ଉଜୁଡ଼ା ସଂସାର ସଜାଡ଼ିଦେଲେ ଶାଶୁ: ବିଧବା ବୋହୂଙ୍କୁ ଦେଲେ ବିବାହ

ତାଳଚେର,୧୪।୯(ନି.ପ୍ର.) – ୫ ମାସ ତଳେ ପୁଅର ବିବାହ କରି ଘରକୁ ବୋହୂଟିଏ ଆଣିଥିଲେ। ପୂଅ-ବୋହୂଙ୍କ ସୁଖର ସଂସାର ଦେଖି ଖୁସିରେ ଉଚ୍ଛୁଳି ଉଠୁଥିଲେ। ଭାବିଥିଲେ ନାତୁଣୀ କି ନାତିଟିଏ ଆସିଲେ କୁଳ ସହ କୋଳ ପୂରିଉଠିଥାନ୍ତା ତାଙ୍କର। ହେଲେ ନିୟତିର ନିର୍ଦ୍ଦେଶ ଥିଲା କିଛି ଭିନ୍ନ। ଜୁଲାଇ ୨୩ ଭରତପୁର ଖଣି ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ବୋହୂର ବିଧବା ବେଶ ବେଶ୍‌ ଯନ୍ତ୍ରଣା ଦେଉଥିଲା ତାଙ୍କୁ। ପୁଅକୁ ହରାଇଥିଲେ ବି ଭାଙ୍ଗି ପଡ଼ି ନ ଥିଲେ ସେ। ବୋହୂକୁ କିପରି ପୁଣି ପୂର୍ବ ରୂପରେ ଦେଖିବେ ସେହି ଯୋଜନାରେ ଥିଲେ ସେବେଠୁ। ଯୋଗକୁ ସହଯୋଗର ହାତ ବଢ଼ାଇଲେ ଭାଇ। ଆଉ ଗତ ୧୧ ତାରିଖରେ ଭାଇର ପୁଅ ପୁତୁରା ସହ ବିଧବା ବୋହୂର ବିବାହ ଦେଇ ଏକ ନିଆରା ଉଦାହରଣ ପାଲଟିଛନ୍ତି ଅନୁଗୋଳ ଜିଲା ତାଳଚେର ବ୍ଲକ ଗୋବରା ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତିମା ବେହେରା।
ପ୍ରତିମାଙ୍କ କହିବା ଅନୁଯାୟୀ, ଗତ ଫେବୃୟାରୀରେ ସେ ପୁଅ ରଶ୍ମିରଞ୍ଜନଙ୍କୁ ତୁରଙ୍ଗ ଗ୍ରାମର ଲିଲି ବେହେରାଙ୍କ ସହ ବିବାହ କରାଇଥିଲେ। ବୋହୂ ନୁହେଁ ଝିଅଟିଏ ଘରକୁ ଆସିଲା ବୋଲି ସେ ଭାବିନେଇଥିଲେ। ବୋହୂ ଲିଲି ମଧ୍ୟ ତାଙ୍କୁ ମା’ ପରି ମାନୁଥିଲେ। ହେଲେ ଜୁଲାଇ ୨୩ ରାତିରେ ଭରତପୁର ଖଣିରେ ପୁଅ ରଶ୍ମିରଞ୍ଜନ କାମ କରୁଥିବା ବେଳେ କୋଇଲା ଅତଡ଼ା ତଳେ ଚାପି ହୋଇଯାଇଥିଲେ। ଖଣିରୁ ପୁଅର ମୃତଦେହ ଉଦ୍ଧାର ପରେ ସେ ହତବାକ ହୋଇଯାଇଥିଲେ। ବିବାହର ମାତ୍ର ୫ ମାସ ପରେ ପୁଅର ଏପରି ମୃତ୍ୟୁ ଓ ଝିଅ ପରି ଚଳୁଥିବା ବୋହୂର ବିଧବା ମୁହଁ ତାଙ୍କୁ ଯେମିତି ଅଥୟ କରିଦେଇଥିଲା। ବୋହୂ କିପରି ପୁଣି ଘରସଂସାର କରନ୍ତା ତାହାକୁ ନେଇ ସେ ଦିନରାତି ଚିନ୍ତାରେ ପଡ଼ିଥିଲେ। ଶେଷରେ ନିଜ ମନ କଥା ଲିଲିଙ୍କୁ କହିଥିଲେ। ମାତ୍ର ଦେଢ଼ମାସ ତଳେ ସ୍ବାମୀଙ୍କୁ ହରାଇଥିବା ଲିଲି ଶାଶୁଙ୍କ ଏପରି କଥାକୁ ଗ୍ରହଣ କରିପାରି ନ ଥିଲେ। ଝିଅ ହୋଇ ତାଙ୍କ ପାଖରେ ସବୁଦିନ ରହିବାକୁ ନିଷ୍ପତ୍ତି କରିଥିବା ଜଣାଇ ଦେଇଥିଲେ। ବୋହୂଠାରୁ ନାସ୍ତିବାଣୀ ଶୁଣି ବି ସେ ଚୁପ୍‌ ହୋଇ ବସି ନ ଥିଲେ। ଅନୁଗୋଳ ହେମସୁରପଡାଠାରେ ରହୁଥିବା ଭାଇ ପ୍ରାଣବନ୍ଧୁ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ପୁତୁରା ସଂଗ୍ରାମଙ୍କ ସହ ବୋହୂର ବିବାହ କଲେ କେମିତି ହୁଅନ୍ତା ବୋଲି ଭାଇଙ୍କୁ ପଚାରିଥିଲେ। ଭଉଣୀ ପ୍ରତିମାଙ୍କ ଏପରି ପ୍ରସ୍ତାବ ପ୍ରାଣବନ୍ଧୁଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଶେଷରେ ବୋହୂ ଲିଲି ମୁହଁରେ ହସ ଫୁଟାଇବାକୁ ଦୁଇ ପରିବାର ଏପରି ଏକ ନିଆରା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ କଥାରେ ସହମତ ହେବା ପରେ ଗତ ୧୧ ତାରିଖରେ ଅନୁଗୋଳ ରାଜକିଶୋରପଡା ଜଗନ୍ନାଥ ମନ୍ଦିରରେ ସଂଗ୍ରାମ ଓ ଲିଲିଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ କାର୍ଯ୍ୟରେ ଉଭୟ ପରିବାର, ବନ୍ଧୁବାନ୍ଧବ ଓ ଲିଲିଙ୍କ ବାପଘର ଲୋକ ମଧ୍ୟ ଉପସ୍ଥିତ ଥିବା ପ୍ରତିମା କହିଛନ୍ତି। ବୋହୂ ଲିଲି ହାତରେ ପୁଣି ଶଙ୍ଖା ଓ ମଥାରେ ସିନ୍ଦୂର ଦେଖି ସେ ଅତି ଆନନ୍ଦିତ। ବାପଘର ପକ୍ଷରୁ ଯେଭଳି ଝିଅକୁ ବିଦାୟ ଦିଆଯାଏ, ଠିକ୍‌ ସେଭଳି ସେ ଲିଲିଙ୍କୁ ଭାଇ ଘରକୁ ପଠାଇବେ ବୋଲି ପ୍ରତିମା ପ୍ରକାଶ କରିଛନ୍ତି। ଶାଶୁ ହୋଇ ବି ବୋହୂ ପ୍ରତି ପ୍ରତିମାଙ୍କ ଏପରି ସ୍ନେହ, ଶ୍ରଦ୍ଧା ଓ କର୍ତ୍ତବ୍ୟପରାୟଣତା ଏବେ ଅନୁଗୋଳ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀ କର୍ମଚାରୀଙ୍କ କଲୋନୀରେ ସରକାରୀ ବାବୁ, ପୋଲିସ; ନାଲ୍‌କୋ ଉପରେ ଚାପ ଚର୍ଚ୍ଚା

ଅନୁଗୋଳ ଅଫିସ/ବଅଁରପାଳ, ୧।୭(ଡି.ଏନ.ଏ.)  କର୍ମଚାରୀଙ୍କ ପାଇଁ କଲୋନୀ ନିର୍ମାଣ କରିଛି ନାଲ୍‌କୋ। ହେଲେ ପ୍ରାୟ ଶତାଧିକ କ୍ୱାର୍ଟର୍ସରେ ରହୁଛନ୍ତି ସରକାରୀ ଅଧିକାରୀ ଓ ପୋଲିସ। ଭଡ଼ା ଦେଉଥିଲେ...

ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର

ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ...

‘ଉତ୍ସାହ ବଢ଼ାଇଛି ଜାତୀୟସ୍ତରର ଟୁର୍ନାମେଣ୍ଟ’

ତାଳଚେର/ଅନୁଗୋଳ ଅଫିସ, ୯।୧୧: ଢେଙ୍କାନାଳ ଷ୍ଟାଡିୟମରେ ଗତ ୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।...

ଅନୁଗୋଳରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶୋ’ ରୁମ୍‌

ଅନୁଗୋଳ ଅଫିସ,୮ା୪: ଅନୁଗୋଳ ବଜାରରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ବଜାରରେ ଥିବା ମଙ୍ଗଲମ୍‌ ନାମକ ଏକ ଡ୍ରେସ୍‌ ଶୋ’ ରୁମ୍‌ ହୁତ୍‌ହୁତ୍‌...

‌କଟକଣା ମାନିଲେନି, ୮ ଵାଇକ ଜଵତ

ମାଧପୁର, ୪।୪ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାରରେ ଲକଡାଉନ କଟକଣା ନ ମାନି ବାହାରେ ବୁଲିବା ଅଭିଯୋଗରେ ଶନିବାର ସନ୍ଧ୍ୟାରେ ପୋଲିସ ୮...

କ୍ଷେତକୁ ନିଅଣ୍ଟ ସାର

ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ...

ଅନୁଗୋଳ ପୋଲିସରେ ୧୬ ଅଧିକାରୀଙ୍କ ଅଦଳବଦଳ

ଅନୁଗୋଳ ଅଫିସ,୨୩ା୬: ଅନୁଗୋଳ ଜିଲା ପୋଲିସରେ ଶନିବାର ରାତିରେ ୧୬ ଜଣ ଅଧିକାରୀଙ୍କ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୫ ଜଣ...

୧ କି.ମି. ବୁହାହେଲେ ଗର୍ଭବତୀ

ଖମାର,୨୩ା୧(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ସଇଡା ଗ୍ରାମ କେଲସାହିକୁ ଭଲ ରାସ୍ତା ନ ଥିବାରୁ ଶନିବାର ଜଣେ ଗର୍ଭବତୀଙ୍କୁ ଏକ କିଲୋମିଟର ଷ୍ଟ୍ରେଚରରେ ବୋହି...

Advertisement
Archives

Model This Week