ଇସ୍ପାତ କ୍ଷେତ୍ରରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦କୋଟି

ଭୁବନେଶ୍ୱର, ୨।୪(ବ୍ୟୁରୋ): ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିଥିଲେ। ସେହିପରି ଇସ୍ପାତ କ୍ଷେତ୍ର ପିଏସ୍‌ୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତଭାବେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୫୦୦ କୋଟି ଦାନ କରିଛନ୍ତି। ଏଥିସହ ଏହାର କର୍ମଚାରୀମାନେ ନିଜ ଦରମାରୁ ଅତିରିକ୍ତ ୧୫ କୋଟି ଟଙ୍କା ଫଣ୍ଡକୁ ପ୍ରଦାନ କରିଛନ୍ତି ବୋଲି ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି ଯେ, ଇସ୍ପାତ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସହଯୋଗ ପ୍ରଶଂସନୀୟ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସ୍‌ୟୁ ପକ୍ଷରୁ ଗତ ସୋମବାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସ୍‌ୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ପ୍ରଦାନ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଉଁଳିଗଲେଣି କ୍ରୋମ୍‌ ଶିଳ୍ପସଂସ୍ଥା

ଯାଜପୁର ଅଫିସ,୧୦।୪: ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ ଏସିଆର ୯୭% କ୍ରୋମାଇଟ୍‌ ଗଚ୍ଛିତ ରହିଛି। ଏହାସତ୍ତ୍ୱେ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ କ୍ରୋମାଇଟ୍‌ ଉପରେ ନିର୍ଭର କରି...

ଭିଡିଓ କନଫରେନ୍ସରେ ହୋଇପାରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୪।୬(ବ୍ୟୁରୋ): କରୋନା (କୋଭିଡ୍‌-୧୯) ମହାମାରୀ ସଂକ୍ରମଣ ବିଧାନସଭା ଅଧିବେଶନ ବସିବା କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ଆସନ୍ତା ୬ ମାସ ଅର୍ଥାତ୍‌ ସେପ୍ଟେମ୍ବର ମଧ୍ୟରେ ବାଚସ୍ପତି...

ବିଜେଡି ବିଧାୟକ ଦଳ ବୈଠକରେ ବଦଳିଲା ସ୍ବର : ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ସମୟ ବଦଳିବା ସହ ରାଜନୀତିରେ ସ୍ବର ବଦଳିଥାଏ। ବଦଳୁଥିବା ସ୍ବର ନୂଆ ରଣନୀତିର ରୂପ ନିଏ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ସେପରି...

ଆଜି ଦେବଦମ୍ପତିଙ୍କ ବିବାହ:ବୈଦିକ ରୀତିରେ ସରିଲା ମଙ୍ଗଳକୃତ୍ୟ

ଆରଡ଼ି, ୭।୬ (ଡି.ଏନ.ଏ.)- ଶୁକ୍ରବାର ଦେବଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ବାଣ ରୋଶଣି ସାଙ୍ଗକୁ ଯୋଡ଼ି...

ବରଦାନ ସାବ୍ୟସ୍ତ ହେବ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାରା ରାଜ୍ୟରେ ବୁଧବାରଠାରୁ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି। ଏଥିପାଇଁ ରାଜ୍ୟ ପ୍ରଶାସନର ସମସ୍ତ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଏହା କେତେ...

୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା : ମନ୍ଦିର ଗାଥା ଶୁଣିଲେ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୮।୭(ବ୍ୟୁରୋ): ପୁରୁଣା ଭୁବନେଶ୍ୱରରେ ଖ୍ରୀଷ୍ଟପୂର୍ବ ୧୦ମ ଶତାବ୍ଦୀରେ ନିର୍ମିତ ଶୈବାଳୟ ମୁକ୍ତେଶ୍ୱର ମନ୍ଦିରରୁ ୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା ରବିବାର ଆରମ୍ଭ ହୋଇଥିଲା। ୨୭ଜଣ ପର୍ଯ୍ୟଟକଙ୍କୁ...

୪ ମହଲା ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ

ବେଙ୍ଗାଲୁରୁ,୨୭।୪: କର୍ନାଟକ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ରୋଗୀ ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୋମବାର...

ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି...

Advertisement

BGU

Archives

Model This Week

Why Dharitri