ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଓଲଟା ଟ୍ରେନ୍‌ ଚଳାଇଲେ ଲୋକୋ ପାଇଲଟ

ମୁମ୍ବାଇ,୭।୨: ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲୋକୋ ପାଇଲଟ ଓଲଟା ଟ୍ରେନ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲୋକୋ ପାଇଲଟ ଉକ୍ତ ଟ୍ରେନ୍‌କୁ ଚଳାଇବା ସହ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକ ପାଇଲଟଙ୍କ ଏହି କାର୍ଯ୍ୟ ପାଇଁ ଲୋକମାନେ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ସେହିପରି ରେଳମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ରେଲଓ୍ବେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ନିଷ୍ଠାପରାୟଣକୁ ପ୍ରଶଂସା କରିବା ସହ ଟୁଇଟରରେ ଉକ୍ତ ଭିଡିଓକୁ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପଚୋରା ଓ ମାହେଜି ଷ୍ଟେସନ ମଧ୍ୟରେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଏହାକୁ ଦେଖି ଟ୍ରେନ୍‌ର ଗାର୍ଡ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ଲୋକୋ ପାଇଲଟ ଉକ୍ତ ବେହୋସ୍‌ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ୫୦୦ମିଟରରୁ ଊର୍ଦ୍ଧ୍ୱ ପର୍ଯ୍ୟନ୍ତ ଟ୍ରେନ୍‌କୁ ଓଲଟା ଦୌଡାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ। ଏବେ ଆହତ ଯାତ୍ରୀଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଭିଡିଓକୁ ଫେବୃୟାରୀ ୬ରେ ଶେୟାର କରାଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାକୁ ୪୮ହଜାରରୁ ଉର୍ଦ୍ଧ୍ୱ ୟୁଜର୍ସ ଦେଖିସାରିଲେଣି। ଏଥିସହ ଏହାକୁ ୧୨ ହଜାର ଲାଇକ୍‌ ଓ ୨ହଜାର ରିଟୁଇଟ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri