Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ପରାଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଜାମସେଦପୁର,୨୩।୧୦: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲିଗ୍‌ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫସି ଠାରୁ ପରାସ୍ତ ହୋଇଛି। ଜେଆରଡି ସ୍ପୋଟର୍‌ସ କମ୍ପ୍ଲେକ୍ସ ଠାରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡିଶା ଏଫସିକୁ ୨-୧ ଗୋଲରେ ହରାଇ ଜାମେସଦପୁର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଘରୋଇ ଦଳ ପୂରା ତିନି ପଏଣ୍ଟ ହାସଲ କରିଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା।
ଜଣେ ଖେଳାଳିଙ୍କୁ ନାଲି କାର୍ଡ ପ୍ରଦର୍ଶନ ପରେ ଏକ ଘଣ୍ଟାରୁ ଅଧିକ ସମୟ ୧୦ ଜଣିଆ ଦଳ ନେଇ ଖେଳିଥିବା ଘରୋଇ ଜାମସେଦପୁର ଦଳ ଲଢୁଆ ଖେଳ ଜାରି ରଖି ସର୍ଜିଓ କାଷ୍ଟେଲଙ୍କ ଗୋଲ ବଳରେ ଏହି ବିଜୟ ହାସଲ କରିଛି। ଜାମସେଦପୁର ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଓଡିଶା ଏଫସି ଉପରେ ଚାପ ପକାଇଥିଲା। ସପ୍ତମ ମିନିଟରେ ଘରୋଇ ଦଳକୁ ଗୋଲ ଦେବାର ପ୍ରଥମ ସୁଯୋଗ ମିଳିଥିଲା I କିନ୍ତୁ ଫାରୁକ ଚୌଧରୀ ମାରିଥିବା ଶଟ୍‌ ଓଡିଶା ଗୋଲପୋଷ୍ଟ ଉପରେ ଚାଲିଯାଇଥିଲା। ଖେଳରେ କିଛିଟା ନିୟନ୍ତ୍ରଣ ପାଇବା ପରେ ଓଡିଶା ଦଳ ମଧ୍ୟ ପ୍ରତି ଆକ୍ରମଣ କରିଥିଲା I ଚତୁର୍ଦ୍ଦଶ ମିନିଟରେ ଜେରୀ ମହମିଙ୍ଗଥାଙ୍ଗା ଗୋଲ ଦେବାର ସୁଯୋଗ ହାତଛଡା କରିଥିଲେ I ତେବେ ୧୭ତମ ମିନିଟ୍‌ରେ ଫାରୁକ ଚୌଧୁରୀ ଏକ ସୁନ୍ଦର ଗୋଲ ଦେଇ ଜାମସେଦପୁର କୁ ୧-୦ରେ ଅଗ୍ରଣୀ କରିଥିଲେ।
ଓଡିଶା ଦଳ ଏହାପରେ ଗୋଲ ପରିଶୋଧ କରିବାକୁ ଜୋରଦାର ଉଦ୍ୟମ କରିଥିଲା I ଅନ୍ୟପକ୍ଷରେ ଫାଉଲ ପାଇଁ ଜାମସେଦପୁରର ବିକାଶ ଜାଇରୁ ୩୫ତମ ମିନିଟରେ ନାଲି କାର୍ଡ ପାଇ ପଡ଼ିଆରୁ ବାହାରିଯିବାରୁ ଦଳ ଏହାପରେ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା I ଏହାର ପାଞ୍ଚ ମିନିଟ ପରେ ଓଡିଶା ଏଫସିର ଆରିଡେନ ସାଣ୍ଟାନା ଗୋଟିଏ ଚମତ୍କାର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ନେଇ ଆସିଥିଲେ I
ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲରେ ଶେଷ ହେବାପରେ ଉଭୟ ଦଳ ଦ୍ୱିତୀୟାର୍ଦ୍ଧରେ ପ୍ରାଧାନ୍ୟ ବିସ୍ତାର ଲାଗି ପ୍ରୟାସ କରିଥିଲେ I ୬୮ତମ ମିନିଟରେ ଓଡିଶା ଦଳର ବଦଳ ଖେଳାଳି ବିକ୍ରମଜିତ ସିଂଙ୍କ ଜୋର୍‌ଦାର ଶଟ୍‌କୁ ପ୍ରତିପକ୍ଷ ଗୋଲରକ୍ଷକ ସୁବ୍ରତ ପଲ ଅଟକାଇବାରେ ସମର୍ଥ ହୋଇଥିଲେ। ଦଶ ଜଣ ଖେଳାଳିଙ୍କୁ ନେଇ ଲଢେଇ କରିବା ସତ୍ତ୍ୱେ ଘରୋଇ ଦଳ ମ୍ୟାଚ ଜିତିବାର ଆଶା ହରାଇ ନ ଥିଲା I ଖେଳର ୮୫ତମ ମିନିଟରେ ପିଟିଙ୍କ ଠାରୁ ପାସ୍‌ ପାଇ ସର୍ଜିଓ କାଷ୍ଟେଲ ଏକ ଦର୍ଶନୀୟ ଗୋଲ ଦେବା ସହ ଜାମସେଦପୁର ଏଫସିକୁ ୨-୧ ଗୋଲରେ ବିଜୟୀ କରିଥିଲେ I ଏହି ନିର୍ଣ୍ଣାୟକ ଗୋଲ ଦେଇ କାଷ୍ଟେଲ ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିପରି ଫାରୁକ ଚୌଧରୀଙ୍କୁ ହିରୋ ମ୍ୟାନ ଅଫ ଦି ପୁରସ୍କାର ପ୍ରଦାନ କରାଯାଇଥିଲା I


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ,୧।୧୦ : ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ ଲିଗ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ...

ରାଗିଗଲେ ଆରସିବି କ୍ରିକେଟର୍‌: କହିଲେ, ଏସବୁ କରିହେବନି ବରଦାସ୍ତ

ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି...

ଲଗାତାର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ବଦଳିଗଲା ବିରାଟଙ୍କ ମନୋଭାବ; ଦଳକୁ ନେଇ କହିଲେ…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ଦ୍ୱିତୀୟ କ୍ରମାଗତ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି।...

ଗାଙ୍ଗୁଲି, ଲକ୍ଷ୍ମଣଙ୍କୁ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ,୨୧।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଉପଦେଷ୍ଟା...

ଟସ୍‌ ଜିତିଲା ସିଏସ୍‌କେ, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୫।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୨ତମ ମ୍ୟାଚ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଗୁଜରାଟ ଟାଇଟନ୍ସ୍‌୍‌(ଜିଟି୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ...

ଟେବୁଲ ଟେନିସ ବିଶ୍ୱ ଚାମ୍ପିୟନଶିପ୍‌: ନୂଆ ତାରିଖ ଘୋଷଣା କଲା ଆଇଟିଟିଏଫ୍‌

ଲାଉସାନେ, ୭।୪(ପି.ଟି.): ଟେବୁଲ ଟେନିସ (ଟିଟି) ବିଶ୍ୱ ଚାମ୍ପିୟନଶିପ୍‌ର ନୂଆ ତାରିଖ ଘୋଷଣା ହୋଇଛି। ବିଶ୍ୱ ଟିଟିର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଟେବୁଲ ଟେନିସ...

ଡ୍ରାଭିଡ୍‌ଙ୍କ ସହ ସମୟ ବିତାଇଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୨୦।୯: ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜ୍‌ର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳାଯିବ। ବିରାଟ...

ଅନ୍ୟ ସମ୍ପ୍ରଦାୟରେ ବିବାହ କରିଛନ୍ତି ଏହିସବୁ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ସମ୍ପ୍ରଦାୟରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି...

Advertisement
Archives

Model This Week