ରାଉରକେଲା ଅଫିସ, ୨୯। ୧୨-ରାଉରକେଲା ଇସ୍ପାତ କାରଖାନା ଭିତରକୁ ଶନିବାର ସନ୍ଦେହଜନକ ଭାବେ ପଶିଥିବା ଦୁଇଟି ଭାରିଯାନକୁ ଅଟକ ରଖାଯାଇଛି। ଏହା ସହ କାରଖାନା ସୁରକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ଗାଡ଼ି ନଂ. ଏନ୍ଏମ୍ ୦୨କ୍ୟୁ ୧୩୩୬ ଟ୍ରକ ଓ ସିଜି ୦୪ଜେଡି ୭୨୮୫ଟ୍ରଲରକୁ ଜବତ କରାଯାଇଛି। ଗାଡି ଡ୍ରାଇଭର ଓ ଖଲାସୀ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି। ନିଉ ପ୍ଲେଟ ମିଲ ପଛରେ ଉଭୟ ଗାଡିକୁ ସୁରକ୍ଷା କର୍ମୀ ଅଟକ ରଖିଛନ୍ତି। ଏହି ଦୁଇଟି ଗାଡି ଗେଟ ଡେଇଁ କିଭଳି ଆର୍ଏସ୍ପି ପରିସରକୁ ଓ କାହିଁକି ପ୍ରବେଶ କରିଥିଲା ସେନେଇ ଉଚ୍ଚ କର୍ତ୍ତୃପକ୍ଷ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦାୟିତ୍ୱରେ ଥିବା ୫ଜଣ ସୁରକ୍ଷା କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହାର ସତ୍ୟାସତ୍ୟ ନେଇ କେହି କିଛି କହିବାକୁ ମନା କରି ଦେଇଛନ୍ତି। ଟାଙ୍ଗରପାଲ୍ଲୀ ଥାନା କର୍ତ୍ତୃପକ୍ଷ ଘଟଣାକୁ ସ୍ବୀକାର କରିଥିଲେ ବି ଠିକ ତଥ୍ୟ ଦେଇପାରି ନାହାନ୍ତି।
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍
ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…
ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ
ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…
ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ
ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…
ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ
କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…
ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…
ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ
ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…
ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….
ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…
Archives

