ବ୍ରହ୍ମପୁର ଅଫିସ୍/ ଦିଗପହଣ୍ଡି,୪ା୮(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା। ହେଲେ ଶିକ୍ଷକତା କରୁଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ। ବିଶେଷକରି ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା ଏବଂ ଦିଗପହଣ୍ଡି ବ୍ଲକରେ ମାଳମାଳ ଆନ୍ଧ୍ରନିବାସୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକତା କରୁଥିବା ଆନ୍ଧ୍ରପ୍ରଦେଶର ଏହି ବାସିନ୍ଦାମାନଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ହେଉନାହିଁ। ଅନେକ ଜାଲ୍ ବାସିନ୍ଦା ପ୍ରମାଣପତ୍ର ତିଆରି କରି ସରକାରୀ ନିଯୁକ୍ତି ପାଇଛନ୍ତି। ଏଣୁ ତୁରନ୍ତ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଶିକ୍ଷକଙ୍କ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା ସହ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରିବା କଥା। ହେଲେ ଆନ୍ଧ୍ରପ୍ରଦେଶର ମୂଳବାସୀନ୍ଦାମାନେ ଓଡ଼ିଶାର ବିଭିନ୍ନ ତହସିଲରୁ ଜାଲିଆତି କରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ହାସଲ କରିଛନ୍ତି। ନିଯୁକ୍ତି ସମୟରେ ବାସିନ୍ଦା ପ୍ରମାଣପତ୍ର ଦାଖଲ କରୁଛନ୍ତି। ହେଲେ ସେମାନଙ୍କ ପ୍ରମାଣପତ୍ରକୁ ଠିକ୍ ଭାବେ ଯାଞ୍ଚ କରାଯାଉନି। ଅନେକ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ବହୁ ଯୁବତୀ ଯୁବକ ଗଞ୍ଜାମ ଜିଲାରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।
କିନ୍ତୁ ସରକାରୀସ୍ତରରେ କାହିଁକି ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି, ତାହା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ୨୦୦୬ ରେ ଏଭଳି ଏକ ବଡ଼ ରାକେଟ୍ ପଦାକୁ ଆସିଥିଲା। ସେହି ବର୍ଷ ଡିସେମ୍ବର ୧୬ରେ ପାତ୍ରପୁରରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏହି ନିଯୁକ୍ତି ମେଳା ଜରିଆରେ ୩୯ଜଣ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ପାତ୍ରପୁର ବ୍ଲକରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ବାସିନ୍ଦା ପ୍ରମାଣପତ୍ର ଯାଞ୍ଚ ବେଳେ ଜାଲିଆତି ଧରାପଡ଼ିଥିଲା। ଏପରିକି ସେମାନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଥିଲା। ଏହା ପରେ ବିଭିନ୍ନ ସମୟରେ କେତେକ ବୁଦ୍ଧିଜୀବୀଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମଗାଯାଇଛି। ହେଲେ ବିଭିନ୍ନ ଆଳରେ ତହସିଲ୍ କର୍ତ୍ତୃପକ୍ଷ ସୂଚନା ଦେବାକୁ ମନାକରି ଦେଇଛନ୍ତି। ଯାହା ଏହି ବଡ଼ ରାକେଟ୍ ପ୍ରତି ସନ୍ଦେହ ସୃଷ୍ଟି କରୁଛି। ପାତ୍ରପୁରର ଘଟଣାକୁ ମଧ୍ୟ ଚାପି ଦିଆଯାଇଛି। କେଉଁ ଅଜଣା ଶକ୍ତିର ନିର୍ଦ୍ଦେଶରେ ଅଧିକ ତଦନ୍ତ କରାଯାଉନି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଯୁବତୀ ଯୁବକମାନେ ବିଚ୍ଛିନ୍ନାଞ୍ଚଳ କୋଟାରେ ଗଞ୍ଜାମ, କୋରାପୁଟ ଏବଂ ଗଜପତି ଜିଲାର ବିଭିନ୍ନ ସିଟି ତାଲିମ ଅନୁଷ୍ଠାନରେ ସିଟି ପାସ୍ କରୁଛନ୍ତି। ତା’ପରେ ଜାଲିଆତି କରି ବାସିନ୍ଦା ପ୍ରମାଣପତ୍ର ହାତେଇ ଓଡ଼ିଶାରେ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ନିଯୁକ୍ତି ପାଉଛନ୍ତି। ପାତ୍ରପୁର ବ୍ଲକର ଯେଉଁ ୩୯ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ହୋଇଥିଲା, ସେମାନେ ମଧ୍ୟ ଏଭଳି ଢଙ୍ଗରେ ନିଯୁକ୍ତି ପାଇଥିଲେ। ଏହି ପ୍ରସଙ୍ଗର ଆଉ ଏକ ଦିଗ ହେଲା, ଏମାନେ ପରବର୍ତ୍ତୀ ସମୟରେ ଯଦି ଆନ୍ଧ୍ରର କୌଣସି ବିଦ୍ୟାଳୟରେ ନିଯୁକ୍ତି ପାଉଛନ୍ତି, ତେବେ ଓଡ଼ିଶାରୁ ଇସ୍ତଫା ଦେଇ ଫେରିଯାଉଛନ୍ତି। ଏମିତି ମଧ୍ୟ ଘଟଣା ଦୃଷ୍ଟିକୁ ଆସିଛି, ସେମାନେ ଓଡ଼ିଶାରୁ ଇସ୍ତଫା ଦେଇ ପୁଣିରେ ଶିକ୍ଷକତା କରୁଛନ୍ତି।
ସେମାନେ ଗଞ୍ଜାମ ଜିଲାର ଚିକିଟି, ପୋଲସରା, ବ୍ରହ୍ମପୁର (କନିଷି) ପ୍ରଭୃତି ସିଟି ତାଲିମ ଅନୁଷ୍ଠାନଗୁଡିକରେ ୨ ବର୍ଷ ତାଲିମ ପାଇବା ପାଇଁ ବିଚ୍ଛନ୍ନାଞ୍ଚଳ କୋଟାରେ ନାମ ଲେଖାଉଥିବା ବେଳେ ଗଞ୍ଜାମ-ଗଜପତି ଜିଲାର ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ର ସିଟି ତାଲିମରୁ ବଞ୍ଚିତ ହେଉଛନ୍ତି।
୨୭ତାରିଖରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଯାଞ୍ଚ ଚାଲିଛି। ଏଣୁ ଏହି କ୍ରମରେ ଯଦି ସରକାରଙ୍କ ପକ୍ଷରୁ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯାନ୍ତା, ତେବେ ଆନ୍ଧ୍ରପ୍ରଦେଶର ବହୁ ମୂଳନିବାସୀ, ଯେଉଁମାନେ ଗଞ୍ଜାମରେ ଶିକ୍ଷକତା କରୁଛନ୍ତି ସେମାନେ ଧରାପଡ଼ିଯିବେ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।
ସମ୍ପର୍କରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୁରେଶୁ ସେଠୀ କୁହନ୍ତି, ନିୟମିତ ବ୍ୟବଧାନରେ ଏଭଳି ଅଭିଯୋଗ ହେଉଛି। ଆନ୍ଧ୍ରର ମୂଳନିବାସୀମାନେ ଏଠାରେ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବେ ଦୁଇଜଣଙ୍କ ନାମରେ ଅଭିଯୋଗ ଆସିଥିଲା।
କିନ୍ତୁ ଯାଞ୍ଚ ବେଳେ ଅଭିଯୋଗ ମିଥ୍ୟା ବୋଲି ଜଣାପଡ଼ିଥିଲା।
ଯଦି କୌଣସି ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ନାମରେ ଅଭିଯୋଗ ହୁଏ, ତେବେ ତଦନ୍ତ କରାଯିବ।
ବର୍ତ୍ତମାନ ସରକାର କେବଳ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାସିନ୍ଦା ପ୍ରମାଣପତ୍ର ପାଇଁ ନୁହଁ। ସରକାର ନିର୍ଦ୍ଦେଶ ଦେଲେ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯାଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All

ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା: ଅଭିଯୁକ୍ତ ଅଧ୍ୟାପକ ଗିରଫ
ରାସଗୋବିନ୍ଦପୁର,୧୫।୯ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଏକ କଲେଜର ଜଣେ ଆଦିବାସୀ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କ୍ରମେ ପୋଲିସ...

ସ୍ଥାନାନ୍ତର ହେବ ଜାରକା ମାଛ ମାର୍କେଟ
ଧର୍ମଶାଳା,୧୫।୪(ଡିଏନଏ): ଧର୍ମଶାଳା ବ୍ଲକ ଜାରକା ଗୋପବନ୍ଧୁ ଛକ ନିକଟରେ ଚାଲିଥିବା ନିତିଦିନିଆ ମାଛ ମାର୍କେଟ ସ୍ଥାନାନ୍ତର କରାଯିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି କରାଯାଇଛି।...

ନିହତ ହୋଇଥିବା ୨ ମାଓବାଦୀ ଛତିଶଗଡ଼ କ୍ୟାଡର୍, ହୋଇଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା: ଆଇଜି ଅମିତାଭ
ବଲାଙ୍ଗୀର ଅଫିସ, ୨୫।୧୧: ବଲାଙ୍ଗୀର-ବରଗଡ ଜିଲା ସୀମା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁରୁବାର ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ମହିଳା ମାଓବାଦୀ...

ବିଡିଓଙ୍କ ନାଁରେ କୋର୍ଟରେ ମାମଲା ଦାଏର କଲେ ବ୍ଲକ ଅଧ୍ୟକ୍ଷା
ଗୁଣପୁର,୩ା୧୧(ଡି.ଏନ୍.ଏ.): ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କ ନାମରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର କୋର୍ଟରେ ଶୁକ୍ରବାର ମାମଲା ଦାୟର କରିଛନ୍ତି। ଏ ନେଇ ଗୁଣପୁର ଏସଡିଜେଏମ୍ଙ୍କ...

ଓଡ଼ିଶା ରାଜ୍ୟ ସ୍କୁଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ
ବାଲେଶ୍ୱର ଅଫିସ, ୧୦।୧୧-ବାଲେଶ୍ୱର ପରମିଟ୍ ପଡ଼ିଆରେ ଗତ ୭ତାରିଖ ଗୁରୁବାରରୁ ଉଦ୍ଘାଟିତ ହୋଇଥିବା ଓଡ଼ିଶା ରାଜ୍ୟ ୬୫ତମ ବିଦ୍ୟାଳୟ ସମୂହ ଦୌଡ଼କୁଦ ଓ ସଫ୍ଟବଲ ପ୍ରତିଯୋଗିତା...
ମହୁ ବିକିବା ବାହାନାରେ ଘରେ ପଶି ଲୁଟ
ହିଞ୍ଜିଳିକାଟୁ,୧୭ା୭(ଡି.ଏନ୍.ଏ)-ହିଞ୍ଜିଳିକାଟୁ ବ୍ଲକ କଲୋନୀ ଅଞ୍ଚଳକୁ ମଙ୍ଗଳବାର ମହୁ ବକିବା ବାହାନାରେ ଆସିଥିବା ଜଣେ ଅଣ ଓଡ଼ିଆ ନାବାଳକ ଏକ ଘରେ ପଶି ସୁନା, ଟଙ୍କା ଚୋରି...

ମଦ ନିଶାରେ ନିଜ ଶରୀରରେ ଭୁସିଦେଲେ ବୋତଲ
ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ାର ମଝିଘରିଆଣି ମନ୍ଦିର ନିକଟରେ ଥିବା ବଙ୍ଗାଳିସାହିରେ ମହେଶ୍ୱର କଲାକା ମଦନିଶାରେ ସୋମବାର ନିଜଦେହରେ ମଦ ବୋତଲ ଭୁସି ଦେଇଛନ୍ତି। ରକ୍ତାକ୍ତ ଅବସ୍ଥାରେ...
ବିଲଡ଼ରଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ମାମଲା :ପୂର୍ବତନ ମେୟର ପିଣ୍ଟୁ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର...