ଆମ ଗାଁ ଆମ ବିକାଶ ଯୋଜନାରେ ପଡ଼ି ରହିଛି କାର୍ଯ୍ୟ: ୩୧୪ରୁ ଆରମ୍ଭ ହୋଇନି ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ

ନୂଆଗାଁ,୧୦।୮(ଡି.ଏନ.ଏ.): ରାଜ୍ୟରେ ପ୍ରଗତିକୁ ତ୍ୱରାନ୍ବିତ କରିବା ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟରୁ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜାରିରହିଛି। ଏହା ମାଧ୍ୟମରେ ରାଜ୍ୟର ପ୍ରତି ବ୍ଲକକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏହାର ସଫଳ ରୂପାୟନ ହୋଇପାରୁ ନ ଥିବା କୁହାଯାଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ୩୧୪ ପ୍ରକଳ୍ପ ମଧ୍ୟରୁ ମାତ୍ର ଅଳ୍ପ କିଛି କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ କାର୍ଯ୍ୟ ଏଯାବତ୍‌ ଆରମ୍ଭ ନ ହୋଇ ପଡ଼ି ରହିଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୂଷିତ ନୂଆଗାଁ ବ୍ଲକରେ ରାସ୍ତାଘାଟ, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଆଦି ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବ୍ଲକର ୨୨ ପଞ୍ଚାୟତର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିଲେ । କୋରଡା ପଞ୍ଚାୟତର ୯ ଗୋଟି ପ୍ରକଳ୍ପ ପାଇଁ ୩୪ ଲକ୍ଷ ଅନୁଦାନ ମଞ୍ଜୁର ହୋଇଥିବାବେଳେ ଅନ୍ୟ ୨୧ ପଞ୍ଚାୟତର ୩୦୫ ପ୍ରକଳ୍ପ ପାଇଁ ୫କୋଟି ୨୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ନୂଆଗାଁ ପଞ୍ଚାୟତକୁ ୨୮.୫ ଲକ୍ଷ, ମାଳିସାହିକୁ ୨୮ ଲକ୍ଷ, ଢେଙ୍କେଣାକୁ ୨୪ ଲକ୍ଷ , ଗାତେରିକୁ ୨୪ ଲକ୍ଷ, ସିଙ୍ଗାରପଲ୍ଲୀକୁ ୨୫ ଲକ୍ଷ , ବେରୁହାଁବାରିକୁ ୨୫ ଲକ୍ଷ , ବାହାଡାଝୋଲାକୁ ୨୫ ଲକ୍ଷ, କାପ୍ତାପଲ୍ଲୀକୁ ୨୫ ଲକ୍ଷ, ହରିପୁରକୁ ୨୫ ଲକ୍ଷ, ଦୁର୍ଦ୍ଦୁରାକୁ ୨୫ ଲକ୍ଷ, ଚାହାଳିକୁ ୨୫ ଲକ୍ଷ, ମହିପୁରକୁୁ ୨୫ ଲକ୍ଷ, ଜାକେଡାକୁ ୨୪ ଲକ୍ଷ, ଗୁମିକୁ ୨୪.୫ ଲକ୍ଷ, ସୋରଡାକୁ ୨୫ ଲକ୍ଷ, ବଡଗୋଠକୁ ୨୫ ଲକ୍ଷ, ପାରାଢିପିିକୁ ୨୫ ଲକ୍ଷ, ସିକ୍ରିଡାକୁ ୨୩ ଲକ୍ଷ, ଉଦୟପୁରକୁ ୨୫ ଲକ୍ଷ, ଖଣ୍ଡୁଗାଁକୁ ୨୨.୫ ଲକ୍ଷ ଓ ମାଇଛେଳି ପଞ୍ଚାୟତକୁ ୨୬.୫ ଲକ୍ଷ ଅନୁଦାନ ଦିଆଯାଇଛି । ତେବେ ଅନୁଦାନ ମିଳିବାର ୮ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୨୫ଟି ପ୍ରକଳ୍ପ ସମାପ୍ତ ହୋଇଛି। ୮୦ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଥିବା ନୂଆଗାଁ ବ୍ଲକ ସହକାରୀ ଯନ୍ତ୍ରୀ ନକୁଳ ରାଉତ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ । ଅନୁଦାନ ରାଶି ପଡିରହିଥିବା ବେଳେ କାର୍ଯ୍ୟ ହେଉ ନ ଥିବାରୁ ସାଧାରଣଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ତେବେ ନିର୍ବାଚନ ସହିତ ଅନ୍ୟାନ୍ୟ ସମସ୍ୟା ଯୋଗୁ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁ ନ ଥିବା ମତ ପ୍ରକାଶ କରିଛନ୍ତି ଯନ୍ତ୍ରୀ ରାଉତ । ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ଯଥା ସମ୍ଭବ ସାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଜମିଲାଣି ଗହଳି

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ଭରିଯାଇଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଛାଇଗଲାଣି।...

ଏସଟିଏଫ ପଞ୍ଝାରେ ବାଘଛାଲ ବ୍ୟବସାୟୀ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦବେରି ଗାଁ ନିକଟରୁ ରବିବାର ଇଷ୍ଟିଏଫ ଟିମ୍‌ ବାଘ ଛାଲ ଜବତ କରିଛି। ଏହା ସହ ଘଟଣଣାରେ ସମ୍ପୃକ୍ତ ଜଣେ...

ଆସିପାରେ ଆଉ ଏକ ବାତ୍ୟା: ୮ରେ ଲଘୁଚାପ

ଭୁବନେଶ୍ୱର,୭।୬(ବ୍ୟୁରୋ): ବାତ୍ୟା ‘ଅମ୍ଫନ’ର କ୍ଷତ ଭରି ନ ଥିବା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିବା ପରିସ୍ଥିତି ଉପୁଜିଲାଣି। କେନ୍ଦ୍ରୀୟ...

ମିଳିଲା ଜାମିନ, ହେଲେ ଜେଲ୍‌ରେ ମୁକୁଳି ପାରିବେନି

କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି...

ଗରିବ ଓ ଅସହାୟଙ୍କୁ ଚାଉଳ, ଡାଲି ବାଣ୍ଟିଲେ ବିଧାୟକ

ଭଦ୍ରକ ଅଫିସ,୧୪।୪: କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁଁ...

ଝାରସୁଗୁଡ଼ାରେ ନୂତନ ଆଇଟିଡିଏ

ଝାରସୁଗୁଡ଼ା ଅଫିସ,୨୯ା୧୧: ଝାରସୁଗୁଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ କିର୍ମିରା ଓ ଲଇକେରା ବ୍ଲକକୁ ଆଦିବାସୀ ଉପଯୋଜନା (ଟିଏସ୍‌ପି)ରେ ସାମିଲ କରାଯାଇଛି। ଗତ ୨୪ ତାରିଖରେ କେନ୍ଦ୍ର...

ସାଇନାଥକୁ କଳା ତାଲିକାଭୁକ୍ତ କଲା ବିଏମ୍‌ସି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଲୋକଙ୍କ ପାଇଖାନା ଟାଙ୍କିରୁ ସଂଗୃହୀତ ମଳକୁ ଡ୍ରେନ୍‌ରେ ଛାଡ଼ିବା ଶେଷରେ ମହଙ୍ଗା ପଡିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସେସ୍‌ପୁଲ୍‌ ଅପରେଟିଂ ଏଜେନ୍ସି ସାଇନାଥ...

ଖନନବେଳେ ମାଟି ତଳୁ ମିଳିଲା ମୂର୍ତ୍ତି

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁକସାରି ମନ୍ଦିର ପାର୍ଶ୍ୱରେ ବୁଧବାର ସକାଳେ ଖନନ କାର୍ଯ୍ୟ ଚାଲିଥିବାବେଳେ ମାଟିତଳୁ ଏକ ପ୍ରାଚୀନ ଦେବୀଙ୍କ ମୂର୍ତ୍ତି ମିଳିଛି। ଭୁବନେଶ୍ୱରକୁ...

Advertisement
Archives

Model This Week