Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର: ଶାହାବାଜ ଚାମ୍ପିୟନ

ଭୁବନେଶ୍ୱର,୧୫।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ଶେଷ ହୋଇଛି। ପଶ୍ଚିମବଙ୍ଗର ଶାହାବାଜ ଆଦିଲ ଖାଁ ଟାଇଟଲ ହାସଲ କରିଛନ୍ତି। ପ୍ରତିଯୋଗିତାର ଦଶମ ଦିବସରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ସେ ଓଡ଼ିଶାର ସୁବ୍ରତ ଦାସଙ୍କୁ ୬-୪ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଫାଇନାଲ ମ୍ୟାଚ୍‌ରେ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଶାହାବାଜ ୫୮-୬୩, ୪୨- ୬୮, ୬୩- ୨୫, ୫୮-୧୪, ୬୭-୦, ୪୩- ୫୭, ୬୯- ୪୩, ୬୫- ୯୧, ୫୮- ୦୧, ୭୧-୧୭ ଫ୍ରେମ୍‌ରେ ବିଜୟୀ ହୋଇ ବାଜି ମାରିଛନ୍ତି।
ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶାହାବାଜ ନିଜ ରାଜ୍ୟର ମନୀଷ ଜୈନଙ୍କୁ ୫-୩ (୬୨- ୨୭, ୪୭- ୭୬, ୩୦- ୫୬, ୪୭- ୩୪, ୭୨-୦, ୪୨- ୭୨, ୧୨୦-୦, ୬୯- ୨୬)ରେ ହରାଇ ଫାଇନାଲକୁ ଉଠଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ସୁବ୍ରତ ଓଡ଼ିଶାର ଅନ୍ୟତମ ଖେଳାଳି ଆକାଶ ମହାପାତ୍ରଙ୍କୁ ୫-୧ (୫୯- ୫୭, ୫୯- ୩୨, ୬୩- ୬୭, ୬୦- ୩୫, ୬୧- ୧୭, ୪୦- ୧୪)ରେ ହରାଇ ଫାଇନାଲରେ ପ୍ରବେଶ କରଥିଲେ। ୧୦ ଦିନ ଧରି ଚାଲିଥିବା ଏହି ସ୍ନୁକର ଟୁର୍ନାମେଣ୍ଟ ସଫଳତାର ସହ ଅନୁଷ୍ଠିତ ହୋଇଛି।
ଟୁର୍ନାମେଣ୍ଟ କୋଅର୍ଡିନେଟର ଗୋବିନ୍ଦ ଶର୍ମା ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରିଥିଲେ। ଏହି ଅବସରରେ ସମସ୍ତ ପ୍ରାୟୋଜକ ଓ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ୬ ପକେଟ୍ସ କ୍ଲବ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ପୋଡୁ ଚାଷବେଳେ ହଠାତ୍‌ ମାଡିଆସିଲା ଭୟଙ୍କର ବର୍ଷା, ପବନ: ଗଛ ମୂଳେ ଆଶ୍ରୟ ନେଇଥିବା ୩ ମହିଳାଙ୍କୁ ମାରିଲା ବିଜୁଳି

  ଥୁଆମୂଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମର ନୁନ ପାଣି ପାହାଡ଼ ନିକଟରେ ଆଜି ଏକ…

ଦିଗପହଣ୍ଡି ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ; ନାଗରିକଙ୍କ ସହଭାଗିତା, ସଚେତନତା, ସୁଶାସନ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri