Posted inରାଜ୍ୟ

ଆରମ୍ଭ ହୋଇପାରୁନି ଧଉଳି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାତ୍ୟା ‘ଫନୀ’ ଯିବାର ଇତିମଧ୍ୟରେ ଦେଢ଼ମାସ ବିତିଗଲାଣି। ହେଲେ ସୁଧୁରିପାରୁନି ପର୍ଯ୍ୟଟନ ଶିଳ୍ପ ଅବସ୍ଥା। ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ଛିଡ଼ାହୋଇପାରୁନି। ଓଡ଼ିଶା ପର୍ଯ୍ୟଟନର ମେରୁଦଣ୍ଡ କୁହାଯାଉଥିବା ଗୋଲ୍ଡେନ୍‌ ଟ୍ରାଏଙ୍ଗେଲ ବା ପୁରୀ-ଭୁବନେଶ୍ୱର-କୋଣାର୍କ ସର୍କିଟ୍‌ ଫନୀ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ସଜାଡ଼ିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ। ବାତ୍ୟା ମାଡ଼ରେ ଅଚଳ ହୋଇପଡ଼ିଥିବା ଏହି ଶୋ ଏ ଯାଏ କାର୍ଯ୍ୟକ୍ଷମ ହୋଇପାରିନି। ଫଳରେ ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ମରାମତି କାମ ବି ଆରମ୍ଭ ହୋଇନି। ବାତ୍ୟାରେ ଭାଙ୍ଗିଯାଇଥିବା ମେଶିନ୍‌ ଓ ପ୍ରୋଜେକ୍ଟରଗୁଡ଼ିକ ସେଭଳି ଅଚଳ ହୋଇ ପଡ଼ିରହିଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ପ୍ରାୟ ୪.୬କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ‘ଧଉଳି’ରେ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ଶୋ। ଦୀର୍ଘବର୍ଷର ଯୋଜନା ଓ ଘୋଷଣା ପରେ ଦୁଇବର୍ଷ ତଳେ ଏହା ଉଦ୍‌ଘାଟିତ ହୋଇଥିଲା। ଥ୍ରୀ-ଡି ମ୍ୟାପିଂ, ଅତ୍ୟାଧୁନିକ ଶ୍ରାବ୍ୟ ବନ୍ଦୋବସ୍ତ, ଆଲୋକସମ୍ପାତ ସହ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆରେ କଣ୍ଠସ୍ବର ପରିବେଷଣର ବ୍ୟବସ୍ଥା କରାଯାଇଥିଲା। ଅଶୋକଙ୍କ କଳିଙ୍ଗ ଯୁଦ୍ଧ ଓ ହୃଦୟ ପରିବର୍ତ୍ତନର କଥା-କାହାଣୀ ପ୍ରସିଦ୍ଧ ଅଭିନେତା କବୀର ବେଦୀ, ଓମ୍‌ ପୁରୀ ଓ ବିଜୟ ମହାନ୍ତିଙ୍କ କଣ୍ଠସ୍ବରରେ ଧଉଳିକୁ ପ୍ରତିଧ୍ୱନିତ କରୁଥିଲା। ହେଲେ ବାତ୍ୟା ପରଠାରୁ ଶ୍ରୀହିନ ହୋଇ ପଡ଼ିରହିଛି ଶୋ ଚାଲୁଥିବା ଏହି ସ୍ଥାନ। କଣ୍ଟ୍ରୋଲ ରୁମ୍‌ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପ୍ରୋଜେକ୍ଟର ଓ ଦୁଇଟି ଲାଇଟ୍‌କୁ ଛାଡ଼ି ଆଉ କିଛି ନାହିଁ। ଅପରେଶନ ପାଇଁ ଥିବା ମେଶିନ୍‌ ମଧ୍ୟ ଖରାପ ହୋଇଯାଇଛି। ବହୁ କଷ୍ଟରେ ବାତ୍ୟାର ୨୦ଦିନ ପରେ କୋଣାର୍କରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ କ’ଣ ପାଇଁ ଏ ପର୍ଯ୍ୟନ୍ତ ମରାମତି କାମ ଆରମ୍ଭ ହୋଇନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି କି, ନିର୍ମାଣକାରୀ ସଂସ୍ଥା ଟ୍ରାଏକଲର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ ଟିମ୍‌ ଆସି ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାୟ ୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଦେଇଛନ୍ତି। ଏହା ସତ୍ତ୍ୱେ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ।
ଅନ୍ୟପକ୍ଷରେ ବାତ୍ୟା ପରେ ମାତ୍ର ୧୦ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ାଯାଇ ଧଉଳିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ ଆରମ୍ଭ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ କେତେଦିନ ଲାଗିବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଏ ନେଇ ଭୁବନେଶ୍ୱର ଟୁରିଷ୍ଟ ଅଫିସର ଅଜୟ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଧଉଳିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମରାମତିରେ ସମୟ ଲାଗିବ। ଆହୁରି ୧୦ରୁ ୧୫ଦିନ ସମୟ ଲାଗିପାରେ। କର୍ତ୍ତୃପକ୍ଷ ଯଦି ଗୁରୁତ୍ୱ ନ ଦେଇ ଠିକ୍‌ ସମୟରେ ମରାମତି ନ କରନ୍ତି, ତା’ ହେଲେ ପ୍ଲାନେଟାରିୟମ୍‌ ଭଳି ଏଠାରେ ମଧ୍ୟ ଶୋ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇ-ପଞ୍ଜୀକରଣରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ୨ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ସାରା ଦେଶରୁ ୪ କୋଟିରୁ ଅଧିକ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଶ୍ରମିକ ପଞ୍ଜୀକରଣ କରିବାରେ...

କଲେଜ ଛାତ୍ର ମୃତ୍ୟୁ ଘଟଣା ପଛରେ ପ୍ରେମିକା ସହ ଧରମ ଭାଇର ହାତ

କଟକ ଅଫିସ,୨୮ା୯: ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ଘଟଣାର ପୋଲିସ ସୋମବାର ପର୍ଦ୍ଧାଫାଶ କରିଛି। ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ଘଟଣାରେ ଜଗତପୁର ପୋଲିସ ୨...

ହଡ଼ପ ଟଙ୍କାରେ ମଉଜ

ଭୁବନେଶ୍ୱର,୫।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କୁ ରିମାଣ୍ଡରେ...

ଡାକ୍ତରାଣୀଙ୍କୁ ବିବାହ କରି ୨୩ ଲକ୍ଷ ଲୁଟିଥିଲେ ନକଲି ଡାକ୍ତର

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ ପରେ ଠକେଇ ଓ ପ୍ରତାରଣା କରି ଜେଲରେ ଥିବା ନକଲି ଡାକ୍ତର...

୧.୩୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୧।୩: ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳ ଏବେ ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି। ବାଲେଶ୍ୱରର ଜଳେଶ୍ୱର ଓ ଅନ୍ୟ କେତେକ ଅଞ୍ଚଳରୁ ବିଭିନ୍ନ...

ଗୁଜରାଟକୁ ଯାଉଛନ୍ତି ସର୍ବାଧିକ ଶ୍ରମିକ: ସ୍ବାଭାବିକ ହେଉଛି ସ୍ଥିତି, କର୍ମସ୍ଥଳୀମୁହାଁ ପ୍ରବାସୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଜୀବନଜୀବିକା ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏକ୍ଷେତ୍ରରେ ଧୀରେ ଧୀରେ ସ୍ଥିତି...

ରାଜ୍ୟରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଅପେକ୍ଷା ମଙ୍ଗଳବାର ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ୍‌...

ଭୁବନେଶ୍ୱରରେ ଚୋରା ବନ୍ଧୁକ ର଼୍ୟାକେଟ ଠାବ: ୨ ବେପାରୀ ଗିରଫ, ୮ ବନ୍ଧୁକ, ୧୨ ଗୁଳି ଜବତ  

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଖୋର୍ଦ୍ଧା ଜିଲା ଚନ୍ଦକା ଅଞ୍ଚଳରେ ଚଢ଼ାଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ଏକ ବଡ଼...

Advertisement
Archives

Model This Week