ଇନରହ୍ବିଲ୍‌ କ୍ଲବ ପରିଦର୍ଶନ କଲେ ଜିଲା ଅଧ୍ୟକ୍ଷା

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଜାରକା ଇନରହ୍ବିଲ୍‌ କ୍ଲବର ବିଭିନ୍ନ ଜନହିତକର କାର୍ଯ୍ୟକୁ ବୁଧବାର ଇନରହ୍ବିଲ୍‌ କ୍ଲବ ୩୨୬ ଜିଲାର ଅଧ୍ୟକ୍ଷା ଜାଗୃତି ଯୋଶୀ ପରିଦର୍ଶନ କରି ତଦାରଖ କରିଛନ୍ତି। ଏହି ସମୟରେ କ୍ଲବ ପକ୍ଷରୁ ପୋଷ୍ୟ ସ୍କୁଲ ଭାବେ ନୀଳକଣ୍ଠପୁର ପ୍ରକଳ୍ପ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ଉତ୍ତମ ଅଧ୍ୟୟନ ନିମନ୍ତେ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ। ପରେ ଇନରହ୍ବିଲ୍‌ କ୍ଲବ ପକ୍ଷରୁ ଧର୍ମଶାଳା କ୍ଲବଠାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଯୋଶୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ଅଧ୍ୟକ୍ଷା ନଳିନୀ ମହାପାତ୍ର ଓ ଜିଲା ସମ୍ପାଦକ ସନ୍ଧ୍ୟାରାଣୀ ମିଶ୍ର ଯୋଗଦେଇ ଜାରକା ଇନରହ୍ବିଲ୍‌ କ୍ଲବର ଜନହିତକର କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ କ୍ଲବ ପକ୍ଷରୁ ପ୍ରକାଶିତ ‘ଅସ୍ମିତା’ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଏଥିସହିତ ଜାରକା ଇନରହ୍ବିଲ୍‌ କ୍ଲବର ନୂତନ ସଦସ୍ୟା ଭାବେ ରେଣୁବାଳା ଦାସ ଓ ଅନିତା ମଞ୍ଜରୀ ଜେନାଙ୍କୁ ଜିଲା ଅଧ୍ୟକ୍ଷ ବ୍ୟାଚ୍‌ ପରିଧାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କ୍ଲବ ସଭାପତି କଳ୍ପନା ପରିଡାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲୋପାମୁଦ୍ରା ଷେଣ୍ଢ ବିବରଣୀ ପାଠ କରିଥିଲେ। ପୂର୍ବତନ ସଭାପତି ମାଧୁରୀ ଶତପଥୀ, ମିନତି ସାହୁ, ପ୍ରତିଭା ସାହୁ, କୋଷାଧ୍ୟକ୍ଷ ରଶ୍ମିତା ନାୟକ, ଆଇଏସ୍‌ଓ ଉପାସନା ଶତପଥୀ, ପତ୍ରିକା ସମ୍ପାଦକ ବିଶ୍ୱମିତ୍ରା ସାହୁ, ଶକୁନ୍ତଳା ମହାନ୍ତି, ଅଜନ୍ତା ପାଣିଗ୍ରାହୀ, ପ୍ରଭାତ ନଳିନୀ ସାହୁ, କଳ୍ପନା ନାୟକ, ଅରୁଣାରଶ୍ମୀ ସାମଲ, ଗୋଲାପ ମଞ୍ଜରୀ ପଣ୍ଡା, ମିନତି ମହାନ୍ତି, ଶୁଭଲକ୍ଷ୍ମୀ କର, ରୋଜାଲିନ ପ୍ରଧାନ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ। ରୋଟାରୀ କ୍ଲବର ସମ୍ପାଦକ ହରିହର ପଣ୍ଡା, ବରିଷ୍ଠ ସଭ୍ୟ ବିଜୟ କୁମାର ଶତପଥୀ, ରମେଶ ଚନ୍ଦ୍ର ସାହୁ, କଳାକାର ମହାନ୍ତି, ବିନୋଦ ବିହାରୀ ପରିଡା, ନିରଞ୍ଜନ ପାଣିଗ୍ରାହୀ, ଜୟନ୍ତ କୁମାର ସାହୁ, ପ୍ରଦୀପ୍ତ ବରାଳ, ଅମୂଲ୍ୟ ମହାରଣା, ରାଜେନ୍ଦ୍ର ପଲେଇ, ପ୍ରମୋଦ ସାମଲ, ପ୍ରଶାନ୍ତ କୁମାର ପୃଷ୍ଟି, ଜୟପ୍ରକାଶ ତ୍ରିପାଠୀ, ରଶ୍ମୀରଞ୍ଜନ ରାୟ ଓ ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କ୍ଲବର ପୂର୍ବତନ ସମ୍ପାଦକ ଅର୍ଚ୍ଚନା ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଥର ଗତିରେ ମେଡ଼ିକାଲ ଗୃହ ନିର୍ମାଣ

ସଜନାଗଡ଼, ୧୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ। ଉକ୍ତ ଅଞ୍ଚଳର ସମସ୍ତ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଉପଖଣ୍ଡ...

ବସ୍ ଓଲଟି ୨ ମୃତ:ଚାପିହୋଇ ରହିଛନ୍ତି ଅନେକ ଯାତ୍ରୀ

ବିଷମକଟକ,୧୬ା୧୧: କୋରାପୁଟ ଜିଲା ଲକ୍ଷ୍ମୀପୁରରୁ କଟକ ଯାଉଥତ୍ବା ଫର୍ଚୁନର ବସ୍ ସୋମବାର ରାତି ପ୍ରାୟ ୧୦.୩୦ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ହଜାରିଡାଙ୍ଗ ବୁଲାଣିରେ ଭାରସାମ୍ୟ...

ଟ୍ରକ ଧକ୍କାରେ ୨ ହାତୀ ମୃତ

ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ...

ସୀମାନ୍ତରୁ ୩ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ପ୍ରତିବର୍ଷ ମାଓବାଦୀ ସଙ୍ଗଠନ ପକ୍ଷରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହ ପାଳନ ବେଳେ...

କାଗଜକଲମରେ ରାସ୍ତା ନିର୍ମାଣ

ଝୁମ୍ପୁରା, ୨୯।୧ (ଡି.ଏନ.ଏ.)- ଝୁମ୍ପୁରା ବ୍ଲକର ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେଉଥିବା ରାସ୍ତାକୁ ନେଇ ଅଭିଯୋଗର ଫର୍ଦ୍ଦ...

କଟକ ସହରରୁ ୬୭ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୨୨।୧୦: କଟକ ସହରରୁ ଗୁରୁବାର ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ୨୫ ଜଣ ଚିହ୍ନଟ ହୋଇଥିବା...

ଦିଗପହଣ୍ଡିରେ ଭାରତ ବନ୍ଦର ପ୍ରଭାବ: ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ଦିଗପହଣ୍ଡି,୮।୧୨(ଡି.ଏନ୍‌.ଏ.): ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଡାକରା କ୍ରମେ ମଙ୍ଗଳବାର ଗଞ୍ଜାମ ଜିଲା ଦିଗପହଣ୍ଡିରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହର...

ମଦ ଭାଟି ମ୍ୟାନେଜରଙ୍କଠାରୁ ୫ ଲକ୍ଷ ଲୁଟ୍‌ ଘଟଣା : ଡକାୟତି ଗ୍ୟାଙ୍ଗର ୪ ଗିରଫ, ୩ ଫେରାର

ବଅଁରପାଳ, ୭।୭ (ଡି.ଏନ୍‌.ଏ) – ହିନ୍ଦୋଳ ମଦଭାଟି ମ୍ୟାନେଜର ସୌରଭ ଯାଦବଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ଙ୍କ ସମେତ...

Play 250+ Trending Games
Archives

Model This Week

Why Dharitri