ଆନ୍ଦୋଳନକୁ ଓହ୍ଲାଇବ ପଞ୍ଚାୟତ କର୍ମଚାରୀ ସଙ୍ଘ

ଯାଜପୁର ରୋଡ,୧୧-୯(ନି.ପ୍ର.)- ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଙ୍ଘର ଯାଜପୁର ଜିଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲା ସଭାପତି ବଳରାମ ଚୁହାଣଙ୍କ ସଭାପତିତ୍ୱରେ ପାଣିକୋଇଲି ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ପଞ୍ଚାୟତରେ କାର୍ଯ୍ୟରତ, ପିଅନ, ରାତ୍ରୀ ଜଗୁଆଳୀ ଓ ଝାଡୁଦାରମାନେ ଏହି ବୈଠକରେ ଯୋଗଦେଇଥିବାବେଳେ ସମ୍ପାଦକ ଗଙ୍ଗାଧର ରାଉତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସରକାରୀ ଘୋଷଣା ମୁତାବକ ସେମାନଙ୍କୁ ସର୍ବନିମ୍ନ ମଜୁରୀ ପରିବର୍ତ୍ତେ ସରପଞ୍ଚମାନଙ୍କ ହାତଟେକାରେ ଦରମା ମିଳୁଥିବା ଅଭିଯୋଗ ହୋଇଥିଲା। ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଛି। ଯଦି ସରକାର ଏମାନଙ୍କ ଯଥାର୍ଥ ଦାବି ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହେଲେ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ସୁବାସ ସାହୁ, ଲକ୍ଷ୍ମୀଧର ଦାସ, ଅଶେଷ ସାହୁ, ଧରଣୀଧର ପ୍ରଧାନ, ଚନ୍ଦ୍ରମଣୀ ସ୍ବାଇଁ, ଋଶିକେଶ ସାହୁ, ସଂଗ୍ରାମ ପଣ୍ଡା, ଭରତ ସେଠୀ, ମହେଶ୍ୱର ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାସନଗର ପୌର ପରିଷଦ : ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଦୁର୍ଗନ୍ଧରେ ଲୋକେ ହନ୍ତସନ୍ତ

ଯାଜପୁର ରୋଡ,୨୭ା୯(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଅଞ୍ଚଳର ସ୍ଥାନରେ ବସାଯାଇଥିବା ଡଷ୍ଟବିନ୍‌ଗୁଡିକ ଆବର୍ଜନାରେ ପୂରିରହିଛି।...

ବିପଦସଙ୍କୁଳ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ

କୋରେଇ,୯ା୯(ଡି.ଏନ.ଏ.):କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ କୋରେଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାହିଁନାହିଁରେ ଚାଲିଛି। ଏଠାରେ...

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ: ୫ ବର୍ଷ ପରେ ବି…

ଯାଜପୁର ଅଫିସ/କୋରେଇ/ ରଗଡ଼ି(ଡି.ଏନ.ଏ.),୨୫ା୭: ଯାଜପୁର ଜିଲା କୋରେଇ ଥାନା ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ଶନିବାର ପୃଥକ୍‌ ଭାବେ ଜବତ...

ଥାନା ଭିତରେ ପୋଲିସର ନାଗିନ ଡ୍ୟାନ୍ସ

ଯାଜପୁର ଅଫିସ,୭ା୪: ଯାଜପୁର ଜିଲା ପାଣିକୋଇଲି ଥାନା ଭିତରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ବୁଥ୍‌ କ୍ୟାପଚରିଂ: ୧୪ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ଅଫିସ,୧୭ା୨: ଯାଜପୁର ସଦର ଏବଂ ଧର୍ମଶାଳା ବ୍ଲକରେ ବୁଧବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ସଂଗଠିତ ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ୧୪ ଜଣଙ୍କୁ ବାନ୍ଧିଛି...

ଏମ୍‌ଆଇପି ନିର୍ମାଣ, ମରାମତିରେ ଅର୍ଥ ହରିଲୁଟ

କୋରେଇ,୫ା୬(ଡି.ଏନ.ଏ.): ଅଣଜଳସେଚିତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କରି ବିପୁଳ ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍‌ ଡ୍ୟାମ...

ଖଣି ପ୍ରଭାବିତ ଅଞ୍ଚଳରେ ମେଗା ଜଳଯୋଗାଣ ପ୍ରକଳ୍ପ ବାଟବଣା: ତ୍ରୁଟି ସୁଧାରିବାକୁ ତାଗିଦ୍‌

ଯାଜପୁର ଅଫିସ,୨୨ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧିନ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ...

ଅସହାୟ ଶୁଭସ୍ମିତାଙ୍କୁ ସରକାରୀ ଯୋଜନା ଅପହଞ୍ଚ

କାଏମା,୧ା୧୧(ଡି.ଏନ.ଏ.):ସରକାରଙ୍କ ଅନେକ ଲୋକହିତକର ଯୋଜନା ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା, ବିଧବା ଓ ଭିନ୍ନକ୍ଷମ ଭତ୍ତା ଅନ୍ୟତମ। ହେଲେ ଏହି ଯୋଜନାରୁ ଏବେବି ଶତାଧିକ ଅସହାୟ...

Advertisement
Archives

Model This Week