ଆର୍ମି ଏଡି କଲେଜ ଦୀକ୍ଷାନ୍ତ ସମାରୋହ ଆଜି : ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗୋପାଳପୁର,୨୮ା୯-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆର୍ମି ଏଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଶୁକ୍ରବାର ବାୟୁସେନାରେ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ସ୍ବାଗତ ଜଣାଇଥିଲେ। ପରେ ରାଷ୍ଟ୍ରପତି, ତାଙ୍କ ପତ୍ନୀ, ରାଜ୍ୟପାଳ, ଦୁଇ କେନ୍ଦ୍ରମନ୍ତ୍ରୀ ୨ଟି ସ୍ବତନ୍ତ୍ର ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୩ଟା ୪୦ ମିନିଟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚତ୍ଥିଲେ। ସେଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆର୍‌ଡିସି ଟି. ଆଓ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଆଇଜି ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଓ ଆର୍ମି ଏଡି କଲେଜର ମୁଖ୍ୟ ବ୍ରିଗେଡିର ରାଜୀବ ଶ୍ରୀବାସ୍ତବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ସେଠାରୁ ଦୁଇ କିଲୋମିଟର ଦୂରରେ ଥିବା ଆର୍ମି ଏଡ଼ି କଲେଜକୁ କଡ଼ା ସୁରକ୍ଷା ବଳୟରେ ରାଷ୍ଟ୍ରପତିଙ୍କୁ ପାଛୋଟି ନିଆଯାଇଥିଲା। ସେଠାରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ରାଷ୍ଟ୍ରପତି ଆସିବାର କିଛି ସମୟ ପରେ ବାୟୁସେନା ମୁଖ୍ୟ ବିପିନ ରାୱତ ମଧ୍ୟ ହେଲିକପ୍ଟରରୁ ଓହ୍ଲାଇଥିଲେ । ତାଙ୍କୁ ସେନା ପକ୍ଷରୁ କଡ଼ା ସୁରକ୍ଷାରେ ପାଛୋଟି ନିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌

ଗଞ୍ଜାମ,୨।୪(ଡି.ଏନ୍‌.ଏ.): ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ...

ପୁଣି ୧୪ ଅନ୍ତେବାସୀ କରୋନା ଆକ୍ରାନ୍ତ

ବ୍ରହ୍ମପୁର ଅଫିସ, ୧୭ା୮- ଗଞ୍ଜାମ ଜିଲାରେ କରୋନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି। ରବିବାର ପୁଣି ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ ଅନ୍ତେବାସୀ...

ସିଂହଳା ଗ୍ରାମରେ ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଧାନ, କଦଳୀ ଓ ପନିପରିବା

ଗୋପାଳପୁର,୨୨ା୧: ଗୋଳନ୍ଥରା ଥାନା ଅଞ୍ଚଳର ଗୋବିନ୍ଦ ନଗର, କୃଷ୍ଣନଗର, ଏରେଣ୍ଡା, ଭାଲିଆଗଡ଼, ଗୋବିନ୍ଦନଗର, ରାଧାମୋହନପୁର, ଝିଙ୍କିପଦର ଆଦି ଗ୍ରାମରେ ଗତ ୧୫ ଦିନ ହେଲା ହାତୀପଲ...

ଉତ୍ପାଦକଙ୍କ ମନମୁଖି ଦର ନିର୍ଦ୍ଧାରଣକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୯ା୮-ସ୍ଥାନୀୟ ଏକ ହୋଟେଲ୍‌ରେ ରବିବାର ଓଡ଼ିଶା ବ୍ୟବସାୟୀ ମହାସଂଘର ନୂତନ କାର୍ଯ୍ୟକାରିଣୀର ପ୍ରଧାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ...

‘ଛାତ୍ରୀଛାତ୍ରଙ୍କୁ ହସିବାର ସୁଯୋଗ ଦେବା ଆମ କର୍ତ୍ତବ୍ୟ’

ବେଗୁନିଆପଡ଼ା,୨୦ା୧୨(ଡି.ଏନ.ଏ.)- ବେଗୁନିଆପଡା ବ୍ଲକ ସାଙ୍କୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ସମାରୋହ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର...

ସାମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ: ବର୍ଷାଋତୁ ଆସିବା ପୂର୍ବରୁ ମରାମତି ଲାଗି ଦାବି

ହିିଞ୍ଜିଳିକାଟୁ,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି।...

ମହିଳାଙ୍କୁ ଆକ୍ରମଣ, ଜେଲଗଲେ ଶିକ୍ଷକ

ଭଞ୍ଜନଗର,୨୦।୧୨(ଡି.ଏନ୍‌.ଏ.)- ତାରସିଂ ପୋଲିସ ଶୁକ୍ରବାର ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେହେଲେ ପ୍ରତାପୁରର ଶଙ୍କର ନାୟକ। ମହିଳାଙ୍କ ଏତଲାକ୍ରମେ ନଂ.୧୯୫/୧୯ରେ ଏକ...

ଆଧାର ସଂଯୋଗ ନ କଲେ ରାଶନ ସାମଗ୍ରୀ ମିଳିବନି

ଆସିକା,୨୭ା୮(ଡି.ଏନ୍‌.ଏ.)-ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ରାଶନ କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଅଦ୍ୟାବଧି ଆସିକା ବ୍ଲକର କେତେକ ହିତାଧିକାରୀ ସେମାନଙ୍କ...

Advertisement
Archives

Model This Week