ଇଲେକ୍ଟୋରାଲ ବଣ୍ଡ: ଆର୍‌ବିଆଇକୁ ଉପେକ୍ଷା

ନୀତୀନ ସେଠୀ
ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚିତ ହେବାର ଅଳ୍ପଦିନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ଗୋପନରେ ପାଣ୍ଠି ଯୋଗାଣ ଲାଗି ତରତର ହେଉଥିବା ମୋଦି ସରକାର ଏ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମତାମତ ନେଇଛନ୍ତି ବୋଲି ଛଳନା କରିଛନ୍ତି। ବାସ୍ତବରେ ଆର୍‌ବିଆଇ ଯେଉଁ ପରାମର୍ଶ ଦେଇଥିଲା ସରକାର ତାହାକୁ ଅଗ୍ରାହ୍ୟ କରିଦେଇଥିବା ହଫ୍‌ପୋଷ୍ଟ ଇଣ୍ଡିଆ ହାତରେ ପଡ଼ିଥିବା ଅପ୍ରକାଶିତ ଦଲିଲରୁ ଜଣାପଡ଼ିଛି। ମାର୍ଚ୍ଚ ୨୦୧୮ରୁ ଏ ପର୍ଯ୍ୟନ୍ତ ଅନୂ୍ୟନ ୬୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ହୋଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ ପକ୍ଷରୁ ସଂଗୃହୀତ ତଥ୍ୟ ଅନୁସାରେ ପ୍ରଥମ ଦଫାରେ ଯେଉଁ ୨୨୨ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି ହୋଇଥିଲା, ସେଥିରୁ ଏକା ଭାଜପା ଭାଗରେ ପଡ଼ିଛି ୯୫ ପ୍ରତିଶତ ଟଙ୍କା। ୨୦୧୭ ବଜେଟର ଚାରିଦିନ ପୂର୍ବରୁ ଜଣେ ବରିଷ୍ଠ ଟ୍ୟାକ୍ସ ଅଫିସର ପାର୍ଲାମେଣ୍ଟରେ ଉପସ୍ଥାପନ ହେବାକୁ ଥିବା ଅର୍ଥମନ୍ତ୍ରୀଙ୍କ ଦଲିଲରେ ଏକ ସଂକେତ ଦେଖିବାକୁ ପାଇଥିଲେ। ୨୦୧୭ ଫେବୃୟାରୀ ୧ରେ ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚନ କରିବାକୁ ଚାହୁଁଥିବା ତତ୍‌କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କ ଭାଷଣରେ କହିଥିଲେ: ଏହା ହେଉଛି ଏକ ଆଇନାନୁମୋଦିତ ବ୍ୟବସ୍ଥା ଯାହା ମାଧ୍ୟମରେ କର୍ପୋରେଟ୍‌ମାନେ ରାଜନୈତିକ ଦଳଗୁଡ଼ିକୁ ବେନାମୀ ଭାବେ ଅସୀମିତ ପାଣ୍ଠି ଦାନ କରିପାରିବେ।
ଆଇନରେ ପରିଣତ ହେବା ପରେ ଉକ୍ତ ବେନାମୀ ଇଲେକ୍ଟୋରାଲ ବଣ୍ଡ୍‌ ରାଜନୀତିରେ ବଡ଼ ବ୍ୟବସାୟିକ ସଂସ୍ଥାଗୁଡ଼ିକର ପ୍ରଭାବକୁ ଆଇନାନୁମୋଦିତ କରିଦେବ ଏବଂ ସେମାନେ ଭାରତୀୟ ରାଜନୀତିରେ ସେମାନଙ୍କ ପୁଞ୍ଜିନିବେଶ କରିବାର ସୁଯୋଗ ପାଇବେ। କିନ୍ତୁ ଗୋଟିଏ ବାଧା ହେଲା ଏଥିରେ ଆର୍‌ବିଆଇର ଅନୁମୋଦନ ଦରକାର। ଉକ୍ତ ବେନାମୀ ଦାନକୁ ଆଇନାନୁମୋଦିତ କରିବାକୁ ହେଲେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆକ୍ଟର ସଂଶୋଧନ ଦରକାର ବୋଲି ବରିଷ୍ଠ ଟ୍ୟାକ୍ସ ଅଧିକାରୀ ଜାନୁୟାରୀ ୨୮, ୨୦୧୭ରେ ଅର୍ଥ ମନ୍ତ୍ରଣାଳୟରେ ଥିବା ତାଙ୍କ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଲେଖିଥିଲେ। ସେ ପ୍ରସ୍ତାବିତ ସଂଶୋଧନର ଚିଠା ପ୍ରସ୍ତୁତ କରି ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଇଥିଲେ। ସେହିଦିନ ୧ଟା ୪୫ ମିନିଟରେ ଉକ୍ତ ଅଧିକାରୀ ଜଣକ ଆର୍‌ବିଆଇର ଡେପୁଟି ଗଭର୍ନରଙ୍କ ପାଖକୁ ଏକ ପାଞ୍ଚଧାଡ଼ିଆ ଇମେଲ ପଠାଇ ତାଙ୍କର ମତାମତ ଲୋଡ଼ିଥିଲେ। ଜାନୁୟାରୀ ୩୦ରେ ଏ ସମ୍ପର୍କରେ ଆର୍‌ବିଆଇର ମତାମତ ମିଳିଥିଲା। ଆର୍‌ବିଆଇ କହିଥିଲା ଯେ ଆର୍‌ବିଆଇ ଆକ୍ଟର ସଂଶୋଧନ କରି ଇଲେକ୍ଟୋରାଲ ବଣ୍ଡ୍‌କୁ ଆଇନାନୁମୋଦିତ କରାଗଲେ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିବ। ତାହା ଭାରତୀୟ ବ୍ୟାଙ୍କନୋଟ୍‌ ଉପରେ ଥିବା ବିଶ୍ୱାସକୁ ନଷ୍ଟ କରିବା ସହ ମନିଲଣ୍ଡରିଂକୁ ପ୍ରୋତ୍ସାହନ ଦେବ ଏବଂ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ମୂଳ ନୀତିକୁ ନଷ୍ଟ କରିବ।
ଆର୍‌ବିଆଇର କହିବା ଅନୁସାରେ ଇଲେକ୍ଟୋରାଲ ବଣ୍ଡ୍‌ ହେଉଛି ଏକପ୍ରକାର ‘ବିୟରର୍‌ ବଣ୍ଡ୍‌’- ଏକ ମାରାତ୍ମକ ଅସ୍ବଚ୍ଛ ଆର୍ଥିକ ଉପକରଣ, ଯେଉଁଥିରେ ତା’ର ଦାତାଙ୍କ ନାମ ଗୋପନ ରହିଥାଏ। ବିୟରର୍‌ ଉପକରଣଗୁଡ଼ିକ ଭଙ୍ଗାଇଲେ ତାହା ମୁଦ୍ରାରେ ପରିଣତ ହୋଇଥାଏ ଏବଂ ତାହାର ପରିମାଣ ଯଦି ଉଲ୍ଲେଖନୀୟ ହୁଏ, ତେବେ ତାହା ଆର୍‌ବିଆଇ ଇସ୍ୟୁ କରୁଥିବା ବ୍ୟାଙ୍କନୋଟ୍‌ ଉପରୁ ଭରସା କମାଇଦେବ। କିଏ ରାଜନୈତିକ ଦଳଗୁଡ଼ିକୁ ଟଙ୍କା ଦେଲେ ଏହି ବଣ୍ଡ୍‌ରୁ ତାହା ଜଣାପଡ଼ିବ ନାହିଁ। ଆର୍‌ବିଆଇଠାରୁ ଏପରି ପ୍ରତିକୂଳ ମତାମତ ପାଇବା ପରେ ସରକାର ନିଜ ଯୋଜନାକୁ ସ୍ଥଗିତ ରଖିବା କଥା। କିନ୍ତୁ ଏ ସମ୍ପର୍କରେ ମୋଦି ସରକାରଙ୍କ ତୁଙ୍ଗ କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇସାରିଥିଲେ। ଆର୍‌ବିଆଇର ଉଦ୍‌ବେଗକୁ ତତ୍କାଳୀନ ରାଜସ୍ବ ସଚିବ ହସମୁଖ ଆଧିଆ ସେହିଦିନ ହିଁ ଏକ ଛୋଟ ପାରାଗ୍ରାଫ୍‌ ମାଧ୍ୟମରେ ଅଗ୍ରାହ୍ୟ କରିଦେଇଥିଲେ। ଆଧିଆ ଅର୍ଥ ବ୍ୟାପାର ସଚିବ ତପନ ରାୟ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପାଖକୁ ଉକ୍ତ ପାରାଗ୍ରାଫ୍‌ରେ ଲେଖିଥିଲେ ଯେ, ଦାତାଙ୍କ ନାମ ଗୋପନ ରଖିବାର ଉଦ୍ଦେଶ୍ୟ ଆର୍‌ବିଆଇ ଠିକ୍‌ଭାବେ ବୁଝିପାରି ନାହିଁ। ଦାତାଙ୍କ ପୂର୍ଣ୍ଣ ଟିକସ ପଇଠ ହୋଇଥିବା ଅର୍ଥରୁ ହିଁ ଏହି ଦାନ ଦିଆଯିବାର ବ୍ୟବସ୍ଥା ଅଛି ବୋଲି ସେ ଉଲ୍ଲେଖ କରିଥିଲେ। ଆର୍‌ବିଆଇର ମତକୁ ଖଣ୍ଡନ କରିବା ପାଇଁ ଯଥେଷ୍ଟ ଯୁକ୍ତି ପ୍ରଦାନ କରିବା ବଦଳରେ ତାଙ୍କ ନୋଟ୍‌ ଜଣାଇଦେଉଥିଲା ଯେପରି ସରକାର ଉକ୍ତ ବିରୁଦ୍ଧ ମତ ପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି।
ଫାଇନାନ୍ସ ବିଲ୍‌ ଛପା ସରିବା ପରେ ଆର୍‌ବିଆଇର ମତାମତ ପହଞ୍ଚିଛି, ତେଣୁ ସରକାର ନିଜ ପ୍ରସ୍ତାବରେ ଆଗକୁ ଯାଇପାରିବେ ବୋଲି ଆଧିଆ ଯାହା ଲେଖିଛନ୍ତି ତାହା ଠିକ୍‌ ନୁହେଁ, କାରଣ ମତାମତ ଦେବା ପାଇଁ ଆର୍‌ବିଆଇକୁ ଯେଉଁଦିନ ଲେଖାଯାଇଥିଲା, ଠିକ୍‌ ସେହିଦିନ ହିଁ ଆର୍‌ବିଆଇ ତା’ର ମତାମତ ଦେଇଥିଲା ଏବଂ ଉକ୍ତଦିନ ହିଁ ତାଙ୍କ ସହକର୍ମୀ ଆଧିଆଙ୍କ ସହ ଏକମତ ହେଲେ। ବିଦ୍ୟୁତ୍‌ ଗତିରେ ଫାଇଲ ଦୌଡ଼ିଲା ଏବଂ ଅର୍ଥମନ୍ତ୍ରୀ ଜେଟ୍‌ଲୀ ସଙ୍ଗେ ସଙ୍ଗେ ଚିଠା ପ୍ରସ୍ତାବ ଉପରେ ଦସ୍ତଖତ କରିଦେଲେ। ତା’ର ଦୁଇଦିନ ପରେ ରାଜନୈତିକ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ଆଣିବା ପାଇଁ ଜେଟ୍‌ଲୀ ଇଲେକ୍ଟୋରାଲ ବଣ୍ଡ ସୃଷ୍ଟି ଓ ଆର୍‌ବିଆଇ ଆକ୍ଟର ସଂଶୋଧନ ଲାଗି ପ୍ରସ୍ତାବ ଦେଇଥିଲେ। ତା’ ପର ମାସରେ ଫାଇନାନ୍ସ ବିଲ୍‌ ୨୦୧୭ ଗୃହୀତ ହୋଇ ପ୍ରସ୍ତାବ ଆଇନରେ ପରିଣତ ହେଲା।
ସୁତରାଂ ଆର୍‌ବିଆଇ ଆଇନକୁ ବଦଳାଇ ଓ ଅନ୍ୟ ସଂଶୋଧନ କରି ତରବରିଆ ଭାବେ ନୂତନ ଆଇନ ପ୍ରଣୀତ ହେଲା, ଯାହା ଭାରତୀୟ ରାଜନୈତିକ ଦଳଗୁଡ଼ିକ ଲାଗି ବିଶେଷତଃ ଭାରତୀୟ ଜନତା ପାର୍ଟି (ଭାଜପା) ନିମନ୍ତେ ଛପର-ଫଡ଼ା ଆୟର ବାଟ ସୁଗମ କରିଦେଲା। ଅତୀତରେ କର୍ପୋରେଟ୍‌ଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ଯାହା ଦାନ ଦେଉଥିଲେ ତାହା ତାଙ୍କ ଆନୁଆଲ୍‌ ଷ୍ଟେଟ୍‌ମେଣ୍ଟରେ ଉଲ୍ଲେଖ କରିବାକୁ ପଡ଼ୁଥିଲା। ତା’ଛଡ଼ା ସେମାନେ ତାଙ୍କ ତିନିବର୍ଷର ହାରାହାରି ବାର୍ଷିକ ଲାଭର ୭.୫ ପ୍ରତିଶତରୁ ଅଧିକ ଦେଇପାରୁ ନ ଥିଲେ। ବିଦେଶୀ କମ୍ପାନୀମାନେ ଭାରତୀୟ ରାଜନୈତିକ ଦଳଗୁଡ଼ିକୁ ଆଦୌ ଦାନ କରିପାରୁ ନ ଥିଲେ। କିନ୍ତୁ ଭାଜପା ନେତୃତ୍ୱାଧୀନ ସରକାରଙ୍କ ଉକ୍ତ ସଂଶୋଧନ ସେ ସବୁକିଛିକୁ ବଦଳାଇଦେଲା।
ଶେଲ୍‌ କମ୍ପାନୀଗୁଡ଼ିକ, ଯାହାଙ୍କର ନିର୍ଦ୍ଦିଷ୍ଟ କିଛି ବ୍ୟବସାୟ ନାହିଁ, ବ୍ୟକ୍ତି ତଥା ଅନ୍ୟ ଆଇନଗତ ସଂସ୍ଥା ଯଥା ଟ୍ରଷ୍ଟଗୁଡ଼ିକ ମଧ୍ୟ ଏବେ ବେନାମୀ ଭାବେ ଅସୀମିତ ପରିମାଣର ଇଲେକ୍ଟୋରାଲ ବଣ୍ଡ୍‌ କିଣି ଚୁପ୍‌ଚାପ ନିଜ ପସନ୍ଦର ରାଜନୈତିକ ଦଳଗୁଡ଼ିକୁ ଦେଇପାରିବେ। ଏବେ ବିଦେଶୀ କମ୍ପାନୀଗୁଡ଼ିକ ମଧ୍ୟ ଭାରତୀୟ ରାଜନୀତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଇପାରିବେ।
ବର୍ତ୍ତମାନ ଅବସରପ୍ରାପ୍ତ ନାଭାଲ୍‌ ଅଫିସର କମୋଡୋର ଲୋକେଶ ବାତ୍ରାଙ୍କ ଦ୍ୱାରା ପ୍ରଦତ୍ତ ଦଲିଲ ଅନୁସାରେ ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ସୁପ୍ରିମ୍‌କୋର୍ଟ ଯାଞ୍ଚ କରୁଛନ୍ତି। ବାତ୍ରା ଏଥିରେ ଦର୍ଶାଇଛନ୍ତି କିପରି ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବ୍ୟାଙ୍କଗୁଡ଼ିକର ଅଭିଭାବକ ଭାରତୀୟ ରିଜର୍ଭ ବ୍ୟାଙ୍କର ପରାମର୍ଶକୁ ମୋଦି ସରକାର ଉପେକ୍ଷା ଓ ଅଗ୍ରାହ୍ୟ କରି ତରବରିଆ ଭାବେ ଆଇନ ପାସ୍‌ କରିଛନ୍ତି, ଯାହାଦ୍ୱାରା କେବଳ ଭାରତୀୟ ନୁହେଁ ବିଦେଶୀ କମ୍ପାନୀମାନେ ମଧ୍ୟ ବେନାମୀ ଭାବେ ରାଜନୈତିକ ଦଳଗୁଡ଼ିକୁ ଦାନ କରିପାରିବେ।
ସରକାର ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ଆର୍‌ବିଆଇର ପ୍ରାରମ୍ଭିକ ପ୍ରତିବାଦକୁ କେବଳ ଅଗ୍ରାହ୍ୟ କରିନାହାନ୍ତି, ବରଂ ଉକ୍ତ ସ୍କିମ୍‌ ଦ୍ୱାରା ଯେପରି କମ୍‌ ପ୍ରବଞ୍ଚନା ଘଟେ ଓ ଭାରତୀୟ ମୁଦ୍ରା ଅସ୍ଥିର ହେବାର କମ୍‌ ସମ୍ଭାବନା ରହେ, ତାହା ଉପରେ ବ୍ୟାଙ୍କ ଯେଉଁ ପ୍ରସ୍ତାବ ଦେଇଥିଲା, ତାକୁ ମଧ୍ୟ ଅଣଦେଖା କରିଛନ୍ତି।
ଅର୍ଥ ମନ୍ତ୍ରଣାଳୟ ଏକ ଇମେଲ୍‌ ମାଧ୍ୟମରେ ହଫ୍‌ପୋଷ୍ଟ ଇଣ୍ଡିଆକୁ କହିଛନ୍ତି ଯେ, ଏହା ନିର୍ଦ୍ଦିଷ୍ଟ ପ୍ରଶ୍ନର ବିଶଦ ଉତ୍ତର ଦେଇପାରିବ ନାହିଁ କାରଣ ଏହା ଆସନ୍ତାବର୍ଷର ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ମନ୍ତ୍ରଣାଳୟ ପୁଣି କହିଛି ଯେ, ସରଳ ବିଶ୍ୱାସରେ ସବୁ ନିଷ୍ପତ୍ତି ନିଆଯାଇଛି। ଇମେଲ ମାଧ୍ୟମରେ ଯେଉଁ ପ୍ରସଙ୍ଗଗୁଡ଼ିକ ଉଠାଯାଇଥିଲା, ସେଗୁଡ଼ିକ ତତ୍କାଳୀନ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ନୀତିଗତ ନିଷ୍ପତ୍ତି ସମ୍ପର୍କରେ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ଯେ, ସରକାରୀ ସଂସ୍ଥାଗୁଡ଼ିକର ସବୁ ନିଷ୍ପତ୍ତି ସରଳ ବିଶ୍ୱାସରେ ଏବଂ ବୃହତ୍ତର ଜନସ୍ବାର୍ଥରେ ନିଆଯାଇଥାଏ। ବିଭିନ୍ନ ଦୃଷ୍ଟିକୋଣରୁ କୌଣସି ନିଷ୍ପତ୍ତିର ବ୍ୟାଖ୍ୟା କରାଯାଇପାରେ। ତେଣୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଯେଉଁସବୁ ଦିଗକୁ ବିଚାରକୁ ନିଆଯାଇଥିଲା ତାହାର ଏକ ଉପଯୁକ୍ତ ସ୍ପଷ୍ଟୀକରଣ ଦିଆଯିବା ଉଚିତ।
(ସୌଜନ୍ୟ: ହଫିଙ୍ଗ୍‌ଟନ୍‌ପୋଷ୍ଟ.ଇନ୍‌)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?