ଆଶା ଅସୁମାରି.. ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଚିସ୍ମିତା

କେନ୍ଦୁଝର, ୧୧ା୯(ଡି.ଏନ.ଏ.)-ଓଡିଶୀ ନୃତ୍ୟର ଛନ୍ଦ, ଭଙ୍ଗିମା ଓ ଲାଳିତ୍ୟ ନିଆରା। ନିଷ୍ଠା ଓ ସାଧନା ଦ୍ୱାରା ଏହି ନୃତ୍ୟକଳାରେ ପାରଦର୍ଶିତା ଲାଭ କରିବା ସମ୍ଭବ। ଏକଥାକୁ ଧ୍ୟାନରେ ରଖି ସୁଚିସ୍ମିତା ପାଠପଢା ସହିତ ନିୟମିତ ନୃତ୍ୟ ସାଧନା ଜାରି ରଖିଛନ୍ତି। ପାଠପଢା ପ୍ରତି ଅବହେଳା ନ କରି ନୃତ୍ୟ ଶିକ୍ଷା ଲାଗି ସମୟ ବାହାର କରି ସେ ଆଗକୁ ବଢିବା ଲକ୍ଷ୍ୟରେ ରହିଛନ୍ତି। ମନରେ ଆଶା ଅସୁମାରୀ, ଆଖିରେ ଆଖିଏ ସ୍ବପ୍ନ।
କଟକର ଅଭିପ୍‌ସା ଅନୁଷ୍ଠାନ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଭାବରେ ପୁରସ୍କୃତ ହେବା ପରେ ସୁଚିସ୍ମିତା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ବିଭିନ୍ନ ଆଞ୍ଚଳିକ ଓ ପ୍ରାଦେଶିକ ମଞ୍ଚରେ ନିଖୁଣ ଭାବରେ ଓଡିଶୀ ନୃତ୍ୟ ପରିବେଷଣ କରି ସେ ଅନେକ ପ୍ରଶଂସା ସାଉଁଣ୍ଟିଛନ୍ତି। ଓଡିଆ ଆଲବମ ଓ ଓଡିଆ ଟିଭି ଧାରାବାହିକରେ ସେ ନୃତ୍ୟ ପ୍ରଦର୍ଶନ କରିବା ସୁଯୋଗ ପାଇଛନ୍ତି। ଭବିଷ୍ୟତରେ ଜଣେ ଓଡିଶୀ ନୃତ୍ୟଶିଳ୍ପୀ ଭାବେ ଯୁବପିଢିଙ୍କୁ ସେ ଶିକ୍ଷାଦାନ କରବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସୁଚିସ୍ମିତାଙ୍କ ଘର କେନ୍ଦୁଝର ଜିଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିପଟ ମଫସଲ ଗଁା କଟଲପଶିରେ । ମାତା ଜୟନ୍ତୀ ମହାନ୍ତ ଓ ପିତା ଦେବାନନ୍ଦ ମହାନ୍ତ । ସେ ଏବେ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଓଡିଶୀ ନୃତ୍ୟକୁ ନିଜ ସାଧନାର ରାସ୍ତା ଭାବେ ସେ ବାଛି ନେଇଛନ୍ତି । ଜିଲାର ସୁନାମଧନ୍ୟ ନୃତ୍ୟ ଅନୁଷ୍ଠାନ ବର୍ଷା କ୍ଲବର ନିର୍ଦ୍ଦେଶକ ଗୁରୁ ଦାସଙ୍କ ମାର୍ଗଦର୍ଶନରେ ସେ ଓଡିଶୀ ନୃତ୍ୟ ଶିକ୍ଷା କରୁଛନ୍ତି। ମୁମ୍ବାଇସ୍ଥିତ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ ଅଧୀନରେ ଓଡିଶୀ ନୃତ୍ୟ ଲାଗି ପ୍ରଥମବର୍ଷର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ଦ୍ୱିତୀୟ ବର୍ଷ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପାଠପଢା ସହ ଓଡିଶୀ ନୃତ୍ୟ ଅଭ୍ୟାସ ଜାରି ରଖିବା ଲାଗି ତାଙ୍କ ମାତା,ପିତାଙ୍କ ପ୍ରେରଣା ତାଙ୍କୁ ବାଟ କଢାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଗ୍ରାମୀଣ ପରିବେଶରେ ରହୁ ଥିବା ଯୁବପିଢି ମଧ୍ୟରେ ପ୍ରତିଭାଙ୍କ ଅଭାବ ନାହିଁ ା ସୁଯୋଗ ସୁବିଧା ଅଭାବରୁ ସେମାନେ ବଣମଲ୍ଲି ହୋଇ ରହି ଯାଉଛନ୍ତି। ତେବେ ଦୃଢ ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ଆଗକୁ ବଢି ପ୍ରତିଭା ପ୍ରଦର୍ଶନ କରି ଚାଲିଛନ୍ତି। ଦର୍ଶକଙ୍କ କରତାଳି ଓ ଆଶୀର୍ବାଦ ତାଙ୍କୁ ଏ ଦିଗରେ ପ୍ରେରଣା ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri