ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଶାଖା ସ୍ଥାନାନ୍ତରଣକୁ ବିରୋଧ: ମିଳିତ କ୍ରିୟାନୁଷ୍ଠାନ କମିିିଟିର ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସ୍ଥାନାନ୍ତରଣକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଶରଧାବାଲିରେ ଥିବା ଏହି ବ୍ରାଞ୍ଚକୁ ଖୋଡାସିଙ୍ଗି ଏଡିବି ଶାଖା ସହ ମିଶ୍ରଣ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଏହି ବ୍ରାଞ୍ଚ ଉପରେ ଅନେକ ସହରତଳି ଅଞ୍ଚଳର ହଜାର ହଜାର ଗ୍ରାହକ ନିର୍ଭର କରୁଥିବାରୁ ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଏହାକୁ ବିରୋଧ କରିଛି। ସ୍ଥାନାନ୍ତରକୁ ବନ୍ଦ କରିବା ଦାବି ନେଇ ବୁଧବାର କମିଟିର ସଦସ୍ୟମାନେ ବ୍ରହ୍ମାନଗର ଦ୍ୱିତୀୟ ଗଳିରେ ଅବସ୍ଥିତ ଷ୍ଟେଟବ୍ୟାଙ୍କ ଜୋନାଲ କାର୍ଯ୍ୟାଳୟର ଏଜିଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ଆର୍ଥତ୍କ ଅନ୍ତଭୁକ୍ତି ଯୋଜନା ଅଧୀନରେ ଲୋକଙ୍କୁ ବ୍ୟାଙ୍କି ବ୍ୟବସ୍ଥା ସହ ଯୋଡିବାକୁ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆମ୍ବପୁଆ ଷ୍ଟେଟବ୍ୟାଙ୍କ ଶାଖାର ସ୍ଥାନାନ୍ତରଣ ନେଇ ଯୋଜନା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କମିିିଟି ପକ୍ଷରୁ କୁହାଯାଇଛି।
ଏହି ବ୍ୟାଙ୍କ ଉପରେ ବର୍ତ୍ତମାନ ମହାନଗର ନିଗମର ୩୮, ୩୯ ଓ ୪୦ ନଂ. ୱାର୍ଡ ସମେତ ଦଶ ଖଣ୍ଡ ଆଖପାଖ ଗ୍ରାମାଞ୍ଚଳର ଲୋକେ ନିର୍ଭର କରୁଛନ୍ତି।
ଏଥିସହ ଏହି ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ ୟୁନିଟ ଗୁଡିକ ମଧ୍ୟ ଏହା ଉପରେ ନିର୍ଭରଶୀଳ। ଏହି ବ୍ୟାଙ୍କରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପେନସନ ଖାତା ରହିଛି। ଏହି ଶାଖାକୁ ସ୍ଥାନାନ୍ତର କରାଗଲେ ହଜାର ହଜାର ଲୋକ ନାନା ସମସ୍ୟାର ସମ୍ମୁଖୀନ ହେବେ ବୋଲି କମିଟି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସ୍ଥାନାନ୍ତରଣକୁ ନେଇ ହୋଇଥିବା ଯୋଜନାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତ୍ୟାହୃତ କରିବାକୁ ସେମାନେ ଦାବି କରିଛନ୍ତିି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପସଭାପତି ହରିହର ନାୟକ, ଉପଦେଷ୍ଟା ସୁବାସ ଚନ୍ଦ୍ର ପାତ୍ର, ପ୍ରଫେସର ରଙ୍ଗନାଥ ମିଶ୍ର, ନାରାୟଣ ଚନ୍ଦ୍ର ପରିଚ୍ଛା, ଏଲ ଲକ୍ଷ୍ମଣ ପାତ୍ର, ସିଲ୍ଲା ବୈରୀ ଓ କାହ୍ନୁଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?