ଉଚ୍ଛେଦ ଆଶଙ୍କାରେ ଥରହର ଏକାମ୍ର:ଉଠାଦୋକାନୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବାଦ

ପୁରୁଣା ଭୁବନେଶ୍ୱର,୮ା୧୨ (ଡି.ଏନ.ଏ.)ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ଏକାମ୍ର କ୍ଷେତ୍ରର ବିଭିନ୍ନ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଉଠାଦୋକାନୀଗୁଡିକୁ ହଟାଯାଇ ଶ୍ରୀଲିଙ୍ଗରାଜ ମନ୍ଦିର କ୍ଷେତ୍ରକୁ ବିଶ୍ୱ ଐତିହ୍ୟ ପାଇଁ ପ୍ରଶାସନ ନୀଳନକ୍ସା ପ୍ରସ୍ତୁତ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ତତ୍‌ତ୍ପରତା ପ୍ରକାଶ ପାଇଛି। ଯାହାକୁ ନେଇ ଉଚ୍ଛେଦ ଆଶଙ୍କାରେ ଥରହର ଏକାମ୍ରକ୍ଷେତ୍ର। ମନ୍ଦିର ସନ୍ନିକଟ ପୁରୁଣା ମାର୍କେଟ ବିଲ୍ଡିଂ ଭଙ୍ଗାଯିବା ପରେ ଶୁକ୍ରବାର ଅନନ୍ତ ବାସୁଦେବ ମନ୍ଦିର ନିକଟରେ ଥିବା ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ଯାଇଥିଲା। ପରେ ଅନେକ ଜବରଦଖଲ ଉଚ୍ଛେଦ କରାଯିବାକୁ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ମନ୍ଦିରର ଉତ୍ତରଦ୍ୱାର ଓ ମୁଖ୍ୟ ତଥା ପୂର୍ବପଟ ଦ୍ୱାର ନିକଟରେ ଗଢି ଉଠିଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବା ନେଇ ନୋଟିସ୍‌ ଜାରି ହୋଇଛି। ଏହାପରେ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଛି। କୌଣସି ଦୂରଦୃଷ୍ଟି ନ ଥାଇ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ମନ୍ଦିରଠାରୁ ଅନତି ଦୂରରେ ନୂତନ ମାର୍କେଟ କମ୍ପ୍ଲେକ୍ସ ଏବଂ ଯାତ୍ରୀ ନିବାସ କରିଛି। ଏଥିରେ ବ୍ୟବସାୟୀମାନଙ୍କୁ ଆଶାନୁରୂପକ ଭାବେ ଥଇଥାନ କରାଯାଇ ପାରିନାହିଁ। ଯାହାକୁ ବିରୋଧ କରି ଶନିବାର ମନ୍ଦିର ସମ୍ମୁଖରେ ଟାୟାର ଜଳି କ୍ଷୁଦ୍ର ବ୍ୟବସାୟୀମାନେ ପ୍ରଥମେ ସେମାନଙ୍କୁ ଥଇଥାନ କରିବାକୁ ପ୍ରତିବାଦ ଜଣାଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏକାମ୍ର କ୍ଷେତ୍ରକୁ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ସରକାରଙ୍କ ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ। ହେଲେ ପୁରୁଷ ପୁରୁଷ ଧରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ଆମ ଭଳି ବ୍ୟବସାୟୀମାନଙ୍କୁ ସେହି ମାର୍କେଟ ପରିସରରେ ବଳକା ଜମିରେ ନୂତନ ଗୃହ ନିର୍ମାଣ କରି ଥଇଥାନ କରାଯାଉ। ଦୀର୍ଘ ୪ ଘଣ୍ଟା ଧରି ଏଭଳି ପ୍ରତିବାଦ ହୋଇଥିଲେ ହେଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନ ଥିଲା। ଏଣୁ ପୁରୀ ଭଳି ଆମକୁ ଥଇଥାନ କରିବା ପରେ ପ୍ରଶାସନ ଉଚ୍ଛେଦ କରୁ ବୋଲି ବ୍ୟବସାୟୀମାନେ କହିଥିଲେ।
୨ ଡିସିମିଲ ଜମିରୁ ଉଚ୍ଛେଦ ହେବେ ୬ ଦଳିତ ପରିବାର
ମିଳିତ ଉଚ୍ଛେଦ ଟିମ୍‌ ଘୋଷଣାରେ ୬ ଦଳିତ ସଫେଇ କର୍ମଚାରୀଙ୍କ ପରିବାର ଆଶଙ୍କାରେ। ପୁରୁଣା ଭୁବନେଶ୍ୱର ରକ୍ତଭଣ୍ଡାରକୁ ଲାଗି ରହିଛି ୨ ଡିସିମିଲ ସରକାରୀ ଜମି। ଏଠାରେ ବେଆଇନ ଭାବେ ଦଖଲ କରି ରହୁଥିବା ଭୂମିହୀନ ଦଳିତଙ୍କୁ ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ଆସନ୍ତା ସୋମବାର ଏଠାରୁ ବିତାଡିତ କରାଯିବା ନେଇ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଛି। ମାତ୍ର ୨ ଡିସିମିଲ ଜମି ଉପରେ ୬ ଗୋଟି ପରିବାର ୧୫ରୁ ଊର୍ଦ୍ଧ୍ୱ ସଦସ୍ୟ ରହୁଛନ୍ତି। ଏମାନଙ୍କୁ ବିଜୁଳି, ପାଣି, ଆଦିର ମୌଳିକ ସୁବିଧା ନ ଯୋଗାଇ ହଠାତ୍‌ ଉଚ୍ଛେଦ କରାଯିବା ନେଇ ପ୍ରଚାର ହେବା ପରେ ସେମାନେ ଭାଙ୍ଗି ପଡିଛନ୍ତି। ଏଠାରେ ରହୁଥିବା ବିଳାସ ନାୟକ(୭୦) କୁହନ୍ତି, ପର ଘରେ ସଫେଇ କାମ କରି ଯାହା ରୋଜଗାର ହୁଏ ସେଥିରେ ଚଳିଯାଏ। ମୁଁ ମୋର ଦୁଇ ବେକାର ପିଲାଙ୍କୁ ଧରି କେଉଁଆଡେ ଯିବି। ଏହିସବୁ ସମସ୍ୟାରେ ଜୁଝି ହେଉଥିବା ସଫେଇ କର୍ମଚାରୀ ପଙ୍କଜିନୀ ନାୟକ, ଟୁକୁନା ନାୟକ, ବିଜୟ ନାୟକ ପ୍ରମୁଖଙ୍କ ପରିବାର ପ୍ରଶାସନର ରାତି ଅଧିଆ ଘର ଭଙ୍ଗା ନିଷ୍ପତ୍ତିରେ ନିଦ ହଜାଇ ଦେଇଛି। ଏମାନଙ୍କ ମତରେ ଆମେ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସ୍ବାଗତ କରୁଛୁ। ମାତ୍ର ପ୍ରତିପତିଶାଳୀ ଜବରଦଖଲକାରୀଙ୍କ ବେଆଇନ ନିର୍ମାଣ ମଠ, ମନ୍ଦିର, ହସ୍ପିଟାଲ ଆଦି ପ୍ରଥମେ ଉଚ୍ଛେଦ କରାଯାଇ ଠାକୁରଙ୍କ ତହବିଲକୁ ଅଣାଯାଉ। ପରେ ଆମମାନଙ୍କୁ ଉଚ୍ଛେଦ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ବଢ଼ିବ ପାହାଳ ମିଠା ଦର

ବାଲିଅନ୍ତା,୧୧।୧୦(ଡି.ଏନ୍‌.ଏ): ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବୃଦ୍ଧି ପରେ ଛେନାଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଫଳରେ ପାହାଳ ମିଠା ଦର ନିର୍ଦ୍ଧାରଣ...

ଝାରସୁଗୁଡ଼ାରେ ହେବ କୋଲ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର/ଝାରସୁଗୁଡା (ଡି.ଏନ୍‌.ଏ.):୪।୨: ଝାରସୁଗୁଡାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ (ସିବିଟି) ସ୍ଥାପନ ନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କୋଇଲା ଖଣି ମାମଲାଗୁଡିକର...

କୋରାପୁଟରେ ସର୍ବଦଳୀୟ ବୈଠକ

କୋରାପୁଟ,୧୧।୧୧(ସ୍ବ.ପ୍ର.): କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ନେଇ ମଙ୍ଗଳବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ନିର୍ବାଚନ ସରିଲା, ତେଲ ଦର ବଢ଼ିଲା

ଭୁବନେଶ୍ୱର,(ବ୍ୟୁରୋ) ନୂଆଦିଲ୍ଲୀ,୫ା୫: ଦେଶବାସୀ ଯାହା ଆଶଙ୍କା କରୁଥିଲେ ତାହା ବର୍ତ୍ତମାନ ସତ ହୋଇଛି। ପଶ୍ଚିମବଙ୍ଗ ସମେତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ...

ରଥଯାତ୍ରା ପ୍ରସାରଣ ଉପରେ ରହିବନି କଟକଣା

ପୁରୀ ଅଫିସ,୨୫।୬: ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଶୁକ୍ରବାର ଏକ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଉପଜିଲାପାଳ ଭବତାରଣ ସାହୁ...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ...

ରାଜପଥ ମନ୍ତ୍ରଣାଳୟ ‘ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ ପ୍ରକାଶିତ: ୨.୩୭ ପ୍ରତିଶତ ମୃତ୍ୟୁ ହାର ବଢ଼ିଛି

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ ଜାରି କରାଯାଇଛି। ଏହା ହେଉଛି ମନ୍ତ୍ରଣାଳୟ ଅଧୀନ...

ବିଦ୍ୟୁତ୍‌ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ

ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ...

Advertisement
Archives

Model This Week