ଉଚ୍ଛେଦକୁ ବିରୋଧ: ୧୦୦୧ ଦୀପଦାନ, କଳାକନା ବାନ୍ଧି ଧାରଣା

ପୁରୀ ଅଫିସ,୧୨ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପଟୁ ୭୫ ମିଟର ପରିଧିରେ ଥିବା କୋଠା, ମଠ ଭଙ୍ଗାଯିବ। ଜିଲା ପ୍ରଶାସନ ପକ୍ଷରୁ ଦୁଇ ସପ୍ତାହ ଧରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ବିସ୍ଥାପିତଙ୍କ ଲାଗି ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏଥିପ୍ରତି ଲୋକଙ୍କ ଭରସା ପାଉନାହିଁ। ଅତୀତରେ ଉଚ୍ଛେଦ ହୋଇଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। ତେଣୁ କୌଣସି ପରିସ୍ଥିତିରେ ଭାଟିମାଟି ଛାଡ଼ିବୁ ନାହିଁ ବୋଲି ଜିଦ୍‌ ଧରି ଶତାଧିକ ମହିଳା ଗୁରୁବାର ବାସେଳି ଠାକୁରାଣୀଙ୍କ ନିକଟରେ ୧୦୦୧ ଦୀପ ଜାଳି, ମୁଖରେ କଳାପଟି ବାନ୍ଧି ନୀରବ ଧାରଣା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ସେମାନେ ନିନ୍ଦା କରିଛନ୍ତି। ବିସ୍ଥାପିତ ପରିବାର କିପରି ଚଳିବେ, କେଉଁଠି ପୁଣି ଦୋକାନ କରିବେ ସେନେଇ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି। ଶ୍ରୀମନ୍ଦିର ପଛପଟେ ରହୁଥିବା ବାସେଳି ସାହି, ମାର୍କଣ୍ଡେଶ୍ୱର ସାହି, ପଶ୍ଚିମ ଦ୍ୱାର ସାହି, ହରଚଣ୍ଡି ସାହି, ଗଡନ୍ତି ଉପର ସାହି ଏବଂ ଉଚ୍ଛେଦ ହେବାକୁ ଥିବା ଅନ୍ୟ ସାହିର ମହିଳାମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ସେମାନେ ଉଚ୍ଛେଦକୁ ତୀବ୍ର ବିରୋଧ କରିଛନ୍ତି। ପ୍ରଥମେ ଥଇଥାନ କରାଯାଉ ବୋଲି ସେମାନେ କହିଛନ୍ତି। ୨୦ବର୍ଷର ଶାସନ କାଳରେ ନବୀନ ସରକାର ପୁରୀବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇ ପାରିଲେ ନାହିଁ। ଡ୍ରେନେଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଅସରାଏ ବର୍ଷାରେ ଲୋକଙ୍କ ଘରେ ପାଣି ପଶୁଛି। ଉନ୍ନତମାନର ଚିକିତ୍ସାଳୟ ନାହିଁ। ପିଲାଙ୍କ ଲାଗି ଭଲ ଖେଳପଡିଆ ନିର୍ମାଣ ହୋଇପାରିଲା ନାହିଁ। ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ ନିର୍ମାଣ ସରକାରଙ୍କ ଫାଇଲରେ ସୀମିତ ରହିଛି। ଅନ୍ୟପଟେ ସରକାର ଶ୍ରୀକ୍ଷେତ୍ରର ବିକାଶ ଏବଂ ମହାପ୍ରଭୁଙ୍କ ତ୍ୟାଗ ଲାଗି ଆହ୍ବାନ ଦେଉଛନ୍ତି। ସରକାର ସହରବାସୀଙ୍କ ତ୍ୟାଗର ମୂଲ୍ୟ ବୁଝିବା ଦରକାର। ଉଚ୍ଛେଦ ନେଇ ସ୍ଥାୟୀ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?