ଆମ ଗାଁ ଆମ ବିକାଶ ଯୋଜନାରେ ପଡ଼ି ରହିଛି କାର୍ଯ୍ୟ: ୩୧୪ରୁ ଆରମ୍ଭ ହୋଇନି ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ

ନୂଆଗାଁ,୧୦।୮(ଡି.ଏନ.ଏ.): ରାଜ୍ୟରେ ପ୍ରଗତିକୁ ତ୍ୱରାନ୍ବିତ କରିବା ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟରୁ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜାରିରହିଛି। ଏହା ମାଧ୍ୟମରେ ରାଜ୍ୟର ପ୍ରତି ବ୍ଲକକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏହାର ସଫଳ ରୂପାୟନ ହୋଇପାରୁ ନ ଥିବା କୁହାଯାଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ୩୧୪ ପ୍ରକଳ୍ପ ମଧ୍ୟରୁ ମାତ୍ର ଅଳ୍ପ କିଛି କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ କାର୍ଯ୍ୟ ଏଯାବତ୍‌ ଆରମ୍ଭ ନ ହୋଇ ପଡ଼ି ରହିଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୂଷିତ ନୂଆଗାଁ ବ୍ଲକରେ ରାସ୍ତାଘାଟ, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଆଦି ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବ୍ଲକର ୨୨ ପଞ୍ଚାୟତର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିଲେ । କୋରଡା ପଞ୍ଚାୟତର ୯ ଗୋଟି ପ୍ରକଳ୍ପ ପାଇଁ ୩୪ ଲକ୍ଷ ଅନୁଦାନ ମଞ୍ଜୁର ହୋଇଥିବାବେଳେ ଅନ୍ୟ ୨୧ ପଞ୍ଚାୟତର ୩୦୫ ପ୍ରକଳ୍ପ ପାଇଁ ୫କୋଟି ୨୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ନୂଆଗାଁ ପଞ୍ଚାୟତକୁ ୨୮.୫ ଲକ୍ଷ, ମାଳିସାହିକୁ ୨୮ ଲକ୍ଷ, ଢେଙ୍କେଣାକୁ ୨୪ ଲକ୍ଷ , ଗାତେରିକୁ ୨୪ ଲକ୍ଷ, ସିଙ୍ଗାରପଲ୍ଲୀକୁ ୨୫ ଲକ୍ଷ , ବେରୁହାଁବାରିକୁ ୨୫ ଲକ୍ଷ , ବାହାଡାଝୋଲାକୁ ୨୫ ଲକ୍ଷ, କାପ୍ତାପଲ୍ଲୀକୁ ୨୫ ଲକ୍ଷ, ହରିପୁରକୁ ୨୫ ଲକ୍ଷ, ଦୁର୍ଦ୍ଦୁରାକୁ ୨୫ ଲକ୍ଷ, ଚାହାଳିକୁ ୨୫ ଲକ୍ଷ, ମହିପୁରକୁୁ ୨୫ ଲକ୍ଷ, ଜାକେଡାକୁ ୨୪ ଲକ୍ଷ, ଗୁମିକୁ ୨୪.୫ ଲକ୍ଷ, ସୋରଡାକୁ ୨୫ ଲକ୍ଷ, ବଡଗୋଠକୁ ୨୫ ଲକ୍ଷ, ପାରାଢିପିିକୁ ୨୫ ଲକ୍ଷ, ସିକ୍ରିଡାକୁ ୨୩ ଲକ୍ଷ, ଉଦୟପୁରକୁ ୨୫ ଲକ୍ଷ, ଖଣ୍ଡୁଗାଁକୁ ୨୨.୫ ଲକ୍ଷ ଓ ମାଇଛେଳି ପଞ୍ଚାୟତକୁ ୨୬.୫ ଲକ୍ଷ ଅନୁଦାନ ଦିଆଯାଇଛି । ତେବେ ଅନୁଦାନ ମିଳିବାର ୮ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୨୫ଟି ପ୍ରକଳ୍ପ ସମାପ୍ତ ହୋଇଛି। ୮୦ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଥିବା ନୂଆଗାଁ ବ୍ଲକ ସହକାରୀ ଯନ୍ତ୍ରୀ ନକୁଳ ରାଉତ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ । ଅନୁଦାନ ରାଶି ପଡିରହିଥିବା ବେଳେ କାର୍ଯ୍ୟ ହେଉ ନ ଥିବାରୁ ସାଧାରଣଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ତେବେ ନିର୍ବାଚନ ସହିତ ଅନ୍ୟାନ୍ୟ ସମସ୍ୟା ଯୋଗୁ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁ ନ ଥିବା ମତ ପ୍ରକାଶ କରିଛନ୍ତି ଯନ୍ତ୍ରୀ ରାଉତ । ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ଯଥା ସମ୍ଭବ ସାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri