ଆର୍‌ଏସ୍‌ପି ଭିତରକୁ ଦୁଇଟି ଗାଡ଼ିର ସନ୍ଦେହଜନକ ପ୍ରବେଶ

ରାଉରକେଲା ଅଫିସ, ୨୯। ୧୨-ରାଉରକେଲା ଇସ୍ପାତ କାରଖାନା ଭିତରକୁ ଶନିବାର ସନ୍ଦେହଜନକ ଭାବେ ପଶିଥିବା ଦୁଇଟି ଭାରିଯାନକୁ ଅଟକ ରଖାଯାଇଛି। ଏହା ସହ କାରଖାନା ସୁରକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ଗାଡ଼ି ନଂ. ଏନ୍‌ଏମ୍‌ ୦୨କ୍ୟୁ ୧୩୩୬ ଟ୍ରକ ଓ ସିଜି ୦୪ଜେଡି ୭୨୮୫ଟ୍ରଲରକୁ ଜବତ କରାଯାଇଛି। ଗାଡି ଡ୍ରାଇଭର ଓ ଖଲାସୀ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛନ୍ତି। ନିଉ ପ୍ଲେଟ ମିଲ ପଛରେ ଉଭୟ ଗାଡିକୁ ସୁରକ୍ଷା କର୍ମୀ ଅଟକ ରଖିଛନ୍ତି। ଏହି ଦୁଇଟି ଗାଡି ଗେଟ ଡେଇଁ କିଭଳି ଆର୍‌ଏସ୍‌ପି ପରିସରକୁ ଓ କାହିଁକି ପ୍ରବେଶ କରିଥିଲା ସେନେଇ ଉଚ୍ଚ କର୍ତ୍ତୃପକ୍ଷ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦାୟିତ୍ୱରେ ଥିବା ୫ଜଣ ସୁରକ୍ଷା କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହାର ସତ୍ୟାସତ୍ୟ ନେଇ କେହି କିଛି କହିବାକୁ ମନା କରି ଦେଇଛନ୍ତି। ଟାଙ୍ଗରପାଲ୍ଲୀ ଥାନା କର୍ତ୍ତୃପକ୍ଷ ଘଟଣାକୁ ସ୍ବୀକାର କରିଥିଲେ ବି ଠିକ ତଥ୍ୟ ଦେଇପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?