ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୩୦୦ ରୁ ଅଧିକ ମୃତ, ହଜାର ହଜାର ଘର ନଷ୍ଟ

ନୂଆଦିଲ୍ଲୀ,୧୧ା୫: ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ନଷ୍ଟ ହୋଇଥିବା ମିଳିତ ଜାତିସଂଘ ଫୁଡ୍ ଏଜେନ୍ସି ଶନିବାର କହିଛି। ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା ଅନେକ ବନ୍ୟା ମଧ୍ୟରୁ ବଞ୍ଚିଥିବା ଲୋକଙ୍କୁ ବିଶ୍ୱ ଫୁଡ୍ ଏଜେନ୍ସି ପକ୍ଷରୁ ବିସ୍କୁଟ ବଣ୍ଟନ କରାଯାଇଛି। ମୁଖ୍ୟତ ଉତ୍ତର ବାଗଲାନ ପ୍ରଦେଶରେ ଶୁକ୍ରବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେହିପରି ପଡୋଶୀ ତାଖର ପ୍ରଦେଶରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବନ୍ୟାରେ ଅତି କମରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତାଲିବାନ ସରକାରଙ୍କ ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ “ଶହ ଶହ ଲୋକେ… ଏହି ଭୟଙ୍କର ବନ୍ୟାରେ ପ୍ରାଣ ହରାଇଥିବାବେଳେ ବହୁ ସଂଖ୍ୟାରେ ଆହତ ହୋଇଛନ୍ତି।”

ମୁଜାହିଦ୍ ବାଦାଖଶାନ୍, ବାଗଲାନ୍, ଘୋର ଏବଂ ହେରାଟ ପ୍ରଦେଶକୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ “ବ୍ୟାପକ ବିପର୍ଯ୍ୟୟ” ଦ୍ୱାରା ଆର୍ଥିକ କ୍ଷତି ଘଟିଛି।

ଲୋକଙ୍କୁ ଉଦ୍ଧାର କରିବା, ଆହତମାନଙ୍କୁ ପରିବହନ ଏବଂ ମୃତମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ସମସ୍ତ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ସେହିଭଳି ତାଲିବାନ ରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବାୟୁସେନା ପକ୍ଷରୁ ବାଗଲାନ ପ୍ରଦେଶରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଛି। ଯେଉଁଠି ହଜାର ହଜାର ଲୋକେ ବନ୍ୟାରେ ଫସି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ରାଜି କରାଇଥିଲେ: ପୋଲାଣ୍ଡ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ଏବଂ ରାଜ୍ୟ ସଚିବ, ୱାଡିସଲା ତେଓଫିଲ ବାର୍ଟୋସଜେୱସ୍କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ରଣନୈତିକ ପରମାଣୁ ଅସ୍ତ୍ର...

ପୋଡକାଷ୍ଟରେ ଚାଇନା ବିଷୟରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଚାଇନା କଲା ବାଃ ବାଃ…

ନୂଆଦିଲ୍ଲୀ,୧୭।୩: ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଚାଇନା ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଚାଇନା ସମ୍ପର୍କକୁ ମଜବୁତ କରିବା...

NASA ଦେଲା ବଡ଼ ଅପ୍‌ଡେଟ୍‌: ବୁଧବାର ପୃଥିବୀପୃଷ୍ଠକୁ ଫେରିବେ ସୁନୀତା, ଜାଣନ୍ତୁ ପୂରା ମିଶନ…

ଓ୍ବାଶିଂଟନ,୧୭ା୩: ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଘଟିବ ଅନ୍ତ। ସୁନୀତା ଓ୍ବିଲିୟମ୍ସଙ୍କ ପୃଥିବୀ ଫେରିବା ନେଇ ସୋମବାର ବଡ଼ ସୂଚନା ଦେଇଛି ନାସା। ଆସନ୍ତା...

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୩୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପିଏଡ୍‌ମୋଣ୍ଟ,୧୬ା୩: ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣଝଡ଼। ଘୂର୍ଣ୍ଣଝଡ଼ରେ ସୋମବାର ସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ କେନ୍ଦ୍ରୀୟ ଓ ଦକ୍ଷିଣ...

Video: ପାକିସ୍ତାନ ସେନା ଉପରେ ଆକ୍ରମଣର ପ୍ରଥମ ଭିଡିଓ ଜାରି କଲା ବିଏଲଏ

ନୂଆଦିଲ୍ଲୀ, ୧୬ା୩: ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ କନଭଏ ଉପରେ ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିବାର...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

ନର୍ଥ ମାସିଡୋନିଆ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୫୧ ମୃତ, ୧୦୦ରୁ ଅଧିକ ଆହତ

ସ୍କୋପଜେ,୧୬।୩: ରବିବାର ଭୋର ସମୟରେ ଉତ୍ତର ମାସିଡୋନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୋକାନିରେ ଅବସ୍ଥିତ ପଲ୍ସ ନାଇଟ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ...

ଅପେକ୍ଷାର ହେବାକୁ ଯାଉଛି ଅନ୍ତ! ସ୍ପେସ୍‌ ଷ୍ଟେଶନରେ ପହଞ୍ଚିଲେ କ୍ରୁ-୧୦ ଟିମ୍‌, ଫେରିବେ ସୁନୀତା-ବୁଚ୍‌

ନୂଆଦିଲ୍ଲୀ,୧୬।୩: ଏବେ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନିତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri