ଜରୁରୀ ନ ଥିଲେ ବସ୍‌ ଯାତ୍ରା ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଓଡ଼ିଶାରେ ମଧ୍ୟ ଜଣେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜରୁରୀ ନ ଥିଲେ ମୋ’ ବସ୍‌ରେ ଯାତ୍ରା ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ କ୍ରୁଟ୍‌ ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ଆମ ପାଇଁ ଆୟ ଅପେକ୍ଷା ଜନସାଧାରଣଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସମସ୍ତେ କରୋନା ଭାଇରସକୁ ନେଇ ଚିନ୍ତା ପ୍ରକଟ କରୁଥିବାବେଳେ କ୍ରୁ୍ରଟ୍‌ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବେ ଜରୁରୀ ହୋଇଥିବାରୁ କ୍ରୁଟ୍‌ ଏହି ପରାମର୍ଶ ଦେଇଛି। ସେହିପରି ବସ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହ ଯାତ୍ରୀଙ୍କ ସାନିଟାଇଜର ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବୋଥ୍ରା ସୂଚନା ଦେଇଛନ୍ତି।
ମୋ’ ବସ୍‌ରେ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରିଥାନ୍ତି। କିନ୍ତୁ ୧୭ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରଠୁ ମୋ’ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ସେବେଠାରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୁଟ୍‌ରେ ସବୁଠୁ କମ୍‌ ଲୋକ ଯାତ୍ରା କରୁଛନ୍ତି। ଏବେ ଯାତ୍ରୀଙ୍କ ସଂଖ୍ୟା ହାରାହାରି ୭୦ ହଜାର ରହୁଛି ବୋଲି ବୋଥ୍ରା କହିଛନ୍ତି। ସେହିପରି ପ୍ରତିଦିନ ବସ୍‌କୁ ଧୁଆଯାଉଛି। ଦିନରେ ବସ୍‌ଗୁଡ଼ିିକ ଯାତ୍ରା ସାରିବା ପରେ ରାତି ୧୦ଟା ବେଳକୁ ନିଜ ନିଜ ଡିପୋରେ ପହଞ୍ଚୁଛନ୍ତି। ରାତି ୧୦ଟାରୁ ତା’ ପରଦିନ ଭୋର ୬ଟା ଭିତରେ ବସ୍‌କୁ ଧୁଆଯିବା ପରେ ପ୍ରତିଷେଧକ ସାନିଟାଇଜର ଦ୍ୱାରା ବିଶୋଧନ କରାଯାଉଛି। ଏହାପରେ ବସ୍‌ ଗନ୍ତବ୍ୟ ପଥରେ ବାହାରୁଛି। ବସ୍‌ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ସେମାନଙ୍କୁ ସଫାସୁତରା ରହିବାକୁ କୁହାଯାଇଛି। ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଆବଶ୍ୟକତା ପରିମାଣର ମାସ୍କ ଓଡ଼ିଶାରେ ଉପଲବ୍ଧ ହେଉନାହିଁ। ତଥାପି ୫୦%ରୁ ଅଧିକ ମୋ’ ବସ୍‌ଯାତ୍ରୀଙ୍କୁ ମାସ୍କ ପ୍ରଦାନ କରାଯାଇଛି। ଅଧିକ ମାସ୍କ ଉପଲବ୍ଧ କରିବା ପାଇଁ ବାହାର ରାଜ୍ୟ ସହ ଯୋଗାଯୋଗ କରାଯାଇଛି। କିଛି ଦିନ ମଧ୍ୟରେ ତାହା ରାଜ୍ୟରେ ଉପଲବ୍ଧ ହେବ ବୋଲି ବୋଥ୍ରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାରଠାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.)-ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶନିବାର ମନ୍ଦିର ପରିସରକୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍‌...

ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୫ ଜିଲାକୁ ଅରେଞ୍ଜ ୱାର୍ନିିଂ

ବନେଶ୍ବର ୧୨।୬: ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗାମୀ ୫ ଦିନ ଯାଏ ତାପମାତ୍ରା ବିଶେଷ ପରିବର୍ତ୍ତନର...

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୦୮କୁ ବୃଦ୍ଧି ପାଇଛି। ୪ ମୃତକଙ୍କ...

ଲକରରୁ ମିଳିଲା ୧୭ କେଜି ସୁନା, ୧.୫୭ କୋଟି ଟଙ୍କା

ଭୁବନେଶ୍ୱର, ୧୮।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍‌ ଅପରେଶନ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର...

‘ସଂରକ୍ଷିତ ଶିକ୍ଷକ ପଦବୀ ପାଇଁ ମିଳୁ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ’

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ...

ଅପରାହ୍ନରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏ ନେଇ ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା...

ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି

କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ...

ଇକୋ ବାର୍‌ ସିଲ୍‌, ମାଲିକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୧୦ (ବ୍ୟୁରୋ): କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳିବା ମହଙ୍ଗା ପଡ଼ିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଇନ୍‌ଫୋସିଟି ରୋଡ୍‌ରେ ଥିବା ଇକୋ ବାର୍‌ରେ ଚଢାଉ...

Advertisement
Archives

Model This Week