ଆର୍ଥତ୍କ ପ୍ୟାକେଜ ନେଇ ମାନସ ମନ୍ଥନ

 

ନୂଆଦିଲ୍ଲୀ,୩। ୫: କୋଭିଡ୍‌-୧୯ ଲାଗି ସାରା ଦେଶରେ ଅଚଳାବସ୍ଥା ଲାଗି ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଦ୍ୱିତୀୟ ପ୍ୟାକେଜ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅଥ ମର୍ନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି। ଆର୍ଥତ୍କ ପ୍ୟାକେଜର ରୂପରେଖ କିଭଳି ରହିବ ସେ ନେଇ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି। ସୀତାରାମନ ଏବଂ ଶାହଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସମେତ ଅନ୍ୟ ପ୍ରମୁଖ ମନ୍ତ୍ରଣାଳୟ ସହ ମଧ୍ୟ ସ୍ଥିତି ନେଇ ଆଲୋଚନା କରିଛନ୍ତି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଡାଟା ଶୁକ୍ରବାର ଜାରି ହେବାର ଥିଲା ମାତ୍ର ଏହାକୁ ସ୍ଥଗିତ ରଖାଯାଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ବିସ୍ତୃତ ଯୋଜନା ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ବିବରଣୀ ପ୍ରଦାନ କରାଯିବ।
ମୋଦି ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଶ୍ରମ ଏବଂ ଶକ୍ତି ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି। ଗୁରୁବାର ବାଣିଜ୍ୟ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଥିବା ବେଳେ ଉଭୟ ଘରୋଇ ଏବଂ ବିଦେଶୀ ନିବେଶ ଆକୃଷ୍ଟ କରିବା ଫୋକସ ରହିଥିଲା। ଦେଶର ଶିଳ୍ପ କ୍ଷେତ୍ରରେ ସୁଧାର ଆସିଲେ ଏହା ଦ୍ୱାରା ଅଭିବୃଦ୍ଧି ଧାରା ତ୍ୱରାନ୍ବିତ ହେବ ବୋଲି କୁହାଯାଉଛି। ଏବେ ଦେଶର ଅଭିବୃଦ୍ଧି ହାର ସବୁଠାରୁ କ୍ଷତିଗ୍ରସ୍ତ ଥିବାରୁ ଏଥିରେ ସୁଧାର ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରାମନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଦ୍ୱିତୀୟ ଆର୍ଥତ୍କ ପ୍ୟାକେଜରେ ସରକାର କ୍ଷୁଦ୍ର ବାଣିଜ୍ୟ, କୃଷକ, ମହିଳା, ଗରିବ, ପ୍ରବାସୀ ଶ୍ରମିକଙ୍କ ସମେତ ଦୁର୍ବଳ ବର୍ଗଙ୍କୁ ସହାୟତା କରିବେ ବୋଲି ଗଣମାଧ୍ୟମ ରିପୋର୍ଟରେ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା। ଲକଡାଉନ ପାଇଁ ବେସାମରିକ ବିମାନ ଚଳାଚଳ, ହସ୍ପିଟାଲିଟି, ଅଟୋମୋବାଇଲ, ରିୟଲ ଇଷ୍ଟେଟ ଏବଂ ଲଜିଷ୍ଟିକ ସହ ଅନ୍ୟ କ୍ଷେତ୍ରଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତ୍ତମାନ କିଛି କ୍ଷେତ୍ର ଲାଗି ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମୋଦନ ପ୍ରଦାନ କରାଯାଇଥିବା ବେଳେ ସରକାର କିନ୍ତୁ ପ୍ରଭାବିତ କ୍ଷେତ୍ରଗୁଡିକୁ ସହାୟତା ଦେଇ ନାହାନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ଅର୍ଥ ବ୍ୟବସ୍ଥା ଲାଗି ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ଏହା ଜି-୨୦ ଦେଶ ସମୂହଙ୍କ ପ୍ୟାକେଜ ତୁଳନାରେ ଅତି ନଗଣ୍ୟ। ସୂଚନା ଯୋଗ୍ୟ ଆମେରିକା ଏହାର ମୋଟ ଜିଡିପିର ୧୧% ପ୍ୟାକେଜ ଭାବେ ପ୍ରଦାନ କରିଥିବା ବେଳେ ଅଷ୍ଟ୍ରେଲିଆ ୯.୭% ଏବଂ ବ୍ରାଜିଲ ୩.୫% ପ୍ରଦାନ କରିଥିବା ଏକ ରିପୋର୍ଟରୁ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri