ଆସିବେ ୨୭ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ

ଢେଙ୍କାନାଳ ଅଫିସ, ୭।୫ – ଢେଙ୍କାନାଳ ଜିଲାକୁ ଆସିବେ ୨୭ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ପରିସ୍ଥିତିରେ ପ୍ରବାସୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏ ନେଇ ଜିଲାପାଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ବିଡିଓ, ତହସିଲଦାର, ନୋଡାଲ ଅଫିସରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଇତିମଧ୍ୟରେ ଜିଲାକୁ ୨୭ ହଜାର ପ୍ରବାସୀ ଓଡ଼ିଆ ଫେରିବାକୁ ନାମ ପଞ୍ଜୀକରଣ କରିସାରିଲେଣି। ପର୍ଯ୍ୟାୟକ୍ରମେ ସେମାନଙ୍କୁ ଅଣାଯିବ। ସେମାନେ ଆସିବା ପରେ ୧୪ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପ୍ରବାସୀଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦିଆଯିବ। ଆବଶ୍ୟକସ୍ଥଳେ ମନୋରଞ୍ଜନ ଲାଗି ଟେଲିଭିଜନ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା କରାଯିବ। ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ପ୍ରମୁଖ ଦାୟିତ୍ୱ ହେବ। କେନ୍ଦ୍ର ପରିଚାଳନା ଦାୟିତ୍ୱଧାରୀ କର୍ମଚାରୀ କ୍ୱାରାଣ୍ଟାଇନ୍‌ରେ ଥିବା ପ୍ରବାସୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ। ପ୍ରବାସୀଙ୍କୁ ଶୃଙ୍ଖଳିତ କରିବା ଦିଗରେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚମାନେ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ଜିଲାପାଳ ନିବେଦନ କରିଛନ୍ତି।
ସଙ୍ଗରୋଧ କେନ୍ଦ୍ରରେ ଥିବା ବ୍ୟକ୍ତିମାନେ ବିଶୃଙ୍ଖଳା କଲେ ସେମାନଙ୍କୁ ଅନ୍ୟ ସେଣ୍ଟରକୁ ସ୍ଥାନାନ୍ତର କରାଯିବ। ସେମାନଙ୍କ ବିରୋଧରେ ଲକ୍‌ଡାଉନ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ସୁରକ୍ଷା, ସୀମା ସିଲ୍‌ ଏବଂ ୧୨ ଘଣ୍ଟିଆ ୧୪୪ ଧାରା ବଳବତ୍ତର ଥିବାରୁ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ସେହିପରି ପଡ଼ୋଶୀ ଯାଜପୁର ଜିଲା ରେଡ୍‌ଜୋନ୍‌ ଘୋଷିତ ହୋଇଛି। ତେଣୁ ସୀମାନ୍ତ ଭୁବନ ଏବଂ ଗଁଦିଆ ଅଞ୍ଚଳବାସୀ ଉକ୍ତ ଅଞ୍ଚଳକୁ ପ୍ରଶାସନର ବିନା ଅନୁମତିରେ ଯାଇପାରିବେ ନାହିଁ। ଯାଜପୁର ଜିଲାବାସୀଙ୍କ ଆସିବାକୁ ଚାହିଁଲେ ସମାନ କଟକଣା ଲାଗୁ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ପ୍ରତି ଭାଗଚାଷୀ ବିମୁଖ

କେନ୍ଦ୍ରାପଡ଼ା ଅଫିସ,୯ା୫: ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି, କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟର ୪୦ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ...

ଲୋକଙ୍କ ଲାଗି ୨ ଦିନ ସମୁଦ୍ର ବେଳାଭୂମି ମନା

ଛତ୍ରପୁର,୧୦।୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଲାଗି ଗଞ୍ଜାମ ଜିଲାର ସମସ୍ତ ସମୁଦ୍ର ବେଳାଭୂମିକୁ ମଙ୍ଗଳବାର ଓ ବୁଧବାର ୨ ଦିନ ଲାଗି ଲୋକଙ୍କୁ ଯିବା ପାଇଁ ବାରଣ...

୫ ଶ୍ରେଣୀକୁ ୮୦ ଛାତ୍ରୀଛାତ୍ର, ୨ ଶିକ୍ଷକ

ଜଳେଶ୍ୱର,୨୩।୧(ସ୍ବ.ପ୍ର.)-ସରକାର ଶିକ୍ଷାର ମାନ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠୀ ଶିକ୍ଷା...

ସରପଞ୍ଚ ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଭୋଟର

କୁତ୍ରା,୧୨ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର...

ବ୍ରହ୍ମପୁରରେ ମିଶନ ଜିରୋ କୋଭିଡ୍‌-୧୯ ଅଭିଯାନ: ୩ଦିନରେ ୧ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର ଅଫିସ,୨୮ା୬- ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବା ବେଳେ ଏହାକୁ ପ୍ରତିହତ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ...

ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ୍‌ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ

ବଲାଙ୍ଗୀର ଅଫିସ, ୧୫ା୧: ପ୍ରାୟ ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ ସାଇଟ୍‌ ଅଞ୍ଚଳରେ ଶୁକ୍ରବାରଠାରୁ ଡ୍ୟାମ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ ହୋଇଛି।...

ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଗଛ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-ନୂଆ ଖଣି ଖନନ ପାଇଁ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ପଞ୍ଚାୟତ ଅଧୀନ ଗନ୍ଧଲପଡା ଗ୍ରାମ ନିକଟ ଶାଳ ଜଙ୍ଗଲ...

ସ୍ବତନ୍ତ୍ର ଟ୍ରେନ୍‌ରେ ବରଗଡ଼ରେ ପହଞ୍ଚିଲେ ୧୪୦୦ ପ୍ରବାସୀ

ବରଗଡ଼ ଅଫିସ,୧୩ା୬: ରାଜ୍ୟ ବାହାରେ ରହିଥିବା ୧୪୦୦ ପ୍ରବାସୀ ଶନିବାର ଅପରାହ୍ନରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବରଗଡ଼ ରୋଡ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ବରଗଡ଼ ଜିଲା...

Advertisement
Archives

Model This Week