ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କୋଟିପତି କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୧୮ା୮-ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ବଳରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମ୍‌କେସିଜି ମେଡିକାଲ କଲେଜ କନିଷ୍ଠ କିରାଣି ଅଜିତ କୁମାର ସାହୁଙ୍କର ୫ ସ୍ଥାନରେ ମଙ୍ଗଳବାର ଭିଜିଲାନ୍ସ ଏକ କାଳୀନ ଚଢାଉ କରିଛି। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୭୬ ଲକ୍ଷ ୨୬ ହଜାର ୬୬୭ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ଅଜିତଙ୍କ ଆମ୍ବପୁଆ ଶିବପଦ୍ମା କଲୋନୀସ୍ଥିତ ଡ୍ୟୁପ୍ଲେକ୍ସ ଅଟ୍ଟାଳିକା, ଗଜପତିନଗର ୭ମ ଲେନରେ ଥିବା ୩ ମହଲା ବିଶିଷ୍ଟ ଅଟ୍ଟାଳିକା, ଲାଞ୍ଜିପଲ୍ଲୀରେ ଥିବା ୩ ମହଲା ଘର, ଏମ୍‌କେସିଜି ହସ୍ପିଟାଲର କାର୍ଯ୍ୟାଳୟ ଓ ଲାଞ୍ଜିପଲ୍ଲୀରେ ଥିବା ଚନ୍ଦନ ଟ୍ରେଡର୍ସ ନାମକ ଏକ ସିମେଣ୍ଟ ଗୋଦାମରେ ଚଢାଉ କରାଯାଇଥିଲା। ଡ୍ୟୁପ୍ଲେକ୍ସ ଅଟ୍ଟାଳିକାର ମୂଲ୍ୟ ୨୬ ଲକ୍ଷ ଟଙ୍କା ଆକଳନ କରାଯାଇଥିବା ବେଳେ ୩ ମହଲା ବିଶିଷ୍ଟ ଅଟ୍ଟାଳିକାର ମୂଲ୍ୟ ୬୧ ଲକ୍ଷ ୮୭ ହଜାର, ଅନ୍ୟ ଏକ ତିନି ମହଲା ଘରର ମୂଲ୍ୟ ୧୨ ଲକ୍ଷ ୫୦ ହଜାର, ବ୍ରହ୍ମପୁର ସହରରେ ତାଙ୍କ ନାମରେ ଥିବା ୮ଟି ଗୃହୋପଯୋଗୀ ପ୍ଲଟର ମୂଲ୍ୟ ୪୧ ଲକ୍ଷ ୩୧ ହଜାର ୭୬୧ ଆକଳନ କରାଯାଇଛି । ସେହିପରି ତାଙ୍କ ଘରେ ଥିବା ୧୯୦ ଗ୍ରାମ ସୁନା ଗହଣାର ମୂଲ୍ୟ ୨ ଲକ୍ଷ ୮୫ ହଜାର ୪୦୦ ଆକଳନ କରାଯାଇଛି । ସେହିପରି ଘରୁ ୧ ଲକ୍ଷ ୯୫ ହଜାର ୭୧୦ ଟଙ୍କା ନଗଦ ମିଳିଥିବା ବେଳେ ଏଲଆଇସି ବଣ୍ଡ ୯ ଲକ୍ଷ ୭୪ ହଜାର ୮୭୦ ଟଙ୍କାର ମିଳିଛି । ଘର କରଣା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ୮ ହଜାର ୭୧୯ ଟଙ୍କା, କାରର ମୂଲ୍ୟ ୬ ଲକ୍ଷ ୯୧ ହଜାର ୮୦୪, ବୁଲେଟର ମୂଲ୍ୟ ୨ ଲକ୍ଷ ୫ ହଜାର, ପଲସର ବାଇକ୍‌ର ମୂଲ୍ୟ ୭୨ ହଜାର ଓ ବ୍ୟାଙ୍କରେ ଥିବା ୨୪ ହଜାର ୪୦୩ ଟଙ୍କା ଆକଳନ କରାଯାଇଛି । ଖବର ଲେଖାହେବା ସୁଦ୍ଧା ତଦନ୍ତ ଜାରି ରହିଛି। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ ଚାଲିଛି ବୋଲି ଭିଜିଲାନ୍ସ ଏସ୍‌ପି ସ୍ବାଇଁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?