ଇଞ୍ଜିନରେ ତ୍ରୁଟି, ୫ ଘଣ୍ଟା ଅଟକିଲା ତପସ୍ବିନୀ: ପାଣି ନ ପାଇ ଯାତ୍ରୀ ହନ୍ତସନ୍ତ

ବଇଣ୍ଡା,୫।୧(ଡି.ଏନ.ଏ.) – ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସ ନଂ.୧୮୪୫୨ ଇଞ୍ଜିନରେ ତ୍ରୁଟି ଯୋଗୁ ଶନିବାର ଅନୁଗୋଳ ଓ ବାମୁର ଷ୍ଟେଶନରେ ଦୀର୍ଘ ୫ ଘଣ୍ଟା ଅଟକି ରହିଥିଲା। ଫଳରେ ପିଇବା ପାଣି ପାଇଁ ଯାତ୍ରୀଙ୍କୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଉକ୍ତ ଟ୍ରେନ୍‌ରେ ଯାତ୍ରା କରୁଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ମଧ୍ୟ ଟୁଇଟ୍‌ କରି କ୍ଷୋଭ ପ୍ରକାଶ କରିଥିଲେ। ତେବେ ଇଞ୍ଜିନ ବଦଳାଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟ ପଥରେ ଯାଇଥିବା ଜଣାପଡ଼ିଛି।
ଶୁକ୍ରବାର ରାତିରେ ପୁରୀ ଷ୍ଟେଶନ ଛାଡ଼ିଥିବା ତପସ୍ବିନୀ ଏକ୍ସପ୍ରେସ୍‌ ଅନୁଗୋଳ ଷ୍ଟେଶନରେ ରାତି ୨ଟା ୧୩ରେ ପହଞ୍ଚିଥିଲା। ସେଠାରେ ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ୨ ଘଣ୍ଟା ବିଳମ୍ବ ଅର୍ଥାତ ୪ଟା ୦୫ରେ ସମ୍ବଲପୁର ଅଭିମୁଖେ ଛାଡିଥିଲା। ଭୋର ୪ଟା ୪୫ରେ ଏକ୍ସପ୍ରେସ୍‌ ଅନୁଗୋଳ ଜିଲାର ବଇଣ୍ଡା ଷ୍ଟେଶନ ଓ ବାମୁରରେ ସକାଳ ୫ଟା ୩୬ରେ ପହଞ୍ଚିଥିଲା। ହେଲେ ଇଞ୍ଜିନର ଚକ ଜାମ ହୋଇଯିବାରୁ ସେଠାରେ ଟ୍ରେନ୍‌ଟି ୩ ଘଣ୍ଟା ଅଟକି ରହିଥିଲା। ହଣ୍ଡପାରୁ ଏକ ନୂଆ ଇଞ୍ଜିନ ଅଣାଯାଇ ଟ୍ରେନ୍‌ରେ ଲଗାଯିବା ପରେ ସକାଳ ୮ଟା ୪୦ରେ ତାହା ହାଟିଆ ଅଭିମୁଖେ ଯାତ୍ରା କରିଥିଲା। ଏ ନେଇ ବାମୁର ଷ୍ଟେଶନ ମାଷ୍ଟର ରଞ୍ଜିତ କୁମାର ମହାନ୍ତି କହିଛନ୍ତି, ଚକ ଜାମ ଯୋଗୁ ଟ୍ରେନ୍‌ ଆଗକୁ ଗଡ଼ିପାରି ନ ଥିଲା। ଇଞ୍ଜିନ ପରିବର୍ତ୍ତନ ପାଇଁ ଏହି ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ଜଗିଛନ୍ତି ଗଞ୍ଜେଇ ଚାଷୀ

ବଇଣ୍ଡା,୨୬ା୧୧(ପରିକ୍ଷିତ ସାହୁ): ପ୍ରତିବର୍ଷ ଚଢ଼ାଉ ହେଉଛି। ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି। ଶତାଧିକ ମାମଲା ସହ ବେଆଇନ ଚାଷୀଙ୍କୁ ଗିରଫ କରାଯାଉଛି। କିନ୍ତୁ...

ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ

ଛେଣ୍ଡିପଦା,୨ା୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୋଶଳା ପଞ୍ଚାୟତ ଶିମିଳିସାହି ପ୍ରାଥମିକ ବିଦ୍ୟାଳୟର ନବ ନିର୍ମିତ ଶ୍ରେଣୀ ଗୃହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଗଣେଶ ପୂଜା ପାଳନ ଅବସରରେ...

ଦାବି ପୂରଣ କରା ନ ଗଲେ ୨୧ରୁ ଆନ୍ଦୋଳନ

ତାଳଚେର,୧୯ା୧(ନି.ପ୍ର.) – ତାଳଚେର ପୌରାଞ୍ଚଳ ଦେଉଳବେଡା ତେଲିସାହିରେ ମାଟି ଦବିବା ଘଟଣାକୁ ନେଇ ହୋଇଥିବା ଦ୍ୱିପାକ୍ଷିକ ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ପ୍ରତିବାଦରେ ଶନିବାର କ୍ଷତିଗ୍ରସ୍ତ...

‘ନିଜେ ପ୍ରୟୋଗ କର, ଅନ୍ୟକୁ ଶିଖାଅ’

ମାଧପୁର,୧୨।୩ ଆଠମଲ୍ଲିକ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଚାଲିଥିବା ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମେହେରଙ୍କ...

ପୁନର୍ବାର ପ୍ରସ୍ତୁତ ହେବ ତାଲିକା

ଅନୁଗୋଳ ଅଫିସ, ୬ା୯: ସାତକୋଶିଆ ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାରେ କଟରଙ୍ଗ ଗ୍ରାମର ୨୧ ପରିବାର କ୍ଷତିପୂରଣ ପ୍ୟାକେଜ୍‌ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।...

ଝଡ଼ତୋଫାନ, କୁଆପଥର ବର୍ଷା

ଆଠମଲ୍ଲିକ, ୪ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରରେ ବୁଧବାର ଅପରାହ୍ନରେ ହଠାତ୍‌ ପ୍ରବଳ ବେଗରେ ପବନ ମାଡ଼ିଆସିବା ସହ କୁଆପଥର ବର୍ଷା ହୋଇ ବ୍ୟାପକ...

ସଚେତନ ପରେ ପଲିଥିନ ଚଢ଼ାଉ:ଜରିମାନା ଆଦାୟ କଲା ପୌର ପ୍ରଶାସନ

ଅନୁଗୋଳ ଅଫିସ, ୨୫ା୬ଅନୁଗୋଳ ସହରରେ ପଲିଥିନ ବ୍ୟାନ କରାଯାଇଥିଲେ ବି ବହୁ ବ୍ୟବସାୟୀ ଏହାର ଉଲ୍ଲଂଘନ କରି ପଲିଥିନ ବ୍ୟବହାର କରୁଛନ୍ତି। ଗତ ତିନି ଦିନ...

ଆଜିଠାରୁ ହିଙ୍ଗୁଳାଯାତ୍ରା

ତାଳଚେର,୧୫ା୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ମହାମାରୀ...

Advertisement
Archives

Model This Week