Posted inରାଜ୍ୟ

ଆରମ୍ଭ ହୋଇପାରୁନି ଧଉଳି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାତ୍ୟା ‘ଫନୀ’ ଯିବାର ଇତିମଧ୍ୟରେ ଦେଢ଼ମାସ ବିତିଗଲାଣି। ହେଲେ ସୁଧୁରିପାରୁନି ପର୍ଯ୍ୟଟନ ଶିଳ୍ପ ଅବସ୍ଥା। ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ଛିଡ଼ାହୋଇପାରୁନି। ଓଡ଼ିଶା ପର୍ଯ୍ୟଟନର ମେରୁଦଣ୍ଡ କୁହାଯାଉଥିବା ଗୋଲ୍ଡେନ୍‌ ଟ୍ରାଏଙ୍ଗେଲ ବା ପୁରୀ-ଭୁବନେଶ୍ୱର-କୋଣାର୍କ ସର୍କିଟ୍‌ ଫନୀ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ସଜାଡ଼ିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ। ବାତ୍ୟା ମାଡ଼ରେ ଅଚଳ ହୋଇପଡ଼ିଥିବା ଏହି ଶୋ ଏ ଯାଏ କାର୍ଯ୍ୟକ୍ଷମ ହୋଇପାରିନି। ଫଳରେ ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ମରାମତି କାମ ବି ଆରମ୍ଭ ହୋଇନି। ବାତ୍ୟାରେ ଭାଙ୍ଗିଯାଇଥିବା ମେଶିନ୍‌ ଓ ପ୍ରୋଜେକ୍ଟରଗୁଡ଼ିକ ସେଭଳି ଅଚଳ ହୋଇ ପଡ଼ିରହିଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ପ୍ରାୟ ୪.୬କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ‘ଧଉଳି’ରେ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ଶୋ। ଦୀର୍ଘବର୍ଷର ଯୋଜନା ଓ ଘୋଷଣା ପରେ ଦୁଇବର୍ଷ ତଳେ ଏହା ଉଦ୍‌ଘାଟିତ ହୋଇଥିଲା। ଥ୍ରୀ-ଡି ମ୍ୟାପିଂ, ଅତ୍ୟାଧୁନିକ ଶ୍ରାବ୍ୟ ବନ୍ଦୋବସ୍ତ, ଆଲୋକସମ୍ପାତ ସହ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆରେ କଣ୍ଠସ୍ବର ପରିବେଷଣର ବ୍ୟବସ୍ଥା କରାଯାଇଥିଲା। ଅଶୋକଙ୍କ କଳିଙ୍ଗ ଯୁଦ୍ଧ ଓ ହୃଦୟ ପରିବର୍ତ୍ତନର କଥା-କାହାଣୀ ପ୍ରସିଦ୍ଧ ଅଭିନେତା କବୀର ବେଦୀ, ଓମ୍‌ ପୁରୀ ଓ ବିଜୟ ମହାନ୍ତିଙ୍କ କଣ୍ଠସ୍ବରରେ ଧଉଳିକୁ ପ୍ରତିଧ୍ୱନିତ କରୁଥିଲା। ହେଲେ ବାତ୍ୟା ପରଠାରୁ ଶ୍ରୀହିନ ହୋଇ ପଡ଼ିରହିଛି ଶୋ ଚାଲୁଥିବା ଏହି ସ୍ଥାନ। କଣ୍ଟ୍ରୋଲ ରୁମ୍‌ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପ୍ରୋଜେକ୍ଟର ଓ ଦୁଇଟି ଲାଇଟ୍‌କୁ ଛାଡ଼ି ଆଉ କିଛି ନାହିଁ। ଅପରେଶନ ପାଇଁ ଥିବା ମେଶିନ୍‌ ମଧ୍ୟ ଖରାପ ହୋଇଯାଇଛି। ବହୁ କଷ୍ଟରେ ବାତ୍ୟାର ୨୦ଦିନ ପରେ କୋଣାର୍କରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ କ’ଣ ପାଇଁ ଏ ପର୍ଯ୍ୟନ୍ତ ମରାମତି କାମ ଆରମ୍ଭ ହୋଇନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି କି, ନିର୍ମାଣକାରୀ ସଂସ୍ଥା ଟ୍ରାଏକଲର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ ଟିମ୍‌ ଆସି ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାୟ ୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଦେଇଛନ୍ତି। ଏହା ସତ୍ତ୍ୱେ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ।
ଅନ୍ୟପକ୍ଷରେ ବାତ୍ୟା ପରେ ମାତ୍ର ୧୦ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ାଯାଇ ଧଉଳିରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ ଆରମ୍ଭ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ କେତେଦିନ ଲାଗିବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଏ ନେଇ ଭୁବନେଶ୍ୱର ଟୁରିଷ୍ଟ ଅଫିସର ଅଜୟ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଧଉଳିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମରାମତିରେ ସମୟ ଲାଗିବ। ଆହୁରି ୧୦ରୁ ୧୫ଦିନ ସମୟ ଲାଗିପାରେ। କର୍ତ୍ତୃପକ୍ଷ ଯଦି ଗୁରୁତ୍ୱ ନ ଦେଇ ଠିକ୍‌ ସମୟରେ ମରାମତି ନ କରନ୍ତି, ତା’ ହେଲେ ପ୍ଲାନେଟାରିୟମ୍‌ ଭଳି ଏଠାରେ ମଧ୍ୟ ଶୋ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri