ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଚଳିତ ଥର ୫୦ ଲକ୍ଷ ନୂଆ ସଭ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବାବେଳେ ଏହା ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଜିଲାସ୍ତରରେ କରାଯିବ।
ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ପବିତ୍ର ଗଣେଶ ପୂଜା ପାଇଁ ସମସ୍ତଙ୍କୁ ଅଭିନନ୍ଦନ। ବିଜେଡି ଓଡିଶାବାସୀଙ୍କ ଦଳ। ରାଜ୍ୟର ପ୍ରତ୍ୟେକ ଗାଁ ଓ ପ୍ରତି ଘରୁ ବିଜେଡି ଆଶୀର୍ବାଦ ପାଇଆସୁଛି। ଏହି ସଭ୍ୟ ସଂଗ୍ରହ ଅଭିଯାନ ମାଧ୍ୟମରେ ଆମେ ପୁଣିଥରେ ସେମାନଙ୍କୁ ଭେଟିବା। ରାଜ୍ୟର ସାଢ଼େ ୪ କୋଟି ଲୋକ ବିଜେଡିର ପରିବାର। ସେହି ଲୋକଙ୍କ ସହଯୋଗରେ ଆମ ସଭ୍ୟ ସଂଗ୍ରହ ଅଭିଯାନ ସଫଳ ହେବ। ଏହାଦ୍ୱାରା ସାଧାରଣ ଲୋକଙ୍କୁ ଭେଟିବାର ସୁଯୋଗ ଆଉଥରେ ମିଳିବ। ଚାଷୀ, ଯୁବକ ଓ ମହିଳାଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝି ଦଳକୁ ସୁଦୃଢ଼ କରିବା ପାଇଁ ନବୀନ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି। ଉଭୟ ଅଫ୍‌ ଲାଇନ୍‌ ଓ ଅନ୍‌ଲାଇନ୍‌ରେ ସଭ୍ୟ ସଂଗ୍ରହ ଚାଲିବ। ପଞ୍ଚାୟତର ପ୍ରତ୍ୟେକ ଓ୍ବାର୍ଡରେ ସର୍ବନିମ୍ନ ସକ୍ରିୟ ୪ଜଣ, ଏନ୍‌ଏସିର ପ୍ରତ୍ୟେକ ଓ୍ବାର୍ଡରେ ସକ୍ରିୟ ୫ଜଣ, ପୌରପାଳିକାର ଓ୍ବାର୍ଡରେ ସକ୍ରିୟ ୧୫ଜଣ ଏବଂ ମହାନଗର ନିଗମର ପ୍ରତ୍ୟେକ ଓ୍ବାର୍ଡରେ ୪୦ଜଣ ସକ୍ରିୟ ସଭ୍ୟଙ୍କ ଜରିଆରେ ପ୍ରତ୍ୟେକ ୨୪ଜଣ ଲେଖାଏ ନୂତନ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଙ୍ଗଳବାର ଢେଙ୍କାନାଳ ଓ ବାଲେଶ୍ୱର ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ୨ ସପ୍ତାହ ମଧ୍ୟରେ ଜିଲା, ବ୍ଲକ ଓ ନଗରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆଗେଇ ନିଆଯିବ ବୋଲି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିଜେଡି ଗତବର୍ଷ ସଭ୍ୟ ସଂଗ୍ରହ ଅଭିଯାନରେ ୪୭ଲକ୍ଷ ଲୋକଙ୍କୁ ସାମିଲ କରିଥିଲା। ଏଥର ଏହି ସଂଖ୍ୟାକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପ୍ରଥମଥର ଲାଗି ଦଳ ସଭ୍ୟମାନଙ୍କ ଆଧାର ଲିଙ୍କ କରିବାକୁ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ସାଧାରଣ ଲୋକମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବେନାହିଁ ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବିଜେଡିର ଏହି ଆଧାର ଲିଙ୍କ ପ୍ରସଙ୍ଗକୁ ଉଭୟ କଂଗ୍ରେସ ଏବଂ ଭାଜପା ସମାଲୋଚନା କରିଛି।
ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡି ପ୍ରଥମରୁ ଆଧାର ଲିଙ୍କ କଥାକୁ ବିରୋଧ କରିଆସୁଥିଲା। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧ କରିଥିଲା। ବର୍ତ୍ତମାନ ଦଳୀୟ ସଭ୍ୟ ସଂଗ୍ରହରେ ଆଧାର ଲିଙ୍କ କରିବା ପଛରେ ସେମାନଙ୍କର ନୂଆ ଷଡ଼ଯନ୍ତ୍ର ରହିଛି। ଯେଉଁମାନେ ଭୋଟ ଦେବେ ସେମାନଙ୍କୁ ସରକାରୀ ସୁବିଧା ଦେବା ଉଦ୍ଦେଶ୍ୟରେ ବିଜେଡି ଏପରି କରିଛି ହେଲେ ଆମେ ଏହାକୁ କରାଇ ଦେବୁନାହିଁ ବୋଲି ସମୀର କହିଛନ୍ତି।
କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଆଧାର ଲିଙ୍କ କଲେ ରାଶନ କାର୍ଡ ମିଳିବ। ଏବେ ବିଜେଡି ସଭ୍ୟ ହେବା ଲାଗି ମଧ୍ୟ ଆଧାର ଲିଙ୍କ ହେବ। ସେମାନେ ଲୋକଙ୍କୁ ସାହାଯ୍ୟ କରିବା ଲାଗି କରୁଛନ୍ତି ତାହା ପଛରେ ନିଶ୍ଚିତ କିଛି ସ୍ବାର୍ଥ ରହିଛି। କୋଉ ସ୍ବାର୍ଥ ରଖି ସେମାନେ ଏହା କରୁଛନ୍ତି ସେକଥା ଆକଳନ କରିବା କଷ୍ଟକର। ବିଜେଡିର ସବୁ ପଛରେ ସ୍ବାର୍ଥ ରହୁଥିବାରୁ ଏହାକୁ ଆକଳନ କରିବା କିଛି ବଡ଼ କଥା ନୁହେଁ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆୟକର ପ୍ରଶାସନକୁ ପାରଦର୍ଶୀ କରିବ ନୂଆ ବ୍ୟବସ୍ଥା’

ଭୁବନେଶ୍ୱର,୩ା୯:ଲୋକ ଚରିତ୍ର ମହାନ୍‌ ହେଲେ ପ୍ରଶାସନିକ କଟକଣା ଓ ଆଇନର ଛାଟ ଅନାବଶ୍ୟକ। ଟିକସ ପଇଠ କରିବାକୁ ସକ୍ଷମ ବ୍ୟକ୍ତିବିଶେଷ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାର...

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା...

ସମସିଆ ଘେରରେ ଲାଠୋର ଉ.ପ୍ରା.ବିଦ୍ୟାଲୟ: କୁଠି ଅଭାବୁ ପାଠ୍‌ପଢ଼ାରେ ଖେଲଢ଼େପ୍‌

  ଲାଠୋର, ୮।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆ ଘେରରେ ରହିଛେ। ସ୍କୁଲରେ...

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା...

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ପରଲୋକ

କଟକ ଅଫିସ,୧୪।୫: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।...

ରାଜଧାନୀରେ ଲୁଟ୍‌ ବେଳେ ଛୁରାମାଡ଼

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଲୁଟ୍‌ କରିବାରେ ବିଫଳ ହେବାରୁ ବୁଧବାର ଜଣେ ବ୍ୟକ୍ତିଙ୍କୁ ଲୁଟେରାମାନେ ଛୁରାମାଡ କରି ଫେରାର ହୋଇଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ତମାଣ୍ଡୋ ଥାନା...

କୃଷି ସୂଚନା, ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

ଖଜୁରିପଡ଼ା,୨୭ା୯(ଡି.ଏନ.ଏ.)- ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏହାର ସଫଳ ରୂପାୟନ ନିମନ୍ତେ ବହୁ ଟଙ୍କା ବ୍ୟୟ କରାଯାଉଛି। ମାତ୍ର...

୨ କୋଟି ଟଙ୍କାର ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ, ଏଥିରେ ରହିଛି ଏସବୁ ସୁବିଧା

ଚିତ୍ରକୋଣ୍ଡା,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ମାତ୍ର ଅଞ୍ଚଳ ବଡ଼ପଡ଼ାଠାରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ...

Advertisement
Archives

Model This Week