ଉଚ ଚିକିଛା ଲାଗି ଟଁକା ଅଭାବ୍‌: ୧୨ ବଛର ହେଲା ଖଟେ ପଡ଼ିଛନ୍‌ ଦ୍ରୌପଦୀ

ଭବାନୀପାଟଣା,୨୪।୮(ସ୍ବ.ପ୍ର):
ଦିନେ ନୁହେ କି ଦୁଇ ଦିନ ନୁହେ, ଗଲା ୧୨ ବଛର ହେଲା ଅଜନା ରୋଗ୍‌ରେ ଖଟେ ପଡ଼ି ଅସାହା ଜୀବନ୍‌ ବିତଉଛନ୍‌ ଦ୍ରୌପଦୀ ମାଝି(୧୪)। ଇ ବଏସେ ସେ ପାଠ୍‌ପଢ଼ା ସଂଗେ ସାଂଗସାଥିକର ସଂଗେ ଖେଲକୁଦରେ ସମିଆ ବିତାବାର କଥା। ହେଲେ ଅଜନା ରୋଗ୍‌ ପରଭାବରେ ସେ ସବୁବେଲେ ଖଟେ ପଡ଼ିରହିଛନ୍‌। ଦ୍ରୌପଦୀକେ କାଏଁ ରୋଗ୍‌ ହେଇଛେ ସେଟା ଡାକ୍‌ତର ବି ଫଟିକ୍‌ କହି ନାଇଁପାରବାର। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଥୁଆମୂଲ ରାମପୁର ବ୍ଲକ ପାଡ଼େପଦର ପଁଚେତ୍‌ ସାନଛତ୍ରଙ୍ଗ ଗଁାରେ।
ସୂଚନା ହିସାବେ ସାନଛତ୍ରଙ୍ଗ ଗଁାର ହାମଡ଼ୁ ମାଝି ଆର ସୀତାମଣିକଁର ମଝିଅଁା ଝି’ ଦ୍ରୌପଦୀ ଗଲା ୧୨ ବଛର ହେଲା ଅଜଣା ରୋଗ୍‌ରେ ପୀଡ଼ିତ ହେଇ ଖଟେ ପଡ଼ି ରହିଛନ୍‌। ଛୁଆବେଲେ ତାକର ଇ ଲକ୍ଷନ ଦେଖଲା ଉତାରୁ ମା’ବାପ୍‌ ତାହାକୁ ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାକେ ଚିକିଛା ଲାଗି ନେଇଥିଲେ। ହେଲେ ଡାକ୍‌ତର ଦ୍ରୌପଦୀର କାଣା ହେଇଛେ ଫଟିକ୍‌ କହି ନାଇଁପାରଲେ। ଯେନ୍‌ଥିରଲାଗି ଗରିବ୍‌ ମା’ବାପ୍‌ ଦ୍ରୋପଦୀକେ ଧରି ଘରକେ ଫିରି ଆଏଲେ। ଦିନୁଦିନ୍‌କେ ରୋଗ୍‌ ପରଭାବରେ ଦ୍ରୌପଦୀ ଦୁରବଲ ହେଇଯିବାର ସଂଗେ ତାକର ଗୋଡ଼ହାତ୍‌ ସଁପୁର ହେଇ ସେ ଉଠିବସି ନାଇଁପାରଲେ। ପଛେ ପଛେ ଆହୁରି ଦୁରବଲ ହେଇ ସେ ଠିକ୍‌ ହିସାବେ କଥାବାରତା ବି କରି ନାଇଁପାରଲେ। ଶେଷେ ଖଟ୍‌ ନ ତାକର ସାହାଭରସା ପାଲଟିଥିଲା। ଜନ୍‌ମୁ ସୀତାମଣି ଦ୍ରୌପଦୀର ଖାଏବା ପିଇବାରନୁ ଆରମ୍‌ କରି ସବୁ କାଯ୍‌ ତୁଲଉଛନ୍‌। ଇଆଡ଼େ ବାପ୍‌ ହାମଡ଼ୁ ଫିଦିନ୍‌ କୁଲି ମଜୁରି କଲେ ଯାଇ ଘରର ଚୁଲି ଜଲୁଛେ। ପରିବାରର ପେଟ୍‌ ପାଲବାର ଲାଗି ହେଲେ ହାମଡ଼ୁକୁଁ ଫିଦିନ୍‌ ଯୁଝ୍‌ବାକେ ପଡ଼ୁଛେ। ଏନ୍‌ତାଥି ଟଁକା ପଏସା ଅଭାବୁ ଆମେ ଝି’ ଉଚ ଚିକିଛା କଥା ଚିନ୍‌ତା ବି କରି ନାଇଁ ପାରବାର ବଲି ଦ୍ରୌପଦୀର ମା’ବାପ୍‌ କହିଛନ୍‌। ଯେତେ ଜଲଦି ହେବା ଜିଲା ପରଶାସନ ଇ ଦୁଖି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ଦ୍ରୌପଦୀକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଡା.ବନଲତା ଦାଶକୁଁ ପଚରାଲାରୁ ବହୁତ୍‌ ଜଲଦି ଇ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri