ଇରାକ୍‌ରେ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ

ର୍କିକୁକ(ଇରାକ),୫।୯: ତାଲିବାନ୍‌ ଆତଙ୍କବାଦୀ ସଙ୍ଗଠନ ଆଫ୍‌ଗାନିସ୍ତାନ ଦଖଲ ପରେ ବର୍ତ୍ତମାନ ଇରାକ୍‌ରେ ଆତଙ୍କବାଦୀ ଆଇଏସ୍‌ଆଇଏସ୍‌ର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ଗୁଳିରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ଇରାକର କିରଫୁକ ସହରରେ ଏହି କାଣ୍ଡ ଘଟିଛି।

ଇରାକ ପୋଲିସର ଜଣେ ଅଧିକାରୀ କହିଛନ୍ତି, ସହରର ଏକ ଚେକ୍‌ ପଏଣ୍ଟ ନିକଟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଫୁଟାଇଥିଲେ। ଫଳରେ ଘଟଣାସ୍ଥଳରେ ପୋଲିସ କର୍ମୀଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଜନସାଧାରଣ ଏବଂ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । କିଛିଦିନ ହେଲା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଇରାକ୍‌ ସେନା ଓ ପୋଲିସକୁ ଟାର୍ଗେଟ କରୁଛନ୍ତି । ଏହା ଚଳିତ ବର୍ଷ ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ ଆକ୍ରମଣ।

ସୂଚନା ଯୋଗ୍ୟ, କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବୋମା ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ହାତ ଥିବା ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ବିସ୍ଫୋରଣରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…

ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ...

ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୩

ସିନ୍ଧ,୨୦।୩: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଶୁକ୍ରବାର ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା...

କରୋନା ଭାଇରସକୁ ସବୁଦିନ ପାଇଁ ହଟାଇ ଦେବି: ଟ୍ରମ୍ପ

ୱାଶିଂଟନ,୧୧ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନାରେ ପୀଡ଼ିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି । ଏତିବି ବେଳେ ସେ...

ସିନୋଭାକ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ଜେନେଭା, ୨ା୬: ଚାଇନା ଦ୍ୱିତୀୟ କରୋନା ଟିକା ସିନୋଭାକ୍‌ର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ଦେଇଛି। ଏହି ଟିକା ଉତ୍ପାଦନ, କାର୍ଯ୍ୟକାରିତା...

ସାଟେଲାଇଟ୍‌ ହ୍ୟାକିଂ ପରେ ସାଇବର ଯୁଦ୍ଧର ଧମକ ଦେଲା ରୁଷିଆ…

ମସ୍କୋ,୩।୩ : ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଦେଶର ଉପଗ୍ରହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ହ୍ୟାକରମାନଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ...

ଭୁଲ୍‌ରେ ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି

ଇସଲାମାବାଦ,୧୧।୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହଓ୍ବାଜ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍‌ ସାଦିକ୍‌ ଭୁଲ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ନାଁ...

ମୋଦିଙ୍କୁ ଭେଟିବେ ଜିନ୍‌ପିଙ୍ଗ୍‌: ହେବନି କଶ୍ମୀର ପ୍ରସଙ୍ଗରେ ଆଲୋଚନା

ବେଜିଂ,୧୮।୯: ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ୍‌ ଏକ ଶିଖର ସମ୍ମିଳନୀରେ ଭେଟିବେ। ତେବେ ଏହି ସାକ୍ଷାତ୍‌କାରରେ କଶ୍ମୀର ପ୍ରସଙ୍ଗ...

ଋଣ ବୋଝ ତଳେ ୩ ବଡ଼ ଦେଶ…

ଓ୍ବାଶିଂଟନ, ୧୨।୪ : ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶର ସରକାରଙ୍କ ଉପରେ ଋଣ ବୋଝ ୯.୫ ପ୍ରତିଶତ ବୃଦ୍ଧି ପାଇବ। ଏହା ସହିତ ମୋଟ...

Advertisement
Archives

Model This Week