ଇମ୍ରାନ ଖାନ୍‌ଙ୍କୁ ପ୍ରଥମ ସ୍ତ୍ରୀଙ୍କ ପ୍ରଶ୍ନ, ତୁମେ କେମିତି କଳା ଯାଦୁ କରୁଛ

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଅତୀତ ତାଙ୍କ ପିଛା ଛାଡୁନି। ଏଥର ସେ ନିଜ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ଙ୍କ ରୋଷର ଶିକାର ହୋଇଛନ୍ତି। ଜେମିମା ଏକ ପୋଷ୍ଟର ଟୁଇଟ୍‌ କରି ଇମ୍ରାନଙ୍କ ଉପରେ ବର୍ଷିଛନ୍ତି। ଏହି ପୋଷ୍ଟରରେ ଇମ୍ରାନ ଏକ ଚେୟାର ଉପରେ ବସିଥିବାବେଳେ ଜେମିମା ଏବଂ ଅନ୍ୟ ଜଣେ ମହିଳାଙ୍କୁ ବୁର୍ଖା ପିନ୍ଧିଥିବାର ଦେଖାଯାଇଛି। ଏହାର କ୍ୟାପସନରେ ସେ ଉର୍ଦ୍ଦୁରେ ଲେଖିଛନ୍ତି, କିଏ ଲଲିଉଡ୍‌(ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରୀ) ପସନ୍ଦ କରେ ନାହିଁ? ଆଜି ଜଣେ ବନ୍ଧୁ ଲାହୋରରେ ଏହି ପୋଷ୍ଟର ଲାଗିଥିବାର ଦେଖିଥିଲେ। ଯାହାର କ୍ୟାପସନ୍‌ ରହିଛି ତୁମେ କେମିତି କଳା ଯାଦୁ କରୁଛ? ଏହାପୂର୍ବରୁ ଇମ୍ରାନଙ୍କ ଦ୍ୱିତୀୟ ସ୍ତ୍ରୀ ରେହମ ଖାନ୍‌ ମଧ୍ୟ ନିଜ ପୁସ୍ତକରେ ଇମ୍ରାନଙ୍କ ଉପରେ ବର୍ଷିଥିଲେ ଏବଂ କଳା ଯାଦୁ ବିଷୟରେ ଉଲ୍ଲେଖ କରିଥିଲେ। ୨୦୧୫ରେ ଜାନୁୟାରୀରେ ଉଭୟ ବିବାହ କରିଥିଲେ ମଧ୍ୟ ଏହା ମାତ୍ର ୧୦ ମାସ ପର୍ଯ୍ୟନ୍ତ ତିଷ୍ଠି ଥିଲା। ସୂଚନାଯୋଗ୍ୟ, ଜେମିମା ଗୋଲ୍ଡସ୍ମିଥ୍‌ ଜଣେ ବିଦେଶୀ ମହିଳା। ୨୦୦୪ରେ ଇମ୍ରାନ ତାଙ୍କ ବିବାହ କରିଥିଲେ। ଏହାପରେ ରେହମ ଖାନଙ୍କୁ ସେ ବିବାହ କରିଥିଲେ। ତାଙ୍କୁ ଛାଡପତ୍ର ଦେବା ପରେ ସେ ବୁଶ୍‌ରା ବିବିଙ୍କ ହାତ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬୦ ଥର ଥରିଲା ତୁର୍କୀ: ଚାପି ହୋଇ ୧୮ଜଣଙ୍କ ଜୀବନ ଗଲା

ଆଙ୍କରା,୨୫।୧: ତୁର୍କୀରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଲଗାତାର ୬୦ ଥର ଭୂକମ୍ପ ଅନୁଭୁତ ହୋଇଛି। ସେଥିମଧ୍ୟରେ ୧୫ଥର ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୮...

ଗହମ ରପ୍ତାନୀ ବନ୍ଦ ନେଇ ଜି-୭ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା…

ଓ୍ବାଶିଂଟନ, ୧୪।୫: ଭାରତ ଗହମ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଜି-୭ର କୃଷିମନ୍ତ୍ରୀମାନେ ଏନେଇ କଡ଼ା ସମାଲୋଚନା କରିଛନ୍ତି। ଜି -୭ ରେ...

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ, କଲମ୍ବୋରେ କର୍ଫ୍ୟୁ

କଲମ୍ବୋ,୧ ।୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରାଯାଉଛି । ଗୁରୁବାର ରାଷ୍ଟ୍ରପତିଙ୍କ ଆବାସ ସମ୍ମୁଖରେ...

ପାଇଲଟ-କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ବେଜିଂ,୧୦।୧୨: ନିଜ ଦେଶର ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲା ଚାଇନା। କରୋନା ଭାଇରସ୍‌ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ଏଭଳି...

୪୦ ହଜାରରୁ ଅଧିକ ଆତଙ୍କବାଦୀ ପାକିସ୍ତାନରେ ଲୁଚି ବସିଛନ୍ତି

ଜେନେଭା, ୪।୮: ଭାରତରେ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ପାକିସ୍ତାନରେ ଏନେଇ ୪୦ ହଜାରରୁ ଅଧିକ ଆତଙ୍କବାଦୀ ଲୁଚି...

କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!

ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ...

ହାତରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନା ଇଞ୍ଜିନିୟର…

କରାଚି,୨୨।୭: ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବା ପାକିସ୍ତାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର...

ଲକ୍‌ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍‌-ବସ୍‌ ହେଲେ ବ୍ୟକ୍ତି

ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍‌ ଭୟଙ୍କର ରୂପ...

Advertisement
Archives

Model This Week