ଆମେରିକା, ଇରାନ ଯୁଦ୍ଧମୁହାଁ

ଓ୍ବାଶିଂଟନ/ତେହେରାନ,୪ା୧ (ପି.ଟି./ଏଏଫ୍‌ପି): ଦୁଇ ଶତ୍ରୁଙ୍କ ମଧ୍ୟରେ କୁହୁଳୁଥିବା ବିବାଦ ଶେଷରେ ନିଆଁ ହୋଇ ଭୟାବହ ରୂପ ଧାରଣ କରିଛି। ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଛନ୍ତି। ବିଦେଶରେ ଆମେରିକୀୟ ସୈନ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ପେଣ୍ଟାଗନ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକ୍ରମେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ପଷ୍ଟ ହୋଇଛି। ଏହି ଅପ୍ରତ୍ୟାଶିତ ଘଟଣାକ୍ରମ ଦୁଇ ପାରମ୍ପରିକ ଶତ୍ରୁ ଆମେରିକା ଓ ଇରାନ ମଧ୍ୟରେ ଚରମ ଉତ୍ତେଜନା ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ କେହି କେହି ଏହାକୁ ତୃତୀୟ ବିଶ୍ୱଯୁଦ୍ଧର ଅ।ରମ୍ଭ ବୋଲି ଅଭିହିତ କରିବାରେ ଲାଗିଛନ୍ତି।
ଆମେରିକା ଓ ଇରାନ ମଧ୍ୟରେ ଶତ୍ରୁତା ପୁରୁଣା। ଏକାଧିକ ପ୍ରସଙ୍ଗରେ ଦୁଇରାଷ୍ଟ୍ରର ଆକ୍ରମଣାମତ୍କ ଆଭିମୁଖ୍ୟ ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧିର କାରଣ ହୋଇଥାଏ। ଏହି ଶତ୍ରୁତାକୁ ନେଇ ନିକଟରେ ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ପ୍ରତିଶୋଧପରାଣୟ ହୋଇ ବୁଧବାର ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ପାଇଁ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କଡ଼ା ଚେତାବନୀ ଦେଇଥିଲେ। ଏହାସହ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ତତ୍କାଳ ୭୫୦ ସୈନ୍ୟଙ୍କୁ ପଠାଇବା ପାଇଁ ଘୋଷଣା କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ନୂଆବର୍ଷରେ ଦୁଇରାଷ୍ଟ୍ର ମଧ୍ୟରେ ପୁରୁଣା ଶତ୍ରୁତା। ଏହାର ଦୁଇଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ନାଟକୀୟ ଭାବେ ଇରାନର ରିଭୋଲ୍ୟୁଶନାରୀ ଗାର୍ଡସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟାକରିବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଆମେରିକୀୟ ସୁରକ୍ଷା ବଳ। ଅଲ୍‌-ଗାର୍ଡସ ମୁଖ୍ୟ ତଥା ଏହାର ନିରାପତ୍ତା ସରଞ୍ଜାମ ସ୍ଥପତି ଜେନେରାଲ ସୋଲେମାନୀଙ୍କୁ ବାଗଦାଦ ଯାଇଥିବାବେଳେ ଶୁକ୍ରବାର ଭୋର ସମୟରେ ସେମାନେ ଟାର୍ଗେଟ କରିଛନ୍ତି। ସୋଲେମାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କାର୍‌କେଡ୍‌ରେ ଯାଉଥିବାବେଳେ ଆମେରିକା ବଳ ଆକାଶମାର୍ଗରୁ ରକେଟ ମାଡ଼ କରିଛି। ଏଥିରେ ସୋଲେମାନୀ ଓ ଇରାକର ଶକ୍ତିଶାଳୀ ହାଶେଦ୍‌ ଅଲ-ଶବାବି ଅର୍ଦ୍ଧସାମରିକ ବଳ ଉପମୁଖ୍ୟଙ୍କ ସମେତ ଇରାନ ସମର୍ଥତ୍ତ କେତେଜଣ ସ୍ଥାନୀୟ ବିଦ୍ରୋହୀ ନିହତ ହୋଇଛନ୍ତି।
୬୨ ବର୍ଷୀୟ ସୋଲେମାନୀ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନିଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଖାମେନିଙ୍କ ପରେ ଇରାନରେ ସେ ଥିଲେ ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ତାଙ୍କ ନେତୃତ୍ୱାଧୀନ କୁଦ୍‌ସ ଫୋର୍ସ ହେଉଛି ଇରାନ ରିଭୋଲ୍ୟୁଶନାରି ଗାର୍ଡସର ଏକ ବିଶିଷ୍ଟ ୟୁନିଟ। ଏହି ୟୁନିଟ ପ୍ରତ୍ୟକ୍ଷ ଭାବେ ସୁପ୍ରିମ ଲିଡରଙ୍କ ନିକଟରେ ଉତ୍ତରଦାୟୀ। ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ଏହି ଏୟାର ଷ୍ଟ୍ରାଇକ୍‌ କରାଯାଇଥିବା ପେଣ୍ଟାଗନ ସ୍ପଷ୍ଟ କରିଛି। ସେପଟେ ସୋଲେମାନୀଙ୍କ ହତ୍ୟା ପରେ ଟ୍ରମ୍ପ୍‌ ଫ୍ଲୋରିଡା ଗସ୍ତ କରିଛନ୍ତି। ଟ୍ରମ୍ପ୍‌ ନିଜ ଦେଶର ଜାତୀୟ ପତାକାକୁ ଟୁଇଟ୍‌ କରି ବିଜୟର ବାର୍ତ୍ତା ଦେଇଛନ୍ତି। ଓ୍ବାଶିଂଟନରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରିପବ୍ଲିକାନମାନେ ଟ୍ରମ୍ପ୍‌ଙ୍କୁ ପ୍ରଶଂସାରେ ପୋତି ଦେଇଥିବାବେଳେ ଡେମୋକ୍ରାଟମାନେ ଏହାର ଆଇନଗତ ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ପରିଣାମକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ ସୁପ୍ରିମ ଲିଡର ଖାମେନି ଆମେରିକାକୁ ଚରମବାଣୀ ଶୁଣାଇଛନ୍ତି। ଅପରାଧୀଙ୍କ ଉପରେ ସାଂଘାତିକ ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛନ୍ତି। ଏହାସହ ସେ ତିନିଦିନିଆ ଜାତୀୟ ଶୋକଦିବସ ଘୋଷଣା କରିଛନ୍ତି। ଦୁଇଦେଶ ଯୁଦ୍ଧମୁହଁା ହେବା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri