ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି ହୋଇଛି। ଆଲିଆ ସବୁବେଳେ ନିଜର ଲୁକ୍‌କୁ ନେଇ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। କ’ଣ ପିନ୍ଧିଲେ ଭଲ ଦେଖାଯିବେ କେମିତି ରଙ୍ଗର ପୋଷାକ ପିନ୍ଧିଲେ ଆହୁରି ସୁନ୍ଦର ଦେଖାଯିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥା’ନ୍ତି। ଇଣ୍ଡିଆନ୍‌ ପୋଷାକଠାରୁ ଆରମ୍ଭ କରି ପାଶ୍ଚାତ ଦେଶର ପୋଷାକ ମଧ୍ୟ ସେ ପରିଧାନ କରିଥା’ନ୍ତି। ତାଙ୍କର କିଛି ଫଟୋ ଏବେ ସୋସିିଆଲ ମିଡିଆରେ ଶେୟାର ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚାର କାରଣ ହେଉଛି ତାଙ୍କ ଚପଲ। ଚପଲଟି ଦେଖିବାକୁ ମାମୁଲି ଲାଗୁଥିଲେ ମଧ୍ୟ ଦାମ୍‌ କିନ୍ତୁ ଢେର୍‌ ଅଧିକ। ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ଆଲିଆ ଏକ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାବେଳେ ଏହି ଦାମୀ ଚପଲଟିକୁ ପିନ୍ଧିଛନ୍ତି। ଫଟୋରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆଲିଆ ପିନ୍ଧିଥିବା ଚପଲ ଇଟାଲିଆନ୍‌ ବ୍ରାଣ୍ଡ୍‌ ନିୟସର। ଯାହାର ଦାମ୍‌ ୫୪ ହଜାର ୫୪୭ ଟଙ୍କା। ଏହି ଚପଲ ୧୦୦ ପ୍ରତିଶତ ଚମଡ଼ାରେ ତିଆରି। ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା। ତେବେ ଫିଲ୍ମ କଥା କହିଲେ, ଆଲିଆ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ସହ ଖୁବ୍‌ଶୀଘ୍ର୍ର ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ତେରି ଗଲି’ରେ ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ଆସିମ୍‌

ବମ୍ବେ: ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ଜଣେ ମଡେଲରୁ ରାତାରାତି ଷ୍ଟାର ପାଲଟିଥିବା ଆସିମ ରିଆଜ ପୁଣି ଚର୍ଚ୍ଚାରେ। କାରଣଟି ହେଲା ତାଙ୍କର ଅପ୍‌କମିଂ ପ୍ରୋଜେକ୍ଟ।...

ଭାରତ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଉପହାର ଦେବେ ବୀଣା

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପ୍ରତିଥର କିଛି ନା କିଛି ଭାରତ ବିରୋଧୀ କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ। ବିଗ୍‌ ବସ୍‌ କଣ୍ଟେଷ୍ଟାଣ୍ଟ ଭାବେ...

କାହିଁକି ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା

ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌। ପ୍ରିୟଙ୍କା ପ୍ରାୟତଃ ନିକ୍‌ଙ୍କ ସହ ଫଟୋ ଛାଡୁଥିବାର...

ମୃତ୍ୟୁକୁ ଭୟ କରୁଥିଲେ ସୁଶାନ୍ତ: ଶେଷରେ କଲେ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ପୁରୁଣା ସ୍ମୃତିକୁ...

ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡର ଟିଜର ରିଲିଜ୍‌: ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ସାଉଥ୍‌ ସୁପରଷ୍ଟାର

ମୁମ୍ବାଇ: ଗତ କିଛି ଦିନରୁ ମୋଷ୍ଟ ପପୁଲାର ଶୋ’ ‘ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଶୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ବହୁ...

ବିଲରେ ହଳ କରୁଥିବା ସଲମନଙ୍କୁ ଏମିତି କହିଲେ କଂଗ୍ରେସ ନେତା

କରୋନା ପାଇଁ ଫିଲ୍ମ ଶୁଟିଂ ବନ୍ଦ ରହିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ସମୟ ଅତିବାହିତ କରିଆସୁଛନ୍ତି। ଏହି...

‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‌, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା

ବମ୍ବେ: ରିଲିଜ୍‌ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ...

ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *