ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ସର୍ବେକ୍ଷଣ ଆରମ୍ଭ

ଭୁବନେଶ୍ୱର,୭।୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଆରମ୍ଭ ହୋଇଛି ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ସର୍ବେକ୍ଷଣ। କେଉଁ ସହରରେ ଲୋକେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ସୁରକ୍ଷାଠାରୁ ଆରମ୍ଭ କରି ପରିମଳ ଆଦି ବିଭିନ୍ନ ସେବା କ୍ଷେତ୍ର ସଂକ୍ରାନ୍ତରେ ଲୋକଙ୍କଠାରୁ ଗ୍ରହଣ କରାଯାଉଛି ମତାମତ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଦେଶର ୧୦୦ ସ୍ମାର୍ଟସିଟିରେ ଏହି ସର୍ବେକ୍ଷଣ କରାଯାଉଥିବାବେଳେ ଓଡ଼ିଶାର ଦୁଇ ସହର ଭୁବନେଶ୍ୱର ଓ ରାଉରକେଲା ସ୍ଥାନ ପାଇଛି। ରାଜଧାନୀ ଭୁବନେଶ୍ୱର ସପକ୍ଷରେ ଅଧିକରୁ ଅଧିକ ମତଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର, ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ପ୍ରେମଚନ୍ଦ୍ର ଚୌଧାରୀ ସହରବାସୀଙ୍କୁ ନିବେଦନ କରିଛନ୍ତି।
ଗୁରୁବାର ଖବରଦାତା ସମ୍ମିଳନୀରେ କମିଶନର ଚୌଧାରୀ କହିଛନ୍ତି, ଗତ ୧ ତାରିଖରୁ ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ନାଗରିକଙ୍କ ପାଇଁ ସହର କେତେଦୂର ବାସଉପଯୋଗୀ ତାହା ଜାଣିବା ପାଇଁ ଏହି ସର୍ବେକ୍ଷଣ କରାଯାଉଥିବାବେଳେ ଏଥିରେ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ନାଗରିକମାନେ ଅନ୍‌ ଲାଇନ୍‌ରେ http://eol2019.org/citizenfeedbackକୁ ଯାଇ ନିଜର ବାସଉପଯୋଗୀ ମତାମତ ରଖନ୍ତୁ। ଗୋଟିଏ ଗୋଟିଏ ମତ ଭୁବନେଶ୍ୱରକୁ ଆହୁରି ଆଗକୁ ନେବ ବୋଲି ସେ କହିଛନ୍ତି।
ସର୍ବେକ୍ଷଣରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସମୟରେ ସମ୍ପୃକ୍ତ ନାଗରିକ ତାଙ୍କ ନାମ ଓ ଫୋନ୍‌ ନମ୍ବର ଦେବା ସହ ସହରରେ ମିଳୁଥିବା ବିଭିନ୍ନ ସେବା ଓ ସୁବିଧା ବାବଦରେ ଉଲ୍ଲେଖ କରିବେ। ସର୍ବେକ୍ଷଣରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ବର୍ଜ୍ୟ ସଂଗ୍ରହ, ପାନୀୟ ଜଳ ବ୍ୟବସ୍ଥା, ଜଳବନ୍ଦୀ, ଭଡ଼ାଘର, ଯୋଗାଯୋଗ, ମହିଳା ସୁରକ୍ଷା, ଜରୁରିକାଳୀନ ସେବା, ରୋଜଗାରର ସୁଯୋଗ, ଆମୋଦ ପ୍ରମୋଦ, ଚିତ୍ତ ବିନୋଦନ, ବସବାସର ଖର୍ଚ୍ଚ, ଆର୍ଥିକ ସେବା, ବାୟୁମଣ୍ଡଳର ମାନ, ସବୁଜିମା ଏବଂ ବିଦ୍ୟୁତ୍‌ ଯୋଗାଣ ଆଦିକୁ ନେଇ ୨୧ ପ୍ରଶ୍ନ ରହିଛି। ଅନ୍‌ଲାଇନ୍‌ ବ୍ୟତୀତ ନାଗରିକମାନେ କ୍ୟୁଆର୍‌ କୋଡ଼୍‌କୁ ସିଧାସଳଖ ସ୍କାନିଂ କରି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ମତାମତ ଦେଇପାରିବେ।
ଏହି ଖବରଦାତା ସମ୍ମିଳନୀରେ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ବିଏମ୍‌ସି ଆଡିଶନାଲ କମିଶନର ଅବନୀକାନ୍ତ ପଟ୍ଟନାୟକ, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri