ଇସ୍ତଫା ଧମକ

ତେଲଙ୍ଗାନାର ପୋଲିସ୍‌ ଏକାଡେମୀ ମୁଖ୍ୟ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଭି.କେ. ସିଂହ ପଦୋନ୍ନତିରୁ ବଞ୍ଚିତ ହେଲେ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସିଂ ରାଜ୍ୟ ମୁଖ୍ୟ ସଚିବ ସୋମେଶ କୁମାରଙ୍କୁ ଚିଠି ଲେଖିଛନ୍ତି ଯେ, ତାଙ୍କୁ ତିନିମାସ ପୂର୍ବେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପଦବୀ ପାଇଁ ପ୍ୟାନେଲଭୁକ୍ତ କରାଯାଇଥିଲେ ବିି ସରକାର ଏ ଯାଏ ତାଙ୍କ ପଦୋନ୍ନତି ବିଷୟରେ କିଛି ବିଚାର କରି ନାହାନ୍ତି।
ସୂଚନାନୁସାରେ ସିଂ ଡିଜିପି ପାହ୍ୟାକୁ ପଦୋନ୍ନତି ପାଇବାକୁ ଆଶା କରୁଛନ୍ତି। କିନ୍ତୁ ଏପ୍ରିଲରେ ସ୍ବତନ୍ତ୍ର ସୁରକ୍ଷା ବାହିନୀ ଡିଜି ତେଜଦୀପ କୌର ମେନନ ଏବଂ ମାର୍ଚ୍ଚରେ ସଡ଼କ ସୁରକ୍ଷା ପ୍ରାଧିକରଣ ଡିଜି ଟି. କୃଷ୍ଣା ପ୍ରସାଦ ଅବସର ନେବା ପରେ ଉକ୍ତ ପଦବୀଗୁଡ଼ିକ ଖାଲି ଥିଲେ ମଧ୍ୟ ସରକାର ଏଯାଏ ତାଙ୍କୁ ପଦୋନ୍ନତି ଦେଇନାହାନ୍ତି।
ସିଂ ହେଉଛନ୍ତି ୧୯୮୭-ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏବଂ ସେ ଅଭିଯୋଗ କରିଛନ୍ତି ଯେ, ତେଲଙ୍ଗାନା କ୍ୟାଡରର ୧୯୮୬ ବ୍ୟାଚ୍‌ ଅଧିକାରୀଙ୍କୁ ତିନିବର୍ଷ ପୂର୍ବେ ପଦବୀ ଖାଲି ନ ଥିଲେ ବି ପଦୋନ୍ନତି ଦିଆଯାଇଥିଲା। ସେହିଭଳି ୧୯୮୯ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଆଇଏଏସ୍‌ ଅଧିକାରୀମାନେ ମଧ୍ୟ ପଦବୀ ଖାଲି ନ ଥାଇ ପଦୋନ୍ନତି ପାଇଛନ୍ତି। ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟର ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀମାନେ ବହୁ ଆଗରୁ ପଦୋନ୍ନତି ପାଇଛନ୍ତି।
ତେବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଜଣକ ନିଜ ଧମକକୁ କାର୍ଯ୍ୟକାରୀ କରିବେ କି?

ମହାନ୍‌ ବଳିଦାନ
ବାବୁ-ନିରୀକ୍ଷକମାନେ କୋଭିଡ୍‌-୧୯ ମହାମାରୀ ବିରୋଧରେ ଭାରତ ସରକାରଙ୍କ ଲଢ଼େଇ ଉପରେ ନଜର ରଖିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲକ୍‌ଡାଉନ୍‌ ସମୟରେ ଅତି କମ୍‌ରେ ଛଅଟି ରାଜ୍ୟରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କୁ ତାଙ୍କ କାର୍ଯ୍ୟରୁ ଅନ୍ତର କରାଯାଇଛି। ନିକଟରେ ଉତ୍ତରାଖଣ୍ଡ ସରକାର ପ୍ରମୁଖ ସ୍ବାସ୍ଥ୍ୟ ସଚିବ ନୀତେଶ ଝାଙ୍କୁ ତାଙ୍କ ପଦବୀରୁ ହଟାଇ ଜଳସେଚନ ବିଭାଗକୁ ସ୍ଥାନାନ୍ତର କରିଛନ୍ତି।
ସମଦଶାର ସମ୍ମୁଖୀନ ହୋଇଥିବା ଅନ୍ୟ ବାବୁମାନେ ହେଉଛନ୍ତି- ବିହାରର ସଞ୍ଜୟ କୁମାର, ପଶ୍ଚିମବଙ୍ଗର ବିବେକ କୁମାର, ଗୁଜରାଟର ଜୟନ୍ତୀ ରବି, ଓଡିଶାର ଏନ୍‌.ବି. ଧଳ ଏବଂ ମଧ୍ୟପ୍ରଦେଶର ପଲ୍ଲବୀ ଜୈନ ଗୋଭିଲ। କୋଭିଡ-୧୯ ସଙ୍କଟକୁ ମୁକାବିଲା କରିବାରେ ବିଫଳ ହେବା ଯୋଗୁ ସେମାନେ ନିଜ ନିଜର ପଦ ହରାଇଥିବା ଜଣାପଡ଼ିଛି। କୌତୂହଳର ବିଷୟ ହେଉଛି, ଉକ୍ତ ଅଧିକାରୀମାନେ ଦେଶରେ ମହାମାରୀ ସଂକଟ ସୃଷ୍ଟି ହେବା ପୂର୍ବରୁ ନିଜ ନିଜର ରାଜନୈତିକ ମୁନିବଙ୍କ ପାଖଲୋକ ଭାବେ ଗଣା ହେଉଥିଲେ।
ଅନେକେ ପ୍ରଶ୍ନ କରୁଛନ୍ତି କି ଏହି ବାବୁମାନେ ମହାମାରୀ ସଙ୍କଟର ମୁକାବିଲା କରିବାରେ ବିଫଳ ହେବା ଯୋଗୁ ପଦବୀ ହରାଇଛନ୍ତି ନା ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଜନ ସମାଲୋଚନାରୁ ବଞ୍ଚେଇବା ପାଇଁ ବଳି ପଡ଼ିଛନ୍ତି? ଏହି ରାଜ୍ୟଗୁଡିକ ଦେଶର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଏବଂ ମହାମାରୀର ମୁକାବିଲା ପାଇଁ ସଂଘର୍ଷ କରୁଛନ୍ତି, ଯଦିଚ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିିବାରେ ଲାଗିଛି। ବୋଧହୁଏ ନେତାମାନଙ୍କ ପାଇଁ କାହାକୁ ନା କାହାକୁ ବଳିବୋଦା ବନେଇ ସମାଲୋଚନାରୁ ଦୂରେଇ ରହିବା ସହଜ ଏବଂ ସେମାନେ ଜନସାଧାରଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହାନ୍ତି ଯେ ଏଇମାନଙ୍କ ଅପାରଗତା ଯୋଗୁ ହିଁ ସମସ୍ୟା ବୃଦ୍ଧି ପାଇଛି, ଯଦିଚ ତାହା ଠିକ୍‌ ନୁହେଁ।

ସିଭିସିଙ୍କ ନିର୍ଦ୍ଦେଶନାମା
ନୂତନ ମୁଖ୍ୟ ଭିଜିଲାନ୍ସ କମିଶନର (ସିଭିସି) ସଞ୍ଜୟ କୋଠାରୀ ସମସ୍ତ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗକୁ ବାବୁମାନଙ୍କ ଅବସର ନେବାର ଯଥେଷ୍ଟ ପୂର୍ବରୁ ସେମାନଙ୍କ ବିରୋଧରେ ଆଭ୍ୟନ୍ତରୀଣ ଅନୁସନ୍ଧାନ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସମ୍ପୃକ୍ତ ବାବୁମାନେ ଅବସର ନେବାକୁ ଥିବା ମାସର ପ୍ରଥମ ସପ୍ତାହରେ ତାଙ୍କ ବିରୋଧରେ ଅନୁସନ୍ଧାନ ପାଇଁ ଅନୁରୋଧ କରି ଚିଠି ପଠାଇବାକୁ କୋଠାରୀ ସମସ୍ତ ମୁଖ୍ୟ ଭିଜିଲାନ୍ସ ଅଫିସର (ସିଭିଓ) ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତମାସରେ ସିଭିସି ଭାବରେ ନିଯୁକ୍ତ ହେବା ପରେ କୋଠାରୀଙ୍କ ଏହା ପ୍ରଥମ ପ୍ରମୁଖ ନିଷ୍ପତ୍ତି। ବାସ୍ତବରେ ୨୦୦୭ ପରଠାରୁ ଅନେକ ସିଭିସି ଅଭିଯୁକ୍ତ ବାବୁମାନଙ୍କୁ ଯଥାସମୟରେ ନ୍ୟାୟ ପରିସରକୁ ଆଣିବାକୁ ନିଶ୍ଚିତ କରିବା ଲାଗି ସରକାରୀ ବିଭାଗଗୁଡ଼ିକୁ ଚିଠି ଲେଖିଆସିଛନ୍ତି। କିନ୍ତୁ ତାହା ହୋଇନାହିଁ। ଅନେକ ବାବୁଙ୍କ ବିରୋଧରେ ଦୁର୍ନୀତିର ବହୁ ମାମଲା ରହିଥିଲେ ମଧ୍ୟ ଅବସର ନେବା ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥାଏ। କୋଠାରୀ ତାଙ୍କ ଚିଠିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କ ବିରୋଧରେ ଥିବା ମାମଲାକୁ ପ୍ରାଥମିକତା ଦେବାକୁ ସିଭିଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ କରିଛନ୍ତି। ଅଧିକନ୍ତୁ, ସରକାରୀ କର୍ମଚାରୀଙ୍କ ବିରୋଧରେ ଅନୁସନ୍ଧାନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବା ସିଭିଓମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଦୀର୍ଘ ଦିନ ଧରି ଗଡ଼ି ଆସୁଥିବା ଉକ୍ତ ପ୍ରସଙ୍ଗରେ କୋଠାରୀ ସ୍ପଷ୍ଟତଃ କିଛି ଅଗ୍ରଗତି ଦେଖିବାକୁ ଚାହାନ୍ତି, କିନ୍ତୁ ସରକାରୀ ବ୍ୟବସ୍ଥା ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବ ତ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri