ଆରମ୍ଭ ହେଲା ଆକ୍ୱା ଏକ୍ସପୋ ଓଡ଼ିଶା: ବୈଜ୍ଞାନିକ ପ୍ରଣାଳୀରେ ଉଦ୍ୟୋଗ ସ୍ଥାପନ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୩।୨-ବାଲେଶ୍ୱର ସହର ଆଇଟିଆଇ ପଡ଼ିଆରେ ଓଡ଼ିଶା ଆକ୍ୱାଟିକ୍‌ ଫିଡ୍‌ ଡିଲର୍ସ ଆସୋସିଏଶନ୍‌, ସି ଫୁଡ୍‌ ଏକ୍ସପୋର୍ଟସ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ ରାଜ୍ୟ ଶାଖା ଓ ଓଡ଼ିଶା ସ୍ରିମ୍ପ ଫାର୍ମର୍ସ ଆସୋସିଏଶନ୍‌ ଦ୍ୱାରା ବାଲେଶ୍ୱର ଚ୍ୟାମ୍ବର ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ କମର୍ସ (ବିସିଆଇସି) ସହଯୋଗରେ ଆକ୍ୱା ଏକ୍ସପୋ ଓଡ଼ିଶା-୨୦୨୦ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ ଆଞ୍ଚଳିକ ସାମଗ୍ରୀଗୁଡ଼ିକର ବିକାଶ ସହ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗ ନିର୍ମାଣ କରି ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ଉଦ୍ୟୋଗ ନିର୍ମାଣ କରି ଶ୍ରମିକ ସଂଖ୍ୟା ବଢ଼ାଇବା ଯେତିକି ମୂଲ୍ୟବାନ ନୁହେଁ, ବୈଜ୍ଞାନିକ ପ୍ରଣାଳୀରେ ଉଦ୍ୟୋଗ ନିର୍ମାଣ କରାଗଲେ ଦେଶର ବିକାଶ ହୋଇପାରିବ ବୋଲି କହିଥିଲେ।
୩ ଦିନ ଧରି ଚାଲିବାକୁ ଥିବା ଉକ୍ତ ମେଳାରେ ୫୦ରୁ ଊର୍ଦ୍ଧ୍ୱ ଦେଶ ଓ ବିଦେଶରୁ ବିଭିନ୍ନ କମ୍ପାନୀର ଷ୍ଟଲ୍‌ ଯୋଗ ଦେଇଛନ୍ତି। ଓଡ଼ିଶା ମତ୍ସ୍ୟ ଚାଷୀ ସଂଘର ସଭାପତି ସଞ୍ଜୟ ମହାନ୍ତି ପୌରୋହିତ୍ୟ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିସିଆଇସିର ସଭାପତି ହିମାଂଶୁ ଦାସ, ଅତିଥି ଭାବେ ଡ. ଅକ୍ଷୟ ପାଣିଗ୍ରାହୀ, ଡ. ସୁରେଶ ନାୟକ, ଡ. ରବି କୁମାର ଆମେର୍ନେନି, ଜିଲା ମତ୍ସ୍ୟଚାଷୀ ସଂଘର ସଭାପତି ପ୍ରଭାରଞ୍ଜନ ପଟ୍ଟନାୟକ, ସମ୍ପାଦକ ଅଭୟ କୁମାର ମହାପାତ୍ର, ଓଡ଼ିଶା ମତ୍ସ୍ୟଚାଷ ବିଭାଗର ବରିଷ୍ଠ ବିଶେଷଜ୍ଞ କମିଳେଶ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଶାର ମତ୍ସ୍ୟ ଚାଷୀମାନଙ୍କର ବିକାଶ ଓ ଏହାଦ୍ୱାରା ଅର୍ଥନୈତିକ ବିକାଶ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ଆକ୍ୱା ଏକ୍ସପୋ ଓଡ଼ିଶା-୨୦୨୦ର କାର୍ଯ୍ୟକାରୀ ସମ୍ପାଦକ ସଂଗ୍ରାମ ଦାସ ସମସ୍ତ କାର୍ଯ୍ୟକୁ ସମ୍ପାଦନା କରିଥିଲେ। ୧୯୯୨ ମସିହାରୁ ଓଡ଼ିଶାରେ ଚିଙ୍ଗୁଡ଼ି ଚାଷ ତଥା ଅନ୍ୟାନ୍ୟ ମାଛଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରାୟ ୨ଶହ କୋଟି ଟଙ୍କା ଏହି ବାବଦରେ ଉଦ୍ୟୋଗୀମାନେ ଖର୍ଚ୍ଚ କରିଥିବା ବେଳେ ୨୮ ବର୍ଷ ମଧ୍ୟରେ ଓଡ଼ିଶାରେ ୩୬ଶହ କୋଟି ଟଙ୍କାର ବ୍ୟବସାୟ ହୋଇପାରିଛି। ସେହିପରି ସେତେବେଳେ ହାତଗଣତି କେତେଜଣ ଉଦ୍ୟୋଗୀ ଏହି ମାଛ ଚାଷ ପାଇଁ ଆଗେଇ ଆସିଥିବାବେଳେ ଏବେ ଓଡ଼ିଶାର ଏହାର ସଂଖ୍ୟା ୮ହଜାରରେ ପହଞ୍ଚତ୍ଛି ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ଏହି ଉଦ୍ୟୋଗ ହେବା ଫଳରେ ଓଡ଼ିଶାର ଅର୍ଥନୈତିକ ବିକାଶ ହୋଇଥିବାବେଳେ ଆଗାମୀ ଦିନରେ ୧୦ହଜାର କୋଟି ଟଙ୍କାର ବ୍ୟବସାୟ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri