ଆଶା ଅସୁମାରି.. ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଚିସ୍ମିତା

କେନ୍ଦୁଝର, ୧୧ା୯(ଡି.ଏନ.ଏ.)-ଓଡିଶୀ ନୃତ୍ୟର ଛନ୍ଦ, ଭଙ୍ଗିମା ଓ ଲାଳିତ୍ୟ ନିଆରା। ନିଷ୍ଠା ଓ ସାଧନା ଦ୍ୱାରା ଏହି ନୃତ୍ୟକଳାରେ ପାରଦର୍ଶିତା ଲାଭ କରିବା ସମ୍ଭବ। ଏକଥାକୁ ଧ୍ୟାନରେ ରଖି ସୁଚିସ୍ମିତା ପାଠପଢା ସହିତ ନିୟମିତ ନୃତ୍ୟ ସାଧନା ଜାରି ରଖିଛନ୍ତି। ପାଠପଢା ପ୍ରତି ଅବହେଳା ନ କରି ନୃତ୍ୟ ଶିକ୍ଷା ଲାଗି ସମୟ ବାହାର କରି ସେ ଆଗକୁ ବଢିବା ଲକ୍ଷ୍ୟରେ ରହିଛନ୍ତି। ମନରେ ଆଶା ଅସୁମାରୀ, ଆଖିରେ ଆଖିଏ ସ୍ବପ୍ନ।
କଟକର ଅଭିପ୍‌ସା ଅନୁଷ୍ଠାନ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଭାବରେ ପୁରସ୍କୃତ ହେବା ପରେ ସୁଚିସ୍ମିତା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ବିଭିନ୍ନ ଆଞ୍ଚଳିକ ଓ ପ୍ରାଦେଶିକ ମଞ୍ଚରେ ନିଖୁଣ ଭାବରେ ଓଡିଶୀ ନୃତ୍ୟ ପରିବେଷଣ କରି ସେ ଅନେକ ପ୍ରଶଂସା ସାଉଁଣ୍ଟିଛନ୍ତି। ଓଡିଆ ଆଲବମ ଓ ଓଡିଆ ଟିଭି ଧାରାବାହିକରେ ସେ ନୃତ୍ୟ ପ୍ରଦର୍ଶନ କରିବା ସୁଯୋଗ ପାଇଛନ୍ତି। ଭବିଷ୍ୟତରେ ଜଣେ ଓଡିଶୀ ନୃତ୍ୟଶିଳ୍ପୀ ଭାବେ ଯୁବପିଢିଙ୍କୁ ସେ ଶିକ୍ଷାଦାନ କରବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସୁଚିସ୍ମିତାଙ୍କ ଘର କେନ୍ଦୁଝର ଜିଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିପଟ ମଫସଲ ଗଁା କଟଲପଶିରେ । ମାତା ଜୟନ୍ତୀ ମହାନ୍ତ ଓ ପିତା ଦେବାନନ୍ଦ ମହାନ୍ତ । ସେ ଏବେ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଓଡିଶୀ ନୃତ୍ୟକୁ ନିଜ ସାଧନାର ରାସ୍ତା ଭାବେ ସେ ବାଛି ନେଇଛନ୍ତି । ଜିଲାର ସୁନାମଧନ୍ୟ ନୃତ୍ୟ ଅନୁଷ୍ଠାନ ବର୍ଷା କ୍ଲବର ନିର୍ଦ୍ଦେଶକ ଗୁରୁ ଦାସଙ୍କ ମାର୍ଗଦର୍ଶନରେ ସେ ଓଡିଶୀ ନୃତ୍ୟ ଶିକ୍ଷା କରୁଛନ୍ତି। ମୁମ୍ବାଇସ୍ଥିତ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ ଅଧୀନରେ ଓଡିଶୀ ନୃତ୍ୟ ଲାଗି ପ୍ରଥମବର୍ଷର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ଦ୍ୱିତୀୟ ବର୍ଷ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପାଠପଢା ସହ ଓଡିଶୀ ନୃତ୍ୟ ଅଭ୍ୟାସ ଜାରି ରଖିବା ଲାଗି ତାଙ୍କ ମାତା,ପିତାଙ୍କ ପ୍ରେରଣା ତାଙ୍କୁ ବାଟ କଢାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଗ୍ରାମୀଣ ପରିବେଶରେ ରହୁ ଥିବା ଯୁବପିଢି ମଧ୍ୟରେ ପ୍ରତିଭାଙ୍କ ଅଭାବ ନାହିଁ ା ସୁଯୋଗ ସୁବିଧା ଅଭାବରୁ ସେମାନେ ବଣମଲ୍ଲି ହୋଇ ରହି ଯାଉଛନ୍ତି। ତେବେ ଦୃଢ ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ଆଗକୁ ବଢି ପ୍ରତିଭା ପ୍ରଦର୍ଶନ କରି ଚାଲିଛନ୍ତି। ଦର୍ଶକଙ୍କ କରତାଳି ଓ ଆଶୀର୍ବାଦ ତାଙ୍କୁ ଏ ଦିଗରେ ପ୍ରେରଣା ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ଲକ୍ଷରେ ଡେମୋନଷ୍ଟ୍ରେଟର

ଢେଙ୍କାନାଳ ଅଫିସ, ୧୩।୩ ଡେମୋନଷ୍ଟ୍ରେଟର ନିଯୁକ୍ତିରେ ଜାଲିଆତି। ଟିଚିଂ ଷ୍ଟାଫ୍‌ ଦର୍ଶାଇ ଦିଆଯାଇଥିଲା ଚାକିରି। ଏଥିଲାଗି ନିଆଯାଇଥିଲା ଅଢ଼େଇ ଲକ୍ଷ ଟଙ୍କା। ଢେଙ୍କାନାଳ ଜିଲା ସଦର...

ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ

ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ...

ବିଜୁଙ୍କ ପୁଣ୍ୟତିଥିରେ ରକ୍ତଦାନ ଶିବିର

ବରୀ,୧୮।୪:(ଡି.ଏନ.ଏ.) ବିଜୁ ପଟ୍ଟାନାୟକଙ୍କ ପୂଣ୍ୟତିଥିରେ ବରୀ ବ୍ଲକ୍‌ ଅଧୀନ ଅଟିରା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରୀ ବିଧାୟିକା ସୁନନ୍ଦା ଦାସ...

ଜଙ୍ଗଲର ୪ ଅଞ୍ଚଳ ଜଳୁଛି

ସମ୍ବଲପୁର,୧ା୪(ବ୍ୟୁରୋ) ପ୍ରତିବର୍ଷ ମାର୍ଚ୍ଚ ଶେଷ ଓ ଏପ୍ରିଲ ମାସରେ ଜଙ୍ଗଲରେ ନିଆଁ ଲାଗିଥାଏ। ବନ ବିଭାଗ ପାଖରେ ଏ ନେଇ ଆଗୁଆ ସୂଚନା ମଧ୍ୟ ରହିଛି।...

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି...

ବିଦ୍ୟାଳୟ ସମ୍ମୁଖରୁ ଛାତ୍ର ଅପହରଣ ଘଟଣା: ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ବାହାନଗା, ୨୩।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ଗତ ସୋମବାର ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହେବାପରେ ଜଣେ...

ଅର୍ଥ ମଞ୍ଜୁର ପରେ ନିର୍ମାଣ ହେଉନି ବିଶ୍ରାମାଗାର

ଭଦ୍ରକ ଅଫିସ, ୧୩ା୫: ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଅର୍ଥ ମହଜୁଦ ରହି ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବିଶ୍ରାମାଗାର ନିର୍ମାଣ...

୫୪୫ ପ୍ରାର୍ଥିପତ୍ର ଦାଖଲ କଲେ ଆଶାୟୀ

ବଅଁରପାଳ/ ବଇଣ୍ଡା/ ଛେଣ୍ଡିପଦା, ୧୮।୧(ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ ହୋଇଛି। ନିୟମ ଅନୁଯାୟୀ ଏହା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।...

Advertisement
Archives

Model This Week