ଆରମ୍ଭ ହେଲା ଦାମୋଦର ମେଳା

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲାରେ ମକର ହେଉଛି ଗଣପର୍ବ। ଏହି ପର୍ବ ସମୟରେ ଜିଲାର ବାରୁଣୀ ଘାଟରେ ଆରମ୍ଭ ହୋଇଥାଏ ଦାମୋଦର ମେଳା। ବାରିପଦା ସହର ସ୍ଥିତ ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳୀର ସଙ୍ଗମସ୍ଥଳ ହେଉଛି ବାରୁଣୀ ଘାଟ। ଏହି ଘାଟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦାମୋଦରମେଳା। ଜିଲାରେ ବସବାସ କରୁଥିବା ସାନ୍ତାଳ ସମ୍ପ୍ରଦାୟର ମୃତକଙ୍କ ସମୂହ ଅସ୍ଥି ବିସର୍ଜନକୁ ଦାମୋଦର ମେଳା ତଥା ଦାମୋଦର ଯାତ୍ରା କୁହାଯାଏ। ଏହା ମୃତ୍ୟୁ ସଂସ୍କାରର ଶେଷ ପର୍ବ। ପ୍ରତ୍ୟେକ ସାନ୍ତାଳ ପରିବାର ସେମାନଙ୍କର ଆତ୍ମୀୟ ପରିଜନଙ୍କ ମୃତ୍ୟୁ ପରେ ଅସ୍ଥିକୁ ଗଙ୍ଗାନଦୀରେ ବିସର୍ଜନ ପାଇଁ ମାଟିରେ ପୋତି ରଖନ୍ତି। ମାତ୍ର ଆର୍ଥିକ ଦୁର୍ବଳତା ହେତୁ ଗଙ୍ଗା ନଦୀକୁ ଯାଇ ନ ପାରି ବାରୁଣୀ ଘାଟରେ ମକର ସଂକ୍ରାନ୍ତି ଅବସରରେ ବିସର୍ଜନ କରିଥାନ୍ତି। ଏହି ମେଳାରେ ଅସ୍ଥି ବିସର୍ଜନ କରିବା ପାଇଁ କେବଳ ମୟୂରଭଞ୍ଜ ନୁହେଁ ଓଡ଼ିଶାର ବିଭିନ୍ନ ଜିଲାର ସାନ୍ତାଳ ସମ୍ପ୍ରଦାୟ ପରିବାର ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ଏହି ପରିବାର ମଧ୍ୟ ଏଠାରେ ଏକତ୍ରିତ ହୋଇଥାନ୍ତି। କାହିଁ କେଉଁ ଆଦିମ କାଳରୁ ଚାଲି ଆସୁଛି ଏହି ପରମ୍ପରା। ଲୋକେ ନିଜର ଆତ୍ମୀୟଙ୍କ ଅସ୍ଥିକୁ ଧରି ନାଚଗୀତ ମାଧ୍ୟମରେ ନଦୀ ଘାଟକୁ ନେଇଥିବା ଦେଖିବାକୁ ମିଳିଛି। ସେଠାରେ ସେମାନେ ଲଣ୍ଡା ହେବା ସହ ଅସ୍ଥିକୁ ପାଣିରେ ବିସର୍ଜନ କରିଛନ୍ତି। ମେଳାରେ ବିଭିନ୍ନ ଦୋକାନ ପଡ଼ିବା ସହ ଆଦିବାସୀଙ୍କ ପାରମ୍ପରିକ ଲୁଗାପଟା ମଧ୍ୟ ବିକ୍ରି ହେଉଛି। ଏହି ମେଳାର ଆୟୋଜନ ପାଇଁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ବାରିପଦା ପୌର ପରିଷଦ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟତ ହୋଇଛନ୍ତି। ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ବାଲେଶ୍ୱର, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଏବଂ ଅନ୍ୟ ଜିଲାଗୁଡିକରୁ ସାନ୍ତାଳ ସମ୍ପ୍ରଦାୟର ଲୋକେ ଆସି ଏଠାରେ ସମୂହ ଅସ୍ଥି ବିସର୍ଜନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚୁର ଜଳ ଉତ୍ସ ସତ୍ତ୍ୱେ ହେଉନି ସଂରକ୍ଷଣ : ଜାରି ରହିଛି ମହାନଦୀ ଜଳ ବିବାଦ

ଖଣ୍ଡପଡ଼ା,୨୯ା୭-ଦେଶ ସ୍ବାଧୀନ ହେବାର ୧ ବର୍ଷ ପରେ ଅର୍ଥାତ୍‌ ୧୯୪୮ ମସିହାରୁ ଓଡିଶାରେ କୃଷିର ଉନ୍ନତି ପାଇଁ ଜଳସେଚନ ଏବଂ ବିଦ୍ୟୁତ୍‌ ଦେଖାଦେଇଛି। ଉତ୍ପାଦନ ଲକ୍ଷ୍ୟରେ...

ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍‌ ଶହୀଦ, ୨ ଆହତ

ବାରଙ୍ଗ,୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ...

ବଦଳିଲା ଷ୍ଟ୍ରଙ୍ଗରୁମ୍‌

ପାରଳାଖେମୁଣ୍ଡି, ୧।୫(ସ୍ବ.ପ୍ର.): ବାତ୍ୟା ଫନୀକୁ ନଜରରେ ରଖି ପାରଳାଖେମୁଣ୍ଡି ସହରର ମହାରାଜାଙ୍କ ବାଳକ ଉଚ୍ଚ  ବିଦ୍ୟାଳୟରେ ଥିବା ଇଭିଏମ୍‌ଗୁଡିକୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ନୂତନ...

ପୃଥକ୍‌ ଦୁର୍ଘଟଣାରେ ୨ ଗୁରୁତର

ଦାରିଙ୍ଗବାଡ଼ି,୧୬।୧(ଡି.ଏନ୍‌.ଏ): ଗୋଟିଏ ପଟେ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇ ଜନସଚେତନତା କରାଯାଉଥିବାବେଳେ ଅନ୍ୟପଟେ ଦୁର୍ଘଟଣା ବଢୁଛି। ଗୁରୁବାର ଦାରିଙ୍ଗବାଡ଼ି ଥାନା...

ମାଟିତଳେ ଲୁଚାଯାଇଥିଲା ବିସ୍ଫୋରକ

ମାଲକାନଗିରି,୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ନୂତନ କରି ନିର୍ମାଣ ହୋଇଥିବା ଘନବେଡା ସିଓବି ୯ ବାଟାଲିୟନର ବିଏସ୍‌ଏଫ୍‌କୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ...

CORONAVIRUS UPDATE: ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ଗଞ୍ଜାମ ଜିଲ୍ଲାରେ କରୋନା ତାଣ୍ଡବ ରଚିଛି। ରବିବାର ଜିଲାରେ୨୯ ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତ...

କଟକରୁ ୧୪୯ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୧।୮-କଟକ ସହରରୁ ଶୁକ୍ରବାର ୧୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୯ ମଧ୍ୟରୁ ୭୮ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୧ଟି ଲୋକାଲ କଣ୍ଟାକ୍ଟ...

ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା।...

Advertisement
Archives

Model This Week