ଆବାସ ଯୋଜନାରୁ ବଁଚିତ୍‌ ପରିବାର: କ୍ଲବ ଘର ପାଲଟିଛେ ଆଶ୍‌ରେ ଥଲ୍‌

 

ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍‌ ଲୋକ ହେଇଥିଲାବେଲେ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ସେ କୁଟୁମବସିଆ ଇତାର ପିଁଢ଼ା ତାର ଦୁଆର ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ ମେହେନାର ଗଁାର ଗଣେଶ ଉସେରାକଁର ପରିବାର କହେଲେ ମାଏକିନା ଅହଲ୍ୟା ଆର ପୁଓ ରାମନାରାୟଣକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଗଣେଶ କୁଲିମଜୁରି କରି କୁଟୁମ ପୁଷୁଥିଲେ। ଗଲା ବଛର ବରଷାରେ ତାକର ମାଏଟ୍‌ କୁରିଆଟା ଭାଂଗି ଗଲାରୁ ପରିବାରଟା ବାସହରା ହେଇଯାଇଛନ୍‌। ଏନ୍‌ତାଥି ଗଣେଶ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଥାନୀଅ ସରପଁଚ୍‌ନୁ ବିଡିଓ ତକ୍‌ ଗୁହାରି କରି ନିରାଶ ହେଇଛନ୍‌। ଗଁାବାସୀ ତାକର ଗୁଲ୍‌ଗୁଲା ଦେଖି କ୍ଲବ ଘରେ ରହିବାକେ କହିଲେ। ସେ ଦିନ୍‌ଠାନୁ ଗଣେଶ କୁଟୁମବସିଆ ଗଁାର କ୍ଲବ ଘରେ ରହିଆସୁଛନ୍‌। ଏନ୍‌ତା ଅସ୍‌ବିଧା ସମିଆରେ ଗଣେଶକୁ ବହୁତ୍‌ ଜର ହେଲା। ଭିନେ ଭିନେ ସରକାରୀ ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଲେ। ଇ ସମିଆରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅଇଁଲାଛାଟକେ କଟକରୁ ଝନେ ଡାକ୍‌ତର ଆସୁଥିବାର ଖବର ପାଇ ସେଠାନେ ଚିକିଛା କରାଲେ। ତାକର ଜର ବି ଭଲ ହେଲା। ହେଲେ ସେଠାନେ ରକତ ପରୀକ୍ଷା ଲାଗି ଡେବ୍‌ରି ହାତେ ଫୁଡ଼ା ଯାଇଥିବାର ସୁଜା ଜାଗାଟା ଏହେଦେ ଘା’ ହେଇଯାଇଛେ। ଏନ୍‌ତାଥି ଗଣେଶ କାମ୍‌ବୁତା କରି ନାଇଁପାରବାର। ଇଆଡ଼େ ପରିବାରଟା ଭୂମିହୀନ ହେଇଥିଲାବେଲେ ଗଣେଶ ପାଉଥିବାର ବୁଢ଼ାବୁଢ଼ି ଭତା ଆର ମାସିକ ୧୫ କେ.ଜି. ଚାଉଲ ନ ସାହାଭରସା ହେଇଛେ। ହେଲେ ଅଭାବ ଅନାଟନ ଲାଗି ଉପେ ଶୂଇନ୍‌ ଗଣେଶ ଭିଖ୍‌ମାଗି ଘରର ତେଲନୁନ ଚଲଉଛନ୍‌। ଇଆଡ଼େ ବୁଢ଼ା ବଏସେ ପୁଓଟେ ପାଇଛନ୍‌। ପୁଓର ଭବିଷତ୍‌ କଥା ଚିନ୍‌ତା କଲେ ତାକର ନିଦ୍‌ ହଜିଯାଉଛେ। ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌ ହେଲେ ଆମେ ହକ୍‌ଦାର ହିତାଧିକାରୀ ନୁହେ କାଏଁ ବଲି ସେ ପ୍ରଶ୍ନ କରିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ଆବାସ ଯୋଜନାରେ ଘର ଆର ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥଇଥାନ ପ୍ୟାକେଜ୍‌ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ଅନୁଗୋଳ ଜିଲାର ମନ୍ଦାକିନୀ କୋଇଲା ଖଣି ଉତ୍‌ଖନନ ନେଇ ରହିଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟ ଶାସନ...

ସରକାରୀ ହସ୍ପିଟାଲ, ଆର୍‌ଟିଓ କାର୍ଯ୍ୟାଳୟରେ ଚଢାଉ: ଦିନକରେ ୭୧ ଦଲାଲ ଗିରଫ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରୋଗୀଙ୍କୁ ଭୁଆଁ ବୁଲାଇ ବିଭିନ୍ନ ଘରୋଇ ହସ୍ପିଟାଲକୁ ପଠାଇ ମୋଟା ଅଙ୍କର ଟଙ୍କା ଲୁଟୁଥିଲେ ଦଲାଲ। ସେହିପରି ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଦଲାଲଙ୍କ ଦ୍ୱାରା...

ଆଜି ବି ୧୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟରେ ସୋମବାର ବି ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ରାଜ୍ୟରୁ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ବିଷ ପିଆଇଲେ ମା’, ୨ ଶିଶୁପୁତ୍ର ମୃତ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ବିଞ୍ଝଗିରି କନ୍ଦଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ୩ ପିଲାଙ୍କୁ ବିଷ ପିଆଇବା ପରେ ନିଜେ...

ରାତିଦିନ ଚାଲିଛି ମାଙ୍କଡା ପଥର ଉତ୍ତୋଳନ

ଖଇରା,୨୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ରାଜସ୍ବ କ୍ଷେତ୍ର ଅଧୀନ ବରପଦା, ହରିପୁର, ବାରାଯୋଡି ତଥା କୁପାରୀ କଲେଜ ପଛପଟ ଗୋଚର ଜମିରେ ବେଆଇନ ଭାବେ...

ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ: ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ଆରମ୍ଭ ହେବ

ନୂଆପଡା ଅଫିସ,୨୯ା୮:  ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ସେବା ଆରମ୍ଭ ହେବ ବୋଲି ଜିଲାପାଳ...

ପୌରରେ ଆସିବେ ନା ପଞ୍ଚାୟତ ଭଳି ରହିଯିବେ

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେଲା ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏଥର ନିର୍ବାଚନରେ ବିଜେଡି ଏକପାଖିଆ ସଫଳତା ହାସଲ କରିଥିବା ବେଳେ ବିରୋଧୀ...

ଗାଡ଼ିମାଲିକଙ୍କୁ ମୋଟର ଯାନ କର ପ୍ରଦାନ କ୍ଷେତ୍ରରେ ଆଶ୍ୱସ୍ତି: ଏପ୍ରିଲ ୧୫ ସୁଦ୍ଧା ଦେଇ ନ ଥିବା କର ଜୁନ୍‌ ୩୦ ସୁଦ୍ଧା ଦେଇପାରିବେ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ତଥା ରାଜ୍ୟ ସରକାର ଦେଶରେ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରଖିଛନ୍ତି। ଏହି ଲକ୍‌ଡାଉନ...

Advertisement
Archives

Model This Week