ଇମ୍ରାନ ଖାନ୍‌ଙ୍କୁ ପ୍ରଥମ ସ୍ତ୍ରୀଙ୍କ ପ୍ରଶ୍ନ, ତୁମେ କେମିତି କଳା ଯାଦୁ କରୁଛ

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଅତୀତ ତାଙ୍କ ପିଛା ଛାଡୁନି। ଏଥର ସେ ନିଜ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ଙ୍କ ରୋଷର ଶିକାର ହୋଇଛନ୍ତି। ଜେମିମା ଏକ ପୋଷ୍ଟର ଟୁଇଟ୍‌ କରି ଇମ୍ରାନଙ୍କ ଉପରେ ବର୍ଷିଛନ୍ତି। ଏହି ପୋଷ୍ଟରରେ ଇମ୍ରାନ ଏକ ଚେୟାର ଉପରେ ବସିଥିବାବେଳେ ଜେମିମା ଏବଂ ଅନ୍ୟ ଜଣେ ମହିଳାଙ୍କୁ ବୁର୍ଖା ପିନ୍ଧିଥିବାର ଦେଖାଯାଇଛି। ଏହାର କ୍ୟାପସନରେ ସେ ଉର୍ଦ୍ଦୁରେ ଲେଖିଛନ୍ତି, କିଏ ଲଲିଉଡ୍‌(ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରୀ) ପସନ୍ଦ କରେ ନାହିଁ? ଆଜି ଜଣେ ବନ୍ଧୁ ଲାହୋରରେ ଏହି ପୋଷ୍ଟର ଲାଗିଥିବାର ଦେଖିଥିଲେ। ଯାହାର କ୍ୟାପସନ୍‌ ରହିଛି ତୁମେ କେମିତି କଳା ଯାଦୁ କରୁଛ? ଏହାପୂର୍ବରୁ ଇମ୍ରାନଙ୍କ ଦ୍ୱିତୀୟ ସ୍ତ୍ରୀ ରେହମ ଖାନ୍‌ ମଧ୍ୟ ନିଜ ପୁସ୍ତକରେ ଇମ୍ରାନଙ୍କ ଉପରେ ବର୍ଷିଥିଲେ ଏବଂ କଳା ଯାଦୁ ବିଷୟରେ ଉଲ୍ଲେଖ କରିଥିଲେ। ୨୦୧୫ରେ ଜାନୁୟାରୀରେ ଉଭୟ ବିବାହ କରିଥିଲେ ମଧ୍ୟ ଏହା ମାତ୍ର ୧୦ ମାସ ପର୍ଯ୍ୟନ୍ତ ତିଷ୍ଠି ଥିଲା। ସୂଚନାଯୋଗ୍ୟ, ଜେମିମା ଗୋଲ୍ଡସ୍ମିଥ୍‌ ଜଣେ ବିଦେଶୀ ମହିଳା। ୨୦୦୪ରେ ଇମ୍ରାନ ତାଙ୍କ ବିବାହ କରିଥିଲେ। ଏହାପରେ ରେହମ ଖାନଙ୍କୁ ସେ ବିବାହ କରିଥିଲେ। ତାଙ୍କୁ ଛାଡପତ୍ର ଦେବା ପରେ ସେ ବୁଶ୍‌ରା ବିବିଙ୍କ ହାତ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri