Posted inଜାତୀୟ

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା ନାମକ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବାବେଳେ ତାଙ୍କ ସହ ଏକ ଟିମ୍‌ କାମ କରୁଥିବା ଜଣାପଡ଼ିଛି। ପ୍ରଥମେ ବେଙ୍ଗାଲୁରୁରେ ଇ-ଟିକେଟ କାରବାର କରୁଥିବାବେଳେ ବେଆଇନ ସଫ୍ଟଓ୍ବେୟାର କାମ ଜାରି ରଖିଥିବା ଆର୍‌ପିଏଫ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଆଇବି, ଇଡି, ଏନ୍‌ଆଇଏ, କର୍ନାଟକ ପୋଲିସ ମୁସ୍ତାଫାଙ୍କୁ ଜେରା କରୁଥିବା ପ୍ରକାଶ। ମଦ୍ରାସାରେ ପାଠ ପଢିଥିବା ମୁସ୍ତାଫା ମନିଲଣ୍ଡରିଂ କରି ଆତଙ୍କବାଦୀଙ୍କୁ ଫଣ୍ଡିଂ କରୁଥିବା ଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ଅରୁଣ କୁମାର ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୁସ୍ତାଫାଙ୍କ ଲାପ୍‌ଟପ୍‌ରେ ବହୁ ବିଦେଶୀଙ୍କ ନାମ ଠିକଣା, ମୋବାଇଲ ନମ୍ବର, ଏକାଧିକ ବ୍ୟାଙ୍କ, ସଫ୍ଟଓ୍ବେୟାର କମ୍ପାନୀର ଲିଙ୍କ୍‌ ଧରାପଡ଼ିଛି। ଜଣେ ସଫ୍ଟଓ୍ବେୟାର ଡେଭେଲପର ଭାବେ ମାସକୁ କୋଟି କୋଟି ଟଙ୍କା ରୋଜଗାର କରି ବେଆଇନ କାମରେ ଲଗାଉଥିବା ଅଭିଯୋଗ ହେବା ପରେ ତଦନ୍ତ ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କୁ ପାରିଲେନି ୨୦୦ରୁ ଅଧିକ ଭାଜପା ଏମ୍‌ପି: ପୁଣି ଏଏପି ହାତରେ କ୍ଷମତା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଯାଉଛି। ଭାଜପା ପ୍ରଚାର...

ନେତୃତ୍ୱ ସଙ୍କଟ ଦୂର ନ କଲେ ବୁଡି ଯାଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୨।୭: ଦେଶର ପୂରାତନ ଦଳ ଭାବେ ଏକଦା ଦେଶର ପୂର୍ବରୁ ନେଇ ପଶ୍ଚିମ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ରତା ବଜାୟ ରଖିଥିବା...

ଦିଲ୍ଲୀ କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ...

ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ

ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି...

କଂଗ୍ରେସକୁ ପୁଣି ଝଟ୍‌କା, ଗୁଲାମ ନବୀଙ୍କ ସମର୍ଥନରେ ୩୬ ଛାତ୍ରନେତାଙ୍କ ଇସ୍ତଫା…

ନୂଆଦିଲ୍ଲୀ, ୧।୯ : କଂଗ୍ରେସରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦ...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପଛରେ ଭାଜପାର ହାତ: ଠାକରେ

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରେ ଦଳକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶେଷ ପ୍ରୟାସ ଚଳାଇଛନ୍ତି । ଦଳର ଜିଲା ଓ ବିଭାଗ...

ଦୁର୍ଦ୍ଦାନ୍ତ ମାଓବାଦୀ ଦମ୍ପତି ଗିରଫ

ରାଞ୍ଚି,୧୨।୧୧: ସିପିଆଇ ମାଓବାଦୀ ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡିଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ପୋଲିସ ଗିରଫ କରିଛି। ...

ରାହୁଲ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ନେବି ସନ୍ୟାସ: ହରିଶ୍‌ ରାଓ୍ବତ

ଡେରାଡୁନ୍‌,୨୩।୧୧: ଦେଶରେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ କଂଗ୍ରେସ ନେତା ହରିଶ୍‌...

Advertisement
Archives

Model This Week