Posted inଖେଳ

ଇମ୍ରାନ ଖାନ୍‌ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି। ରାଉଲପିଣ୍ଡି ଏକ୍ସପ୍ରେସ୍‌ ନାମରେ ପ୍ରସିଦ୍ଧ ସୋଏବ କହିଛନ୍ତି, ବିରାଟ କୋହଲି ନିଜ ଫିଟ୍‌ନେସ୍‌ଙ୍କୁ ନେଇ ବେଶ୍‌ ସଚେତନ। ତାଙ୍କୁ ଭାରତୀୟ ଦଳ ଅନୁକରଣ କରୁଛି। ଯଦି ଅଧିନାୟକ କଡା ଟ୍ରେନିଂ, ଫିଟ୍‌ନେସ୍‌ ଉପରେ ଧ୍ୟାନ ଏବଂ ରନ୍‌ ସ୍କୋର କରନ୍ତି ତେବେ ଦଳ ତାଙ୍କୁ ଅନୁକରଣ କରିବା ସ୍ବାଭାବିକ। ଅଧିନାୟକ ଦଳର ଏକ ଶକ୍ତିଶାଳୀ ଚରିତ୍ର। ଇମ୍ରାନ ଖାନ୍‌ ପାକିସ୍ତାନର ଅଧିନାୟକ ଥିବାବେଳେ ତାଙ୍କୁ ଦଳ ସେମିତି ଅନୁକରଣ କରୁଥିଲା ବୋଲି ଅଖତର କହିଛନ୍ତି। ଭାରତ ଅନ୍ତର୍ଜାତୀୟ କ୍ରିକେଟରେ ଯେଉଁଭଳି ପ୍ରଦର୍ଶନ କରୁଛି ତାକୁ ପାକିସ୍ତାନ ଦଳ ଶିଖିବା ଉଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟ୍‌କା

ନୂଆଦିଲ୍ଲୀ,୨୩।୨: ଗୁରୁବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟ୍‌କା ଲାଗିଛି। ଦଳର ଦୁଇ ଷ୍ଟାର ଖେଳାଳି...

ଅନ୍ତିମ ୪ ଓଭରରେ ମ୍ୟାଚ୍‌କୁ ଫେରିଲା ନ୍ୟୁଜିଲାଣ୍ଡ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ନାମ୍ବିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ୪ ଓଭରରେ ମ୍ୟାଚ୍‌ ଫେରିଛି। ଆମନ୍ତ୍ରଣ ପାଇ...

‘ମୁର୍ଖଙ୍କ ଭଳି କାର୍ଯ୍ୟ କଲେ, ପରିଣାମ ଭୋଗିବାକୁ ପଡ଼େ’

ନୂଆଦିଲ୍ଲୀ,୧୭।୨: ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଖେଳିବେ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ...

ବୀରଙ୍କୁ ୧୯ ବର୍ଷରୁ କମ୍‌ ସ୍କ୍ବାଶ ଟାଇଟଲ

ନୂଆଦିଲ୍ଲୀ,୨୯।୬(ପିଟି)- ଭାରତୀୟ ଖେଳାଳି ବୀର ଛୋଟ୍ରାନି ସାଥି ଖେଳାଳି ଯଶ ଫାଡତେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ଏସିଆନ୍‌ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି।...

ନେଦରଲାଣ୍ଡ୍ସ ୨-୦ରେ ଜିତିଲା

ଦୋହା,୨୨ା୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପରେ ଚିତାକର୍ଷକ ବିଜୟ ହାସଲ କରିଛି ନେଦରଲାଣ୍ଡ୍ସ। ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ହେଁ ନେଦରଲାଣ୍ଡ୍ସ ଗୋଲକିପର ଆଣ୍ଡ୍ରିସ୍‌...

ନୀତିଶ ୟୁପି ଯୋଦ୍ଧା ଅଧିନାୟକ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)- ଜୁଲାଇ ୨୦ରୁ ଆରମ୍ଭ ହେବ ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ର ୭ମ ସଂସ୍କରଣ। ମଙ୍ଗଳବାର ଯୁବ ଡିଫେଣ୍ଡର ନୀତିଶ କୁମାରଙ୍କୁ ୟୁପି ଯୋଦ୍ଧାର...

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଟିମ୍‌ ଇଣ୍ଡିଆ

ପୋଚେଫଷ୍ଟରୁମ, ୨୭।୧: ଟିମ୍‌ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ପୋଚେଫଷ୍ଟରୁମ୍‌ର ସେନଓ୍ବେସ ପାର୍କରେ ଖେଳାଯାଇଥିବା...

କୋଭିଡ୍‌-୧୯ ସତ୍ତ୍ୱେ ଏସିଆନ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହେବ

କୁଆଲାଲମ୍ପୁର,୧୫।୪ (ଏଏଫ୍‌ପି): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଏସିଆରେ ସବୁ ଆଗଧାଡିର ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।...

Advertisement
Archives

Model This Week