ଆବାସ ଗୃହ ବଣ୍ଟନରେ ଅନିୟମିତତା: ଜଣେ ହିତାଧିକାରୀ ହାତୋଉଛନ୍ତି ୨ ଗୃହ

ନୂଆଗାଁ, ୩ା୧୦ (ଡି.ଏନ.ଏ.): ଝାଟିମାଟି ଘରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଏପରିସ୍ଥଳେ ଥରେ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ଆଉ ଥରେ ଆବାସ ଗୃହ ପ୍ରଦାନ କରାଯାଉଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏପରି ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ଆଉ ଏହା ପଛରେ ବ୍ଲକ ପ୍ରଶାସନର କେତେଜଣ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ୨୦୧୧ ମସିହା ଜନଗଣନାକୁ ଆଧାର କରି ନୂଆଗାଁ ବ୍ଲକରେ ପକ୍କା ଘର (ଆବାସ ଗୃହ) ଯୋଗାଇଦେବା ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରତି ପଞ୍ଚାୟତର ସେହି ତାଲିକାରେ ଥିବା ହିତାଧିକାରୀ ଘର ପାଇବା ପାଇଁ ଯୋଗ୍ୟ କି ନୁହେଁ ତାହାର ତଦନ୍ତ ଲାଗି ବ୍ଲକସ୍ତରରେ ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି। ସେଥିରେ ପଞ୍ଚାୟତର ଜିଆର୍‌ଏସ୍‌ଙ୍କ ସହ ବ୍ଲକର କେତେଜଣ ଅଧିକାରୀ ସାମିଲ ଅଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ବ୍ଲକରେ କାର୍ଯ୍ୟାଦେଶ ଦେବା ପାଇଁ ବିଡିଓଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ବା ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। କେଉଁ ହିତାଧିକାରୀ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ପାଇଛନ୍ତି କି ନାହିଁ ସେ ବିଷୟରେ ତଦନ୍ତକାରୀ ଟିମ୍‌ ଅଜ୍ଞ ଥିବାବେଳେ ଜିଆର୍‌ଏସ୍‌ ଏହା ଜାଣି ମଧ୍ୟ ନୀରବ ରହୁଛନ୍ତି। ଫଳରେ ଜଣେ ହିତାଧିକାରୀ ଥରେ ଆବାସ ଯୋଜନାରେ ଗୃହ ପାଇଥିଲେ ମଧ୍ୟ ତଦନ୍ତକାରୀ ଟିମ୍‌କୁ ହାତକରି ପୁନର୍ବାର ଅନୁଦାନ ପାଇଛନ୍ତି। ଉଦୟପୁର ପଞ୍ଚାୟତରେ ୨୦୦୯-୧୦ ଆର୍ଥତ୍କ ବର୍ଷରେ ଦୁଇଜଣ ହିତାଧିକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରି ୩୫ ହଜାର ଟଙ୍କା ଲେଖାଏ ପାଇଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ପୁନର୍ବାର ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ପୂର୍ବ ବର୍ଷଗୁଡିକରେ କେଉଁ ହିତାଧିକାରୀ ଆବାସ ଗୃହ ପାଇଛନ୍ତି ସେହି ତାଲିକା ବ୍ଲକ କାର୍ଯ୍ୟାଳୟରେ ରହିଛି। ହେଲେ ତାହାକୁ ନ ଦେଖି ସମ୍ପୃକ୍ତ ହିତାଧିକାରୀଙ୍କୁ ପୁଣିଥରେ ଆବାସ ଯୋଜନାରେ ସାମିଲ କରାଯିବା ଘଟଣା ବ୍ଲକ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେବଳ ଉଦୟପୁର ପଞ୍ଚାୟତ ନୁହେଁ, ନୂଆଗାଁ ବ୍ଲକର ଅନେକ ପଞ୍ଚାୟତରେ ଏଭଳି ଅନିୟମିତତା ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଉଦୟପୁର ପିଇଓ ଡମ୍ବରୁଧର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ମୋତେ ଅନ୍ୟ ପଞ୍ଚାୟତର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏହାଛଡା ଉଦୟପୁର ପଞ୍ଚାୟତର କେଉଁମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ତାହା ଗୋପନ ରଖାଯାଇଛି। ସରପଞ୍ଚ ଅସୀତ କୁମାର ପଟ୍ଟନାୟକ କହନ୍ତି, ତଦନ୍ତ ପ୍ରକ୍ରିୟାଠାରୁ ଆରମ୍ଭ କରି କାର୍ଯ୍ୟାଦେଶ ଦେବା କିମ୍ବା ପ୍ରଥମ କିସ୍ତିର ଟଙ୍କା ଦେବା ପର୍ଯ୍ୟନ୍ତ ତାଙ୍କୁ କୌଣସି କଥା ଜଣାଯାଇ ନ ଥିଲା। କେବଳ ବ୍ଲକ ଆକାଉଣ୍ଟ ଅଫିସରଙ୍କ ସହ ଉକ୍ତ ଘରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯିବା ସମୟରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ କହନ୍ତି, ଏପରି ଭୁଲ କେବେ ହୋଇ ନ ଥିବ। ଯଦି ହୋଇଥିବ ଏଥିପାଇଁ ସମ୍ପୃକ୍ତ ପଞ୍ଚାୟତର ଜିଆରଏସ୍‌ ଓ ପିଇଓ ଦାୟୀ। ଏହାର ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?