୟୀମାନେ ଫୁଟପାଥକୁ ନିଜ ଘର କରିସାରିଲେଣି। ଫୁଟ୍‌ପାଥ୍‌ରେ ରୋଷେଇ କରିବାଠୁ ଆରମ୍ଭ କରି ରାତିରେ ଖଟିଆ ପକାଇ ଶୋଉଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପ୍ରତି ବି ସେମାନଙ୍କର ଭୟ ନାହିଁ। ବାରମ୍ବାର ଉଚ୍ଛେଦ କଲା ପରେ ଉଠାଦୋକାନୀମାନେ ପୁନର୍ବାର ସେହି ଜାଗା ମାଡ଼ିବସୁଛନ୍ତି। ଏ ନେଇ ବିଡିଏ ଯୋଗସୁତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି କହିଛନ୍ତି, ଫୁଟପାଥ୍‌ ଯେପରି ଦଖଲ ନ ହେବ ସେଥିପାଇଁ ବିଏମ୍‌ସି-ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଥିଲା। ଏବେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବାରମ୍ବାର ଉଚ୍ଛେଦ କଲା ପରେ ବି ଯଦି ଲୋକେ ସଚେତନ ନ ହେବେ ତାହେଲେ ଯେତେ ଉଚ୍ଛେଦ କଲେ କିଛି ଲାଭ ନାହିଁ। ଜବରଦଖଲ ହେବା ପରେ ତା’କୁ ନଜର ରଖିବା ପାଇଁ ସ୍ପେଶାଲ ଜଏଣ୍ଟ ସ୍କାଡ୍‌ ଗଠନ କରାଯାଇଛି। ଯାହାକି ଶିଶୁ ଭବନରୁ ବାଣୀବିହାର ଛକ, ଏଜିଠାରୁ ରାଜମହଲ, ନନ୍ଦନକାନନଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଫୁଟପାଥ୍‌ ଉପରେ ନଜର ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri