ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ ସ୍ମୃତିରେ ଏହି ମ୍ୟାଚ ଆରମ୍ଭ ହୋଇଥିଲା। ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଆମ୍ବପୁର ବ୍ରଦର୍ସଷ୍ଟାର ଓ ଆମ୍ବପୁର ଡେୟାରଡେଭିଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲ। ବ୍ରଦର୍ସଷ୍ଟାର ଟସ୍‌ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଡେୟାର ଡେଭିଲ୍ସ ୧୦ ଓଭରରେ ୪ ଉଇକେଟ ହରାଇ ୯୩ ରନ କରିଥିଲା। ବ୍ରଦର୍ସ ଷ୍ଟାର ନିର୍ଦ୍ଧାରିତ ୧୦ ଓଭର ଖେଳି ୯୧ ରନ କରିବାକୁ ସକ୍ଷମ ହୋଇଥିଲା। ଉଦ୍‌ଯାପନି ଉସତ୍ବରେ ଜରଡା ମେଡିକାଲ ଡାକ୍ତର ବି.କିରନ କୁମାର ସୁବୁଦ୍ଦି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଆମ୍ବପୁର ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ, ବୃନ୍ଦାବନ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ରନର୍ସଅପ୍‌ ଦଳକୁ ୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବେ ଯୁବରାଜ

ଚଣ୍ଡିଗଡ, ୧୧।୬: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯ ବର୍ଷ ଧରି କ୍ରିକେଟ ଜଡିତ ଥିବା...

ଆଇପିଏଲ୍‌ ପୂର୍ବରୁ ବନ୍ଧୁତାର ଫଟୋ ଶେୟାର କରି ଭାବପ୍ରବଣ ହେଲେ ସୁରେଶ ରାଇନା

ଏପ୍ରିଲ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଏପ୍ରିଲ ୧୦ରେ...

ପୂର୍ବତନ ସରପଞ୍ଚଙ୍କ ପରଲୋକ

ଭଞ୍ଜନଗର,୨।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ(୭୩)ଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସ୍ଥାନୀୟ ବିଧାୟକ ତଥା...

୨୦୨୨ରେ ବିଜୟ ରେକର୍ଡ ୧୯-୦

ଇଣ୍ଡିଆନ ଓ୍ବେଲ୍ସ,୧୮।୩: ସ୍ପେନର କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ପ୍ରତିପକ୍ଷ ନିକ୍‌ କିିର୍ଗିଅସଙ୍କୁ ୭-୬(୭/୦), ୫-୭, ୬-୪ ସେଟ୍‌ରେ ହରାଇ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସର...

ସଙ୍ଗରୋଧ କେନ୍ଦ୍ରରେ ମଦ ଯୋଗାଣକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ଆକ୍ରମଣ

ପୋଲସରା,୩୧ା୫(ଡି.ଏନ.ଏ.)- ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ସମ୍ପର୍କୀୟ ମଦ ଦେବାକୁ ଯାଇଥିବାବେଳେ ଏହାକୁ ବିରୋଧ କରିବାରୁ କଳମ୍ବ ସରପଞ୍ଚଙ୍କୁ ଆକ୍ରମଣ ହୋଇଛି। ଏହାର ପ୍ରତିବାଦରେ ଗ୍ରାମବାସୀ...

ରାଜସ୍ଥାନ ରୟାଲ୍ସ କ୍ୟାମ୍ପ ଛାଡ଼ିଲେ ଆଣ୍ଡ୍ର୍ୟୁ ଟାଇ

ମୁମ୍ବାଇ, ୨୬ା୪ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଆଣ୍ଡ୍ର୍ୟୁ ଟାଇ ଚତୁର୍ଥ ବିଦେଶୀ ଖେଳାଳି ହିସାବରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯାଇଛନ୍ତି। ବ୍ୟକ୍ତିଗତ କାରଣରୁ ନିଜ...

ଇତିହାସ ରଚିଲେ ମନ୍ଧାନା

ସିଡନୀ,୧।୯: ଅଷ୍ଟ୍ରେଲିଆ ବିପକ୍ଷ ଡେ’ ନାଇଟ ଟେଷ୍ଟରେ ଶତକ ହାସଲ କରି ଭାରତର ଓପନର୍‌ ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ସେ ଡେ’ ନାଇଟ...

ବୁଶଫାୟାର ମ୍ୟାଚ୍‌ ଜିତିଲା ପଣ୍ଟିଂ ଏକାଦଶ

ମେଲବୋର୍ନ,୯।୨- କ୍ରିକେଟର ବହୁ କିମ୍ବଦନ୍ତୀ ପୂର୍ବତନ ଖେଳାଳି ଏକାଠି ହୋଇଥିଲେ। ରବିବାର ଜଙ୍କଶନ ଓଭାଲରେ ଅନୁଷ୍ଠିତ ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ ୧ ରନ୍‌ରେ...

Advertisement
Archives

Model This Week