Posted inଖେଳ

ଇଂଲଣ୍ଡ କ୍ରିକେଟରଙ୍କ ହେବ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟେଷ୍ଟ

ସାଉଥାମ୍ପଟନ, ୨୪ା୬ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଏଜାସ୍‌ ବାଓଲର ଜୈବ ସୁରକ୍ଷିତ ପରିବେଶରେ ପୂରାମାତ୍ରାରେ ଟ୍ରେନିଂ ପୂର୍ବରୁ ଇଂଲଣ୍ଡ କ୍ରିକେଟରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟେଷ୍ଟ ହେବ। ୧୦ ଦିନ ପୂର୍ବରୁ ପ୍ରଥମ ରାଉଣ୍ଡରେ ଏହି ସମସ୍ତ ୩୦ କ୍ରିକେଟରଙ୍କ ଫଳାଫଳ ନେଗେଟିଭ ଆସିଥିଲା। ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଖେଳାଳିମାନଙ୍କ ବ୍ୟତୀତ ୧୫ ସହାୟକ କର୍ମଚାରୀଙ୍କର ମଧ୍ୟ ଏହି ଟେଷ୍ଟ ହେବ। ଖେଳାଳିମାନେ ବର୍ତ୍ତମାନ ଷ୍ଟାଡିୟମ ସହିତ ସଂଯୁକ୍ତ ହିଲ୍‌ଟନ ହୋଟେଲରେ ଅବସ୍ଥାନ କରୁଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁଲାଇ ୮ରୁ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ ସମ୍ଭାବ୍ୟ ଖେଳାଳି ସଂଖ୍ୟା ୩୦ରୁ ୨୦କୁ ହ୍ରାସ କରାଯିବ। ମ୍ୟାଚ ଖେଳାଯିବାକୁ ଥିବା ଭେନ୍ୟୁରେ ଏହି ୨୦ ଖେଳାଳି ଦୁଇଟି ଦଳରେ ବିଭକ୍ତ ହୋଇ ଓ୍ବାର୍ମଅପ୍‌ ଗେମ୍‌ ଖେଳିବେ। ତିନି ଦିନିଆ ଅଭ୍ୟାସ ଗେମ୍‌ ଜୁଲାଇ ୩ରେ ଶେଷ ହେବ। ଗୁରୁବାରଠାରୁ ପ୍ରଥମ ରୁଦ୍ଧଦ୍ୱାର ଟ୍ରେନିଂ ସେସନ ଆରମ୍ଭ ହେବ। ଖେଳାଳିମାନଙ୍କର ଦୈନିକ ଥର୍ମାଲ ସ୍କ୍ରିନିଂ ବ୍ୟତୀତ ସପ୍ତାହକୁ ଦୁଇଥର ଟେଷ୍ଟ କରାଯିବ। ଏଜାସ୍‌ ବାଓଲକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇଛି। କେବଳ ଖେଳାଳି ଓ ମୁଖ୍ୟ ସହାୟକ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯିବା ଲାଗି ଅନୁମତି ମିଳିବ। ଦୁଇ ଦଳ ମଧ୍ୟରେ କ୍ୟାରିବିୟାନରେ ଅନୁଷ୍ଠିତ ଗତ ସିରିଜରେ ଆୟୋଜକ ଓ୍ବେଷ୍ଟଇଣ୍ଡିଜ ବିଜୟ ଲାଭ କରିଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱ କ୍ରୀଡ଼ା ସ୍ଥାଣୁ ପାଲଟିଯିବା ପରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ କ୍ରିକେଟ ସିରିଜ ଅନୁଷ୍ଠିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ମୁଣ୍ଡରୁ ମୁକୁଟ ଛଡାଇ ନେଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ୍

ଇସଲମାବାଦ,୧୪।୪: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜାମ ବିଶ୍ୱର ଏକ ନମ୍ବର ଏକଦିବସୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୬ ବର୍ଷ...

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୩।୮: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟ...

ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୬:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ ହୁଏତ ପଡ଼ିଆରେ ଚାଲୁନାହିଁ, କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ଇନଷ୍ଟାଗ୍ରାମରେ...

ସଚିନଙ୍କୁ ପଛରେ ପକାଇଲେ କୋହଲି

ସିଡନୀ,୩୦।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ପୁରୁଣା ଫର୍ମକୁ ଫେରୁଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ୮୩...

ପାକିସ୍ତାନ ଚାହୁଁଛି ଚଳିତ ବର୍ଷ ନ ହେଉ ଏହି ଟୁର୍ନାମେଣ୍ଟ

କରାଚୀ,୧୨।୩ : ଚଳିତ ବର୍ଷ ଏସିଆ କପ୍‌ ଆୟୋଜନ ହେବାର ଖୁବ୍‌ କମ୍‌ ସମ୍ଭାବନା ଅଛି। ପିଏସ୍‌ଏଲ ଫ୍ରାଞ୍ଚାଇଜର ମାଲିକଙ୍କୁ ଏଭଳି ଅଶ୍ୱାସନା ଦେଇଛନ୍ତି ପାକିସ୍ତାନ...

ଟେନିସ କୋର୍ଟକୁ ଫେରିବେ ସାନିଆ

ମୁମ୍ବାଇ,୨୮।୧୧- ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଆସନ୍ତା ବର୍ଷ ୨୦୨୦ ଜାନୁୟାରୀରେ ହବାର୍ଟ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ କୋର୍ଟକୁ ଫେରିବେ। ଏ ନେଇ...

ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି; ଫାଇନାଲରେ ଇଣ୍ଡିଆ ‘ବି’

କଟକ ଅଫିସ,୮ା୧- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ଦଳ ଦ୍ୱିତୀୟ ବିଜୟ ହାସଲ କରିଛି। ୩ଟି ମ୍ୟାଚ୍‌ରୁ ୧୦...

ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ

ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍‌କା ଲାଗିଛି। ରୁଷିଆ ବିରୋଧରେ...

Advertisement
Archives

Model This Week