ଆମେରିକା, ଇରାନ ଯୁଦ୍ଧମୁହାଁ

ଓ୍ବାଶିଂଟନ/ତେହେରାନ,୪ା୧ (ପି.ଟି./ଏଏଫ୍‌ପି): ଦୁଇ ଶତ୍ରୁଙ୍କ ମଧ୍ୟରେ କୁହୁଳୁଥିବା ବିବାଦ ଶେଷରେ ନିଆଁ ହୋଇ ଭୟାବହ ରୂପ ଧାରଣ କରିଛି। ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଛନ୍ତି। ବିଦେଶରେ ଆମେରିକୀୟ ସୈନ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ପେଣ୍ଟାଗନ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକ୍ରମେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ପଷ୍ଟ ହୋଇଛି। ଏହି ଅପ୍ରତ୍ୟାଶିତ ଘଟଣାକ୍ରମ ଦୁଇ ପାରମ୍ପରିକ ଶତ୍ରୁ ଆମେରିକା ଓ ଇରାନ ମଧ୍ୟରେ ଚରମ ଉତ୍ତେଜନା ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ କେହି କେହି ଏହାକୁ ତୃତୀୟ ବିଶ୍ୱଯୁଦ୍ଧର ଅ।ରମ୍ଭ ବୋଲି ଅଭିହିତ କରିବାରେ ଲାଗିଛନ୍ତି।
ଆମେରିକା ଓ ଇରାନ ମଧ୍ୟରେ ଶତ୍ରୁତା ପୁରୁଣା। ଏକାଧିକ ପ୍ରସଙ୍ଗରେ ଦୁଇରାଷ୍ଟ୍ରର ଆକ୍ରମଣାମତ୍କ ଆଭିମୁଖ୍ୟ ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧିର କାରଣ ହୋଇଥାଏ। ଏହି ଶତ୍ରୁତାକୁ ନେଇ ନିକଟରେ ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ପ୍ରତିଶୋଧପରାଣୟ ହୋଇ ବୁଧବାର ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ପାଇଁ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କଡ଼ା ଚେତାବନୀ ଦେଇଥିଲେ। ଏହାସହ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ତତ୍କାଳ ୭୫୦ ସୈନ୍ୟଙ୍କୁ ପଠାଇବା ପାଇଁ ଘୋଷଣା କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ନୂଆବର୍ଷରେ ଦୁଇରାଷ୍ଟ୍ର ମଧ୍ୟରେ ପୁରୁଣା ଶତ୍ରୁତା। ଏହାର ଦୁଇଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ନାଟକୀୟ ଭାବେ ଇରାନର ରିଭୋଲ୍ୟୁଶନାରୀ ଗାର୍ଡସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟାକରିବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଆମେରିକୀୟ ସୁରକ୍ଷା ବଳ। ଅଲ୍‌-ଗାର୍ଡସ ମୁଖ୍ୟ ତଥା ଏହାର ନିରାପତ୍ତା ସରଞ୍ଜାମ ସ୍ଥପତି ଜେନେରାଲ ସୋଲେମାନୀଙ୍କୁ ବାଗଦାଦ ଯାଇଥିବାବେଳେ ଶୁକ୍ରବାର ଭୋର ସମୟରେ ସେମାନେ ଟାର୍ଗେଟ କରିଛନ୍ତି। ସୋଲେମାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କାର୍‌କେଡ୍‌ରେ ଯାଉଥିବାବେଳେ ଆମେରିକା ବଳ ଆକାଶମାର୍ଗରୁ ରକେଟ ମାଡ଼ କରିଛି। ଏଥିରେ ସୋଲେମାନୀ ଓ ଇରାକର ଶକ୍ତିଶାଳୀ ହାଶେଦ୍‌ ଅଲ-ଶବାବି ଅର୍ଦ୍ଧସାମରିକ ବଳ ଉପମୁଖ୍ୟଙ୍କ ସମେତ ଇରାନ ସମର୍ଥତ୍ତ କେତେଜଣ ସ୍ଥାନୀୟ ବିଦ୍ରୋହୀ ନିହତ ହୋଇଛନ୍ତି।
୬୨ ବର୍ଷୀୟ ସୋଲେମାନୀ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନିଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଖାମେନିଙ୍କ ପରେ ଇରାନରେ ସେ ଥିଲେ ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ତାଙ୍କ ନେତୃତ୍ୱାଧୀନ କୁଦ୍‌ସ ଫୋର୍ସ ହେଉଛି ଇରାନ ରିଭୋଲ୍ୟୁଶନାରି ଗାର୍ଡସର ଏକ ବିଶିଷ୍ଟ ୟୁନିଟ। ଏହି ୟୁନିଟ ପ୍ରତ୍ୟକ୍ଷ ଭାବେ ସୁପ୍ରିମ ଲିଡରଙ୍କ ନିକଟରେ ଉତ୍ତରଦାୟୀ। ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ଏହି ଏୟାର ଷ୍ଟ୍ରାଇକ୍‌ କରାଯାଇଥିବା ପେଣ୍ଟାଗନ ସ୍ପଷ୍ଟ କରିଛି। ସେପଟେ ସୋଲେମାନୀଙ୍କ ହତ୍ୟା ପରେ ଟ୍ରମ୍ପ୍‌ ଫ୍ଲୋରିଡା ଗସ୍ତ କରିଛନ୍ତି। ଟ୍ରମ୍ପ୍‌ ନିଜ ଦେଶର ଜାତୀୟ ପତାକାକୁ ଟୁଇଟ୍‌ କରି ବିଜୟର ବାର୍ତ୍ତା ଦେଇଛନ୍ତି। ଓ୍ବାଶିଂଟନରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରିପବ୍ଲିକାନମାନେ ଟ୍ରମ୍ପ୍‌ଙ୍କୁ ପ୍ରଶଂସାରେ ପୋତି ଦେଇଥିବାବେଳେ ଡେମୋକ୍ରାଟମାନେ ଏହାର ଆଇନଗତ ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ପରିଣାମକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ ସୁପ୍ରିମ ଲିଡର ଖାମେନି ଆମେରିକାକୁ ଚରମବାଣୀ ଶୁଣାଇଛନ୍ତି। ଅପରାଧୀଙ୍କ ଉପରେ ସାଂଘାତିକ ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛନ୍ତି। ଏହାସହ ସେ ତିନିଦିନିଆ ଜାତୀୟ ଶୋକଦିବସ ଘୋଷଣା କରିଛନ୍ତି। ଦୁଇଦେଶ ଯୁଦ୍ଧମୁହଁା ହେବା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ବାଂଲାଦେଶ

ଢାକା, ୨୪।୧୦: ବାଂଲାଦେଶରେ ଶନିବାର ସକାଳ ୮ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭୂକମ୍ପ ଗବେଷଣା...

ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କଲେ କୁଳଭୂଷଣ ଯାଦବ

ଇସ୍‌ଲାମାବାଦ,୮।୭: ଭାରତର ଗୁପ୍ତଚର ଅଭିଯୋଗରେ ପାକିସ୍ତାନରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଛନ୍ତି। ତେବେ...

ଚେତାବନୀ ଦେଲା ଆମେରିକା

ନ୍ୟୁୟର୍କ,୯।୧: ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାକୁ ଆର୍ଥିକ ଭାବେ ଦୁର୍ବଳ କରିଦେବୁ ବୋଲି ଆମେରିକା...

‘ଉତ୍ତେଜନା ହ୍ରାସ ପାଇଁ ବହୁତ କିଛି କରାଯାଇଛି’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୁବ୍‌ଶୀଘ୍ର ସାକ୍ଷାତ୍‌ ହେବ। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଅନେକ କିଛି କରାଯାଇଛି ବୋଲି ମଙ୍ଗଳବାର...

ଲୋକଙ୍କ ଉପରେ ପ୍ରଥମ କରୋନା ଭାଇରସ୍‌ ଟିକା ପ୍ରୟୋଗ କରିବ ଆମେରିକା

ଓ୍ବାଶିଂଟନ୍‌,୧୬।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଚାଲିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରର ଉଦ୍ୟମ ଚଳାଇଛନ୍ତି। ବିଶ୍ୱ...

ରୁଷିଆ ସେନାରେ ୮୭୪ କରୋନା ଆକ୍ରାନ୍ତ

ମସ୍କୋ,୨୮ା୪: ରୁଷିଆ ସୈନ୍ୟବାହିନୀରେ ଏପର୍ଯ୍ୟନ୍ତ ୮୭୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ୩୭୯ ଜଣ ଘରେ ଆଇସୋଲେଶନରେ...

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର...

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ...

Advertisement


Archives

Model This Week