ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ ପୃଥିତ୍ବୀ ଜୀବଜନ୍ତୁ ବିହୀନ ହୋଇଯାଇଥିଲା। ଏହାସହ ଭୂଗର୍ଭ ତଥା ବାହ୍ୟ କାରଣ ଯୋଗୁ ୬ଥର ପୃଥିବୀରେ ମହାପ୍ରଳୟ ସଂଘଠିତ ହୋଇଯାଇଛି। ଏବେ ଗବେଷକମାନେ ଆଉ ଏକ ମହାପ୍ରଳୟର ଆଶଙ୍କା କରିଛନ୍ତି । ଆମେରିକା ନ୍ୟୁୟର୍କ ୟୁନିଭର୍ସିଟିର ପ୍ରାଧ୍ୟାପକ ମିଶେଲ ରେମ୍ପିନୋ କହନ୍ତି,ପୂର୍ବରୁ ପରିବେଶ ଅସନ୍ତୁଳନ ଯୋଗୁ ମହାପ୍ରଳୟ ଆସିଥିଲା। ବଡ଼ଧରଣର ବନ୍ୟା ଓ ଜ୍ୱଳାମୁଖୀ ବିସ୍ଫୋରଣ ଘଟଣା ଘଟିଥିଲା। ଜ୍ୱାଳାମୁଖୀରୁ ଲାଭା ଉଦ୍‌ଗୀରଣ ହୋଇ ଲକ୍ଷ ଲକ୍ଷ କିଲୋମିଟର ପୃଥିବୀରେ ମାଡିଯିବା ଦ୍ୱାରା ଜୀବଜନ୍ତୁ ଲୋପ ପାଇଯାଇଥିଲା। ଏବେ ପୃଥିବୀରେ ତାପମାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାଦ୍ୱାରା ଖୁବ୍‌ ଶୀଘ୍ର ଆମକୁ ଆଉ ଏକ ମହାପ୍ରଳୟର ସାକ୍ଷୀ ହେବାକୁ ପଡିବ। ପୂର୍ବରୁ ଏମିତି ଘଟଣା ଘଟିଥିବାରୁ ବୈଜ୍ଞାନିକମାନେ ଏବକାର ବିଶ୍ୱତାପମାନ ବୃଦ୍ଧି ଆଉ ଏକ ମହାପ୍ରଳୟର ସୂଚନା ଦେଉଛି ବୋଲି କହନ୍ତି ରେମ୍ପିନୋ। ଏହି ଗବେଷଣା ସମ୍ବନ୍ଧୀୟ ତଥ୍ୟ ହିଷ୍ଟୋରିକାଲ ବାୟୋଲୋଜିରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍‌ ବ୍ଲେଣ୍ଡର ଉପହାର

ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର...

ସହରର ରାସ୍ତାରେ ଦୌଡ଼ୁଛି ଗଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପେରୁ ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାରୁ ଉଗ୍ର ପଦର୍ଶନ, ଲାଗିଲା ଏକ ସପ୍ତାହର ଏମରଜେନ୍ସି

ଲିମା,୧୫ ।୧୨: ପେରୁର ପ୍ରତିରକ୍ଷା ମନ୍ତ୍ରୀ ମହାଭିଯୋଗ ଆଣି ୭ ଡିସେମ୍ବରରେ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲେଙ୍କ୍‌ୁ ପଦରୁ ହଟାଇ ଦେଇଛନ୍ତି । ଏହାକୁ ବିରୋଧ କରି...

ଭାରତର ଏହି ରାଜ୍ୟରେ ପାଳନ କରାଯାଏ ନାହିଁ ଦୀପାବଳି

ଭାରତର ଅନେକ ରାଜ୍ୟରେ ଆଲୋକର ପର୍ବ ଦୀପାବଳି ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବା ବେଳେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଦୀପାବଳି...

‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର...

ୟୁକ୍ରେନ୍‌-ଆଫଗାନିସ୍ତାନ ବିସ୍ଥାପିତଙ୍କ ପାଇଁ ବିପଜ୍ଜନକ ହେବ ଶୀତଦିନ: ଜାତିସଂଘର ଚେତାବନୀ…

ଜେନେଭା,୧୩।୧୧ : ଆଫଗାନିସ୍ତାନରେ ହୋଇଥିବା କ୍ଷମତା ଦଖଲ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।...

ରାସ୍ତାରେ ଗଡୁଛି ଭିନ୍ନ ଧରଣର ସାଇକେଲ, ଯିଏ ଦେଖୁଛି ଘଡ଼ିଏ ଚାହିଁ ସେଲ୍‌ଫି ନେଉଛି

ଉତ୍ତରପ୍ରଦେଶର ପିଲିଭିତିରେ ଭିନ୍ନ ଧରଣର ଏକ ସାଇକେଲ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ଯେତେବେଳେ ଏହି ସାଇକେଲ ରାସ୍ତାରେ ଗଡୁଛି ସେତେବେଳେ ଏହା ପାଖରେ ଯାଉଥିବା...

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟକୁ ଖୁସି ଦେଉଛନ୍ତି

ନୂଆଦିଲ୍ଲୀ: ଲୋକେ ନିଜ ପେଟପାଟଣା ପାଇଁ ଅନେକ କିଛି କରୁଥିବା ନଜରକୁ ଆସୁଛନ୍ତି। ତେବେ ଏଠାରେ ଜଣେ ଭିନ୍ନକ୍ଷମ ନିଜକୁ ସକ୍ଷମ କରିବାକୁ ଯାହା କରୁଛନ୍ତି,...

Advertisement
Archives

Model This Week