ଆରମ୍ଭ ହେଲା ଦାମୋଦର ମେଳା

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲାରେ ମକର ହେଉଛି ଗଣପର୍ବ। ଏହି ପର୍ବ ସମୟରେ ଜିଲାର ବାରୁଣୀ ଘାଟରେ ଆରମ୍ଭ ହୋଇଥାଏ ଦାମୋଦର ମେଳା। ବାରିପଦା ସହର ସ୍ଥିତ ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳୀର ସଙ୍ଗମସ୍ଥଳ ହେଉଛି ବାରୁଣୀ ଘାଟ। ଏହି ଘାଟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦାମୋଦରମେଳା। ଜିଲାରେ ବସବାସ କରୁଥିବା ସାନ୍ତାଳ ସମ୍ପ୍ରଦାୟର ମୃତକଙ୍କ ସମୂହ ଅସ୍ଥି ବିସର୍ଜନକୁ ଦାମୋଦର ମେଳା ତଥା ଦାମୋଦର ଯାତ୍ରା କୁହାଯାଏ। ଏହା ମୃତ୍ୟୁ ସଂସ୍କାରର ଶେଷ ପର୍ବ। ପ୍ରତ୍ୟେକ ସାନ୍ତାଳ ପରିବାର ସେମାନଙ୍କର ଆତ୍ମୀୟ ପରିଜନଙ୍କ ମୃତ୍ୟୁ ପରେ ଅସ୍ଥିକୁ ଗଙ୍ଗାନଦୀରେ ବିସର୍ଜନ ପାଇଁ ମାଟିରେ ପୋତି ରଖନ୍ତି। ମାତ୍ର ଆର୍ଥିକ ଦୁର୍ବଳତା ହେତୁ ଗଙ୍ଗା ନଦୀକୁ ଯାଇ ନ ପାରି ବାରୁଣୀ ଘାଟରେ ମକର ସଂକ୍ରାନ୍ତି ଅବସରରେ ବିସର୍ଜନ କରିଥାନ୍ତି। ଏହି ମେଳାରେ ଅସ୍ଥି ବିସର୍ଜନ କରିବା ପାଇଁ କେବଳ ମୟୂରଭଞ୍ଜ ନୁହେଁ ଓଡ଼ିଶାର ବିଭିନ୍ନ ଜିଲାର ସାନ୍ତାଳ ସମ୍ପ୍ରଦାୟ ପରିବାର ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ଏହି ପରିବାର ମଧ୍ୟ ଏଠାରେ ଏକତ୍ରିତ ହୋଇଥାନ୍ତି। କାହିଁ କେଉଁ ଆଦିମ କାଳରୁ ଚାଲି ଆସୁଛି ଏହି ପରମ୍ପରା। ଲୋକେ ନିଜର ଆତ୍ମୀୟଙ୍କ ଅସ୍ଥିକୁ ଧରି ନାଚଗୀତ ମାଧ୍ୟମରେ ନଦୀ ଘାଟକୁ ନେଇଥିବା ଦେଖିବାକୁ ମିଳିଛି। ସେଠାରେ ସେମାନେ ଲଣ୍ଡା ହେବା ସହ ଅସ୍ଥିକୁ ପାଣିରେ ବିସର୍ଜନ କରିଛନ୍ତି। ମେଳାରେ ବିଭିନ୍ନ ଦୋକାନ ପଡ଼ିବା ସହ ଆଦିବାସୀଙ୍କ ପାରମ୍ପରିକ ଲୁଗାପଟା ମଧ୍ୟ ବିକ୍ରି ହେଉଛି। ଏହି ମେଳାର ଆୟୋଜନ ପାଇଁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ବାରିପଦା ପୌର ପରିଷଦ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟତ ହୋଇଛନ୍ତି। ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ବାଲେଶ୍ୱର, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଏବଂ ଅନ୍ୟ ଜିଲାଗୁଡିକରୁ ସାନ୍ତାଳ ସମ୍ପ୍ରଦାୟର ଲୋକେ ଆସି ଏଠାରେ ସମୂହ ଅସ୍ଥି ବିସର୍ଜନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଦିଲ୍ଲୀପ: କଲେଜର ଉନ୍ନତି ପ୍ରତି ଦିଆଯିବ ଧ୍ୟାନ

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ଦିଲ୍ଲୀପ କୁମାର ପ୍ରଧାନ ସୋମବାର ଦାୟିତ୍ୱ ନେଇଛନ୍ତି। ସେ ବାଲିପଦର…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri