ଉଚ୍ଚଶିକ୍ଷା ବିଭାଗର କଡ଼ା ନିଷ୍ପତ୍ତି:କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେଶିିନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କାର୍ଯ୍ୟରେ ଠକୁଥିବା କର୍ମଚାରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ କଡ଼ା ନିଷ୍ପତ୍ତି ନେଇଛି। କର୍ମଚାରୀମାନେ ଆଉ ଅଳ୍ପ ସମୟ କାମ କରି ପଳାଇ ଯାଇପାରିବେ ନାହିଁ। କାରଣ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍‌ ସିଷ୍ଟମ୍‌ ଲାଗିବ। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେଶିନ୍‌ରେ ନିଜର ଉପସ୍ଥାନ ପକାଇବେ। ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ନ ହେଲେ ଅନୁପସ୍ଥିତ ବୋଲି ବିବେଚନା କରାଯିବ। ଶତ ପ୍ରତିଶତ ଉପସ୍ଥାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଏଭଳି ନିୟମ ଆପଣେଇଛି। କର୍ମଚାରୀ ମେଶିନରେ ଆଙ୍ଗୁଠି ଛାପ ଦେଇ ‘ଅଫିସ ଇନ୍‌’ ଓ ‘ଅଫିସ ଆଉଟ୍‌’ କରିବେ। ନିୟମାନୁସାରେ, ପ୍ରତିଦିନ କର୍ମଚାରୀମାନେ ସକାଳ ୧୦ଟାରେ ଅଫିସରେ ପହଞ୍ଚତ୍ୟିବେ। ତେବେ ବିଭିନ୍ନ ସ୍ଥିତିକୁ ନଜରରେ ରଖି ଅଧ ଘଣ୍ଟା ରିହାତି ରଖାଯାଇଛି। ଅର୍ଥାତ୍‌ ପ୍ରତିଦିନ ୧୦ଟାରୁ ସାଢ଼େ ୧୦ଟା ଭିତରେ କର୍ମଚାରୀମାନେ ଅଫିସରେ ପହଞ୍ଚତ୍ବେ। ସାଢ଼େ ସାତ ଘଣ୍ଟା ହିସାବ କରି ସେମାନେ ଅଫିସ ଛାଡ଼ିପାରିବେ। ୧୦ଟା ୩୦ ପରେ ଓ ୧୧ଟା ପୂର୍ବରୁ ପଞ୍ଚ ଇନ୍‌ କଲେ ଲେଟ୍‌ ଆଟେଣ୍ଡାନ୍ସ ଭାବେ ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି। ଏମିତି ହେଲେ ସମ୍ପୃକ୍ତ କର୍ମଚାରୀ କାଜୁଆଲ୍‌ ଲିଭ୍‌ ପାଇଁ ଆବେଦନ କରିବେ। ଏଭଳି ଭୁଲ୍‌ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ପରେ ହେଲେ ଅନୁପସ୍ଥିତି ଭାବେ ବିଚାର କରାଯିବ। ବିଭାଗ ନିର୍ଦ୍ଦେଶ ଅନୁସାରେ, ସାଢ଼େ ୭ଘଣ୍ଟା କାର୍ଯ୍ୟ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଯଦି କେହି ୪ଘଣ୍ଟାରୁ ଅଧିକ, କିନ୍ତୁ ସାଢ଼େ ୭ଘଣ୍ଟାରୁ କମ୍‌ କାର୍ଯ୍ୟ କରିବେ ତେବେ ସେମାନଙ୍କର ହାଫ୍‌ ଡେ’ ଲିଭ୍‌ ପଡ଼ିବ। ଯଦି କେହି ୪ଘଣ୍ଟାରୁ କମ୍‌ କାର୍ଯ୍ୟ କରିବେ, ତେବେ ସେହିଦିନ ସେ ଅନୁପସ୍ଥିତ ବୋଲି ଗଣାଯିବ। ସେହିଭଳି ଦିନ ୧୧ଟା ପରେ ଆଟେଣ୍ଡାନ୍ସ ପଡ଼ିଲେ ଛୁଟି ବୋଲି ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଅପହୃତ ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ କେରଳରୁ ଉଦ୍ଧାର...

‘ଭାରତ ପଢ଼େ ଅନ୍‌ଲାଇନ୍‌’: କୁଳପତି, ଅଧ୍ୟକ୍ଷକଙ୍କ ପରାମର୍ଶ ଲୋଡ଼ିଲା ୟୁଜିସି

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସ୍କୁଲ୍‌ ଓ ପାଠପଢ଼ା ବନ୍ଦ ରହିଛି। ଏହା ପିଲାଙ୍କ ଭବିଷ୍ୟତ ପ୍ରସଙ୍ଗ...

ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କରୋନା ମହାମାରୀ ଥମିଛି। ଦୀର୍ଘଦିନ ଧରି ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କଳାକାରମାନେ ମଞ୍ଚକୁ ଯିବାକୁ ଚାହିଁ ବସିଛନ୍ତି। ଏପଟେ କରୋନାର କୋପ ଭିତରେ...

ବଦଳିବ କି ଖରାଛୁଟି ନଷ୍ପତ୍ତି, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ୨୨।୪(ବ୍ୟୁରୋ) : ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ’ରେ...

ନକଲି ଚେକ୍‌ରେ ବ୍ୟାଙ୍କରୁ ୨.୮୭ କୋଟି ଠକେଇ

ଭୁବନେଶ୍ୱର, ୯।୧(ବ୍ୟୁରୋ): ନକଲି ଚେକ୍‌ରେ ବ୍ୟାଙ୍କରୁ ୨.୮୭ କୋଟି ଟଙ୍କା ଉଠାଇ ନେଇଥିବା ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି।...

ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା...

ଜାଲ ସାର୍ଟିଫିକେଟ, କୋଟିଆ ବିବାଦକୁ ଗୃହରେ ହଙ୍ଗାମା: ଅପରାହ୍ନ ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର,୩୧।୩(ବ୍ୟୁରୋ): ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହ ସରଗରମ। ଉଭୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ। ଏପରିକି ବାଚସ୍ପତିଙ୍କ ପୋଡିୟମ...

ଭେଡେନ୍‌ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍‌ଆର୍‌ସି

କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ...

Advertisement
Archives

Model This Week