ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌

ଓ୍ବାଶିଂଟନ୍‌, ୩।୭: ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍‌ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି। ଦାଉଦ ପାକିସ୍ତାନରେ ରହୁଥିବାର ସମସ୍ତ ପ୍ରମାଣ ରହିଛି। ସେ କରାଚିରେ ରହି ନିଜ ସଂଗଠନ ଚଳାଉଛନ୍ତି ବୋଲି ଏଫବିଆଇ ଅଭିଯୋଗ କରିଛି। ଦାଉଦର ଖାସ୍‌ ସହଯୋଗୀ ଜାବିର ମୋତିଓ୍ବାଲା ଆମେରିକା ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚାଲିଥିବାବେଳେ ଆମେରିକା ଓକିଲ ଜନ୍‌ ହାଡି ଲଣ୍ଡନର ଏକ କୋର୍ଟରେ ନିଜ ପକ୍ଷ ରଖି କହିଛନ୍ତି, ଏଫବିଆଇ ନ୍ୟୁୟର୍କରେ ଡି କମ୍ପାନୀର ଲିଙ୍କ୍‌ ବିଷୟରେ ଯାଞ୍ଚ୍‌ କରୁଛି। ଏହି କମ୍ପାନୀର ନେଟଓ୍ବାର୍କ ଭାରତ, ପାକିସ୍ତାନ ଏବଂ ୟୁଏଇକୁ ବ୍ୟାପିଛି। ଏହି କମ୍ପାନୀର ମୁଖ୍ୟ ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ। ଯାଞ୍ଚ୍‌ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଜନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ: ୭୩ ବୟସ୍କା ମହିଳା ଦୌଡ଼ି ଦୌଡ଼ି ଭ୍ରମଣ କଲେଣି ୧୨ ଦେଶ

ଇସ୍ତାନବୁଲ୍‌,୧୦।୧୨: ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ ଆରମ୍ଭ କରିଛନ୍ତି ବ୍ରିଟେନ୍‌ର ୭୩ ବର୍ଷ ବୟସ୍କା ମହିଳା ରୋଜି ସ୍ବେଲ ପୋପ୍‌। ସେ ଅଣ୍ଟାରେ ଟ୍ରଲି...

ବିଜ୍ଞାନ ବାର୍ତ୍ତାକୁ ଶୁଣୁ ଭାରତ

ଡାଭୋସ୍‌,୨୫ା୧: ‘ବିଜ୍ଞାନକୁ ଶୁଣ’। ଜଳବାୟୁ ପରିବର୍ତ୍ତନର ଭୟାବହତାରୁ ମୁକ୍ତିପାଇବା ପାଇଁ ଡାଭୋସ୍‌ ମଞ୍ଚରୁ ଶୁକ୍ରବାର ଭାରତକୁ ଏହି ବାର୍ତ୍ତା ଦେଇଛନ୍ତି ସ୍ବଳ୍ପବୟସ୍କା ପରିବେଶ କର୍ମୀ ଗ୍ରେଟା...

କରୋନା ଭାଇରସକୁ ହରାଇଲେ ଶତାୟୁ

ବେଜିଂ,୯।୩: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରୁ ଆସିଛି ଭଲ ଖବର। ଏଠାରେ ଜଣେ ୧୦୦ ବର୍ଷୀୟ ବୃଦ୍ଧ କରୋନାରେ ସଂକ୍ରମିତ ଥିବା...

ଚାଇନାରେ ଠିକ୍‌ ହୋଇଥିବା ୧୦ ପ୍ରତିଶତ ରୋଗୀ ପୁଣି କରୋନାରେ ସଂକ୍ରମିତ!

ବେଜିଂ,୨୬।୩: ପ୍ରଥମ କରି ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ବ୍ୟାପି ସାରିଲାଣି। ନିକଟରେ ଚାଇନାରୁ ଗୋଟିଏ ଦିନରେ...

ପିଓକେରେ ଚାଇନା-ପାକିସ୍ତାନ ବିରୋଧରେ ପ୍ରଦର୍ଶନ

ଇସଲାମାବାଦ୍‌, ୭।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସ୍ଥିତି ଏବେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ନୀଲମ୍‌ ଏବଂ ଝେଲମ୍‌ ନଦୀ ଉପରେ ଚାଇନା କମ୍ପାନୀ ଦ୍ୱାରା...

କରାଚି ଜେଲରେ ୩ଶହ କରୋନା ପଜିଟିଭ

କରାଚି,୨୩।୫: ପାକିସ୍ତାନର କରାଚି ସେଣ୍ଟ୍ରାଲ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ମିଳିଥିବା ଖବର ଅନୁଯାୟୀ, ଏବେ କରାଚି ସେଣ୍ଟ୍ରାଲ୍‌ ଜେଲରେ କରୋନା...

କମ୍‌ଲା ହାରିସ୍‌ ଅନ୍‌ଲାଇନରେ ବର୍ଣ୍ଣବୈଷମ୍ୟର ଶିକାର

ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍‌ ତାଙ୍କ ପରିଚୟ ପାଇଁ...

ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌ ବ୍ୟବହାର କ୍ଷତିକାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସୁସ୍ଥ ହେବା ପାଇଁ ସଂକ୍ରମିତଙ୍କୁ ବିଭିନ୍ନ ଆଣ୍ଟିବାୟୋଟିକ୍ସ୍‌ ଦିଆଯାଉଛି। ତେବେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍‌...

Play 250+ Trending Games
Archives

Model This Week

Why Dharitri