ଆମେରିକା-ଇରାନ ସମ୍ପର୍କ

ଆକାର ପଟେଲ
ଚଳିତ ସପ୍ତାହରେ ଆମେରିକା ଇରାନ ବିରୋଧରେ ଯୁଦ୍ଧଘୋଷଣା କରିବା ପରେ ପୁଣି ପଛଘୁଞ୍ଚା ଦେଇଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଲେ ଯେ ଆକ୍ରମଣରେ ୧୫୦ ଇରାନୀ ମରିବେ ବୋଲି କୁହାଯିବାରୁ ସେ ଆକ୍ରମଣକୁ ବାତିଲ କରିଦେଇଛନ୍ତି। ଇରାନ ତା’ ସୀମାରେ ଆମେରିକାର ଏକ ସାମରିକ ଡ୍ରୋନ୍‌କୁ ଗୁଳିକରି ଖସାଇ ଦେଇଥିବାରୁ ଏହାର ଜବାବରେ ଟ୍ରମ୍ପ ଆକ୍ରମଣ ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ଇରାନ ଉପରେ ଆମେରିକାର କଟକଣା ଯୋଗୁ ତୈଳ ଦର ଚଳିତ ସପ୍ତାହରେ ୧୦ ପ୍ରତିଶତ ବୃଦ୍ଧିପାଇଛି, ଯାହାଫଳରେ ଭାରତ ପରି ତୈଳ ଆମଦାନି ଉପରେ ନିର୍ଭରଶୀଳ ଦେଶ କ୍ଷତିଗ୍ରସ୍ତ ହେଉଛନ୍ତି।
ପ୍ରଶ୍ନ ହେଉଛି ଆମେରିକା କାହିଁକି ଇରାନ ସହ ଯୁଦ୍ଧ କରିବାକୁ ଚାହୁଁଛି। ଏହାର ଉତ୍ତର ଏତେ ସହଜ ନୁହେଁ। ଇରାନ ହେଉଛି ପାଶ୍ଚାତ୍ୟ ଦେଶଗୁଡ଼ିକର ପୁରୁଣା ଶତ୍ରୁ। ୨୪୦୦ ବର୍ଷ ତଳେ ଡେରାୟସ୍‌ ଓ ପରେ ଜର୍‌କ୍ସିଜ୍‌ଙ୍କ ନେତୃତ୍ୱରେ ଇରାନୀ ସେନା ଗ୍ରୀସ୍‌ ଉପରେ ଆକ୍ରମଣ କରି ଏଥେନ୍ସକୁ ଧ୍ୱଂସ କରି ଦେଇଥିଲା। ସେତେବେଳେ ଇରାନୀ ସେନାରେ ବହୁସଂଖ୍ୟକ ଭଡ଼ାଟିଆ ଭାରତୀୟ ସୈନିକ ଥିଲେ ବୋଲି ଗ୍ରୀକ୍‌ ଇତିହାସକାର ହେରୋଡଟସ ଲେଖିଛନ୍ତି। ମାସିଡୋନିଆର ସମ୍ରାଟ୍‌ ଆଲେକ୍‌ଜାଣ୍ଡର ଇଜିପ୍ଟ, ଇରାନ, ଆଫ୍‌ଗାନିସ୍ତାନ ଓ ପଞ୍ଜାବ ପ୍ରଭୃତି ଦେଶ ଜୟ କରିଥିଲେ। ୩୩ ବର୍ଷ ବୟସରେ ଆଲେକ୍‌ଜାଣ୍ଡରଙ୍କ ମୃତ୍ୟୁ ହେବା ପରେ ତାଙ୍କ ସାମ୍ରାଜ୍ୟ ଭାଗ ଭାଗ ହୋଇ ତାଙ୍କ ସେନାପତିମାନଙ୍କ ଦ୍ୱାରା ଶାସିତ ହୋଇଥିଲା। ପଞ୍ଜାବଠାରୁ ତୁର୍କୀ ପର୍ଯ୍ୟନ୍ତ ସବୁଠାରୁ ବଡ଼ଭାଗର ଶାସକ ଥିଲେ ସେଲ୍ୟୁକସ ନିକେଟର। ପାର୍ଥିଆନ୍‌ ଶାସକ ଆର୍ସାସେସ୍‌ଙ୍କ ସମୟରେ ଇରାନୀମାନେ ତାଙ୍କ ଦେଶକୁ ନିଜ ଅଧୀନକୁ ନେଇପାରିଥିଲେ। ସେମାନେ ଥିଲେ ଜୋରାଷ୍ଟ୍ରିଆନ। ପାର୍ଥିଆନ୍‌ମାନେ ଦ୍ୱିତୀୟ ବୃହତ୍‌ ପାଶ୍ଚାତ୍ୟ ଶକ୍ତି ରୋମ୍‌ ସହ ତିନି ଶତାବ୍ଦୀ ଧରି ଯୁଦ୍ଧ କରିଥିଲେ। ପରବର୍ତ୍ତୀ ଇରାନୀ ବିଜେତା ଥିଲେ ସାସାନିଆମାନେ ଯେଉଁମାନେ ସପ୍ତମ ଶତାବ୍ଦୀରେ ଆରବୀୟମାନଙ୍କ ଦ୍ୱାରା ପରାଜିତ ହେବା ପର୍ଯ୍ୟନ୍ତ ଇରାନକୁ ଶାସନ କରିଥିଲେ। ୪୦୦ ବର୍ଷ ତଳେ ଇରାନ ସାଫାଭିଡମାନଙ୍କ ଅଧୀନରେ ଶିଆରାଷ୍ଟ୍ର ହେଲା, ଯଦିଚ ଭାରତର ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରିଥିବା ପ୍ରସିଦ୍ଧ ଶାସକ ନାଦିର ଶାହ ସୁନ୍ନି ଥିଲେ।
ଆଧୁନିକ ଯୁଗରେ ଆମେରିକା ଇରାନୀ ରାଜନୀତିରେ ହସ୍ତକ୍ଷେପ କରିଆସୁଛି। ୧୯୫୩ ମସିହାରେ ଇରାନର ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋସାଦେଘ ତୈଳଶିଳ୍ପର ଜାତୀୟକରଣ କରିବା ଯୋଗୁ ସିଆଇଏର କୂଟନୀତି ବଳରେ ଗାଦିଚ୍ୟୁତ ହେଲେ। ଆମେରିକା ଇରାକର ଶାସକ ସଦ୍ଦାମ ହୁସେନଙ୍କୁ ସମର୍ଥନ କରି ଇରାକ-ଇରାନ ଯୁଦ୍ଧକୁ ଇନ୍ଧନ ଯୋଗାଇଥିଲା। ୧୯୭୯ରେ ଜିମ୍ମି କାର୍ଟର ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ତେହେରାନସ୍ଥିତ ଆମେରିକୀୟ ଦୂତାବାସକୁ ଇରାନୀ ବିପ୍ଳବୀମାନେ କବ୍ଜା କରିନେଇଥିଲେ ଏବଂ ଦୂତାବାସର କର୍ମଚରୀମାନଙ୍କୁ ଅନେକ ସପ୍ତାହ ଧରି ପଣବନ୍ଦୀ କରି ରଖିଥିଲେ। ସେବେଠାରୁ ଇରାନ ସହ ଆମେରିକାର ତିକ୍ତତା ରହିଆସିଛି।
ଆମେରିକାରେ ରହୁଥିବା ଇରାନୀମାନେ ପାକିସ୍ତାନୀ ଦୂତାବାସଠାରୁ ସେବା ପାଇ ଆସୁଥିଲେ। ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଆମେରିକାର ଓବାମା ପ୍ରଶାସନ ସହ ଏକ ରାଜିନାମା କରାଇନେଇ ପାରିଥିଲା। ଆଶା କରାଯାଉଥିଲା ଶେଷରେ ଏହି ଦୁଇ ଦେଶ ବନ୍ଧୁ ହୋଇଯିବେ। କିନ୍ତୁ ଟ୍ରମ୍ପଙ୍କ ଶାସନରେ ଏହି ଆଶା ଧୂଳିସାତ୍‌ ହୋଇଯାଇଛି। ଇରାନର ଜାତୀୟ ଧର୍ମ ହେଉଛି ଶିଆ ଇସ୍‌ଲାମ। ଶିଆ ଧର୍ମ ସ୍ବଭାବତଃ ଶାନ୍ତିବାଦୀ। ସେମାନଙ୍କ ବିଶ୍ୱାସ ଅନୁସାରେ ୮୬୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବା ଦ୍ୱାଦଶ ଇମାମ ମହମ୍ମଦ ଅଲ ମହଦି ମରିନାହାନ୍ତି। ଆଲ୍ଲାଙ୍କ ଦ୍ୱାରା ସେ ଲୁକ୍କାୟିତ ହୋଇ ରହିଛନ୍ତି ଏବଂ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତାଙ୍କ ଫେରିବା ବାଟକୁ ଶିଆ ମୁସଲମାନମାନେ ଚାହିଁବସିଛନ୍ତି। ସେ ପର୍ଯ୍ୟନ୍ତ ସେମାନେ ବାହ୍ୟ ଦୁନିଆ ସହ ଯୁଦ୍ଧବିଗ୍ରହରେ ବ୍ୟାପୃତ ନ ହେବା ଏବଂ ନିଜ ଧର୍ମ ପାଳନ କରି ଶାନ୍ତିରେ ରହିବାକୁ ଚାହାନ୍ତି। ପାଠକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ରହୁଥିବା କୌଣସି ପାକିସ୍ତାନୀ ବା କଶ୍ମୀରୀ ମୁସଲମାନ ଶିଆ ନୁହନ୍ତି। ଜୈଶ୍‌, ଲଶ୍କର, ହିଜ୍‌ବୁଲ ମୁଜାହିଦ୍ଦିନ, ଅଲ୍‌ ଉମର, ଅଲ୍‌ କାଏଦା, ଆଇଏସ୍‌ ପ୍ରଭୃତି ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ହେଉଛନ୍ତି ସୁନ୍ନି ସମ୍ପ୍ରଦାୟର। ଜିହାଦୀ ଆତଙ୍କବାଦ ସହ ଶିଆମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଇସ୍ରାଏଲକୁ ବିରୋଧ କରୁଥିବା ସୁନ୍ନି ଗୋଷ୍ଠୀ ସହ ପାଲେଷ୍ଟିନୀୟମାନଙ୍କୁ ଇରାନ ସମର୍ଥନ କରିଆସୁଛି। ଏହି କାରଣରୁ ଆମେରିକା ଇରାନକୁ ଘୃଣା କରୁଛି। ଆମେରିକା ସହ ଇରାନର କୌଣସି ବିବାଦ ନାହିଁ। ଆମେରିକାର ମଧ୍ୟ ଇରାନକୁ ଘୃଣା କରିବାର କୌଣସି କାରଣ ନାହିଁ। କିନ୍ତୁ ଇରାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଇସ୍ରାଏଲ ଆମେରିକାକୁ ଉସ୍‌କେଇ ଆସୁଛି କାରଣ ଇରାନ ପାଲେଷ୍ଟାଇନର ମୁକ୍ତି ଆନ୍ଦୋଳନକୁ ସମର୍ଥନ କରୁଛି।
ଭାରତର ଶିଆମାନେ ପୁଣି ବିଭିନ୍ନ ଭାଗରେ ବିଭକ୍ତ କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଗୋଷ୍ଠୀ ହେଉଛି ଟ୍ବେଲ୍‌ଭର ଶିଆ। ସେମାନଙ୍କର ଇମାମମାନେ ଇରାକ ଓ ଇରାନରେ ରହୁଛନ୍ତି। ଭାରତର ଇରାନ ସହ ସଭ୍ୟତାର ସମ୍ପର୍କ ରହିଛି। ଆରବୀୟମାନେ ଉର୍ଦ୍ଦୁ ବୁଝନ୍ତି ନାହିଁ କିନ୍ତୁ ଇରାନୀମାନେ ବୁଝନ୍ତି। ଇରାନ ଭାରତର ବନ୍ଧୁରାଷ୍ଟ୍ର ହୋଇ ରହିଆସିଛି, ଏପରି କି ଭାଜପା ନେତୃତ୍ୱାଧୀନ ଶାସନରେ ମଧ୍ୟ। ଭାରତ ସେହି ସମ୍ପର୍କକୁ ଭାଙ୍ଗିବା ଭଳି କୌଣସି କାର୍ଯ୍ୟକରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା କାହାରି ମଙ୍ଗଳ ହେବ ନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri